Home Middle

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୬।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି । ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୧୬୪ ରେ…

ଦେଶକୁ ମିଳିବେ ପ୍ରଥମ ମହିଳା ପ୍ରଧାନ ବିଚାରପତି, ସୁପ୍ରିମ୍‌କୋର୍ଟଙ୍କ ସୁପାରିଶକୁ କେନ୍ଦ୍ରର ସ୍ବୀକୃତି…

ନୂଆଦିଲ୍ଲୀ,୨୬।୮: ଦେଶକୁ ୨୦୨୭ରେ ଜଣେ ମହିଳା ପ୍ରଧାନବିଚାରପତି ମିଳିବା ନିଶ୍ଚିତ ହୋଇଛି। ସୁପ୍ରିମକୋର୍ଟରେ ବିଚାରପତିଙ୍କ ୯ ଟି ଖାଲି ପଦବୀରେ ନିଯୁକ୍ତି ପାଇଁ ୯ ଜଣଙ୍କ ନାମ ଅଗଷ୍ଟ ୧୮ରେ ସୁପାରିଶ ଲାଗି ପଠାଯାଇଥିଲା। ଏହାକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି।…

ତାଲିବାନ୍‌, ଚାଇନା ଆଲୋଚନା

କାବୁଲ/ବେଜିଂ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେବା ପରେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିଥିଲା, ଯଦିଓ ସମ୍ପୂର୍ଣ୍ଣ ସେନା ଅପସାରଣକୁ ୨…

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୪.୭୬% ପିଲା

ଭୁବନେଶ୍ୱର, ୨୬।୮(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ତଳମୁହାଁ ହେଉଥିବାବେଳେ ପିଲାଙ୍କ ସଂକ୍ରମଣ ହାର ବଢ଼ୁଥିବା ଦେଖାଯାଉଛି। ଆଗକୁ ତୃତୀୟ ଲହର ଆସିବା ସମ୍ଭାବନା ଥିବାରୁ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଗତ ୨୪ ଘଣ୍ଟାରେ ୮୮୭…

ନିୟମ ଭାଙ୍ଗିଲେ ଡିଏଲ୍‌ ରଦ୍ଦ

ଭୁବନେଶ୍ୱର, ୨୬।୮: ରାଜ୍ୟରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଏବେ ଆଉ ନିସ୍ତାର ନାହିଁ। ପ୍ରଥମଥର ପାଇଁ ନିୟମ ଉଲ୍ଲଂଘନ କରିଥିଲେ ମଧ୍ୟ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ସର୍ବନିମ୍ନ ୩ମାସ ପାଇଁ ରଦ୍ଦ କରାଯିବ। ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛି…

ପିପିପିକୁ ଯିବ ଭୁବନେଶ୍ୱର ବିମାନବନ୍ଦର

ନୂଆଦିଲ୍ଲୀ,୨୬।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପ୍‌ଲାଇନ ଯୋଜନା ସମ୍ପର୍କରେ ସୋମବାର ଘୋଷଣା କରିଥିଲେ। ଏଥିରେ ଭୁବନେଶ୍ୱର ବିମାନବନ୍ଦରର ୯୦୦ କୋଟି ଟଙ୍କାର ସମ୍ପତ୍ତି ମୁଦ୍ରୀକରଣ (ମନିଟାଇଜ୍‌) କରାଯିବା ପ୍ରସ୍ତାବ ରହିଛି। ଏହାଦ୍ୱାରା ଏହି ବିମାନବନ୍ଦର ସରକାରୀ ଘରୋଇ ସହଭାଗିତା…

ଖୋଲିଲା ଶାନ୍ତିସ୍ତୂପ ଧଉଳି

ପୁରୁଣା ଭୁବନେଶ୍ୱର,୨୫।୮(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଦୀର୍ଘ ୩ମାସ ବନ୍ଦ ରହିଥିବା ଶାନ୍ତିସ୍ତୂପ ଧଉଳି ପୀଠ ବୁଧବାର ଖୋଲିଛି। ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇ ଶାନ୍ତିସ୍ତୂପକୁ ଛଡ଼ାଯାଉଛି। ଏଥିସହ ପ୍ରଥମଦିନରେ ଓଟିଡିସିର କୌଣସି ବସ୍‌ ଧଉଳି…

ଅକ୍ଟୋବରରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ,୨୫।୮: ଅକ୍ଟୋବର ପ୍ରଥମ ସପ୍ତାହରୁ ୧୨ ବର୍ଷରୁ ଊର୍ଦ୍ଧ୍ୱ ପିଲାମାନଙ୍କୁ କୋଭିଡ୍‌ ଟିକା ଦିଆଯାଇପାରେ। ଟିକାଦାନରେ ଗୁରୁତର ରୋଗାକ୍ରାନ୍ତ ପିଲାଙ୍କୁ ପ୍ରାଥମିକତା ଦିଆଯିବ। ଦେଶରେ ୧୨ରୁ ୧୭ ବର୍ଷ ବୟସ ବର୍ଗରେ ୧୨ କୋଟି ପିଲା ଅଛନ୍ତି। ପିଲାଙ୍କ ମାନସିକ ଓ…

ସବୁ ତାରକା ଫେଲ୍‌

ଲିଡ୍ସ,୨୫।୮ : ଲୋକେଶ ରାହୁଲ, ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେଙ୍କ ଭଳି ତାରକା ଖଚ୍ଚିତ ଭାରତୀୟ ବ୍ୟାଟିଂ ଲାଇନଅପ୍‌ ଫେଲ୍‌ ମାରିଛି। କେବଳ ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ଦେଲେ ଦୁଇ ଅଙ୍କ ସ୍କୋର ଛୁଇଁ ପାରି…

ଯେତେ ଶୀଘ୍ର ମିଶନ ଶେଷ ହେବ ସେତେ ଭଲ: ବାଇଡେନ

ଓ୍ବାଶିଂଟନ,୨୫ା୮: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ତ୍ୱରିତ କାର୍ଯ୍ୟ କରୁଛି। ଏଥି ସହିତ ବାଇଡେନ୍‌ କହିଛନ୍ତି, ଦେଶର ନୂତନ ତାଲିବାନ ଶାସକଙ୍କ ନିରନ୍ତର ସହଯୋଗ ଉପରେ ଏହି ଲକ୍ଷ୍ୟରେ ପହଞ୍ଚିବା…

ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ ପାଇଁ ହାଇକୋର୍ଟଙ୍କ ମଞ୍ଜୁରୀ ଜରୁରୀ: ଏସ୍‌ସି…

ନୂଆଦିଲ୍ଲୀ,୨୫।୮: ଏମ୍‌ପି ଏବଂ ବିଧାୟକଙ୍କ ଭଳି ଜନ ପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର ଉପରେ ସମ୍ପୂର୍ଣ୍ଣ କଟକଣା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ଦୁର୍ଭାଗ୍ୟ ବଶତଃ କୌଣସି ମାମଲା ପଞ୍ଜିକୃତ ହୋଇଛି, ତେବେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର…

ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…

ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri