Home Middle

ପ୍ରତିଦିନ ଆରମ୍ଭ ହେଉଛି ସିବିଆଇ-ଇଡ଼ିର ନୂଆ ଖେଳ, ଦେଶର ବିକାଶ କିପରି ହେବ ସମ୍ଭବ…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀର ନୂତନ ଅବକାରୀ ନୀତିକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ରବିବାର ସେ ଟୁଇଟ୍‌ କରି କହିଛନ୍ତି ଯେ ଯେଉଁ ସମୟରେ…

ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ୧୦ ରାଜନେତା, କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି…

ଚଣ୍ଡିଗଡ଼, ୨୧।୮ : ପଞ୍ଜାବର ୧୦ ଜଣ ରାଜନେତାଙ୍କୁ ହତ୍ୟା କରିବା ପାଇଁ ଆତଙ୍କqବାଦୀ ସଂଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଏନେଇ ଏକ ସତର୍କ ସୂଚନା ଜାରି କରାଯାଇଛି। ସୂଚନାନୁସାରେ, ଗୁପ୍ତଚର ଏଜେନ୍ସି ପକ୍ଷରୁ ପଞ୍ଜାବ…

ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ହଟିବା ଆଶଙ୍କା, ୨ ସପ୍ତାହ ମଧ୍ୟରେ ଆସିବ ଇସିଙ୍କ ନିଷ୍ପତ୍ତି…

ରାଞ୍ଚି, ୨୧।୮ : ଖଣି ଲିଜ ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମ୍ପୃକ୍ତି ସମ୍ପର୍କରେ ଆସନ୍ତା ୨ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ(ଇସି) ଏହାର ରାୟ ପ୍ରଦାନ କରିବାର ସମ୍ଭାବନା ରହିଛି। ସୂଚନାନୁସାରେ, ଯଦି ହେମନ୍ତ ସୋରେନଙ୍କ ବିରୋଧରେ ଆସିଥିବା…

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି। ଅଲକାଇଦା ଇଣ୍ଡିଆନ ସବକଣ୍ଟିନେଣ୍ଟ (ଏକ୍ୟୁଆଇଏସ) ଏବଂ ଅନସରୁଲ୍ଲା ବାଂଲା ଟିମ୍‌ (ଏବିଟି)…

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ସିସୋଦିଆ, ନାଟକ ବନ୍ଦ କରନ୍ତୁ, ମତେ ଯେଉଁଠିକି ଡାକିବେ ମୁଁ ସେଠାକୁ ଯିବି…

ନୂଆଦିଲ୍ଲୀ, ୨୧।୮ : ଦିଲ୍ଲୀ ନୂତନ ଅବକାରୀ ନୀତି ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦେଶ ଛାଡିବାକୁ ବାରଣ କରାଯାଇଛି। ତାଙ୍କ ବିରୋଧରେ ସିବିଆଇ ଲୁକ ଆଉଟ ସର୍କୁଲାର୍‌ ନୋଟିସ ଜାରି କରିଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ଦିଲ୍ଲୀର…

ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବେଆଇନ ମାଛଧରାରେ ଲାଗିବ ରୋକ…

ଓ୍ବାଶିଂଟନ, ୨୧।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନା ବେଆଇନ ଭାବେ ମାଛ ଧରିବା ଜାରି ରଖିଛି। ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହେଉଛି। ଏହି ଅଞ୍ଚଳରେ ଥିବା ଛୋଟ ଛୋଟ ଦେଶଙ୍କ ପକ୍ଷରୁ ଏନେଇ ଆପତ୍ତି କରାଯାଉଥିଲେ ମଧ୍ୟ ଚାଇନା…

ଅଭିଯୋଗ ପ୍ରମାଣିତ ହେଲେ ମୋ ସମ୍ପତ୍ତି ଲାଲୁଙ୍କୁ ଉପହାରରେ ଦେଇଦେବି ବୋଲି କହିଲେ ସୁଶୀଲ ମୋଦି…

ପାଟନା,୨୧।୮ : ବିହାରରେ ମହାମେଣ୍ଟ ସରକାର ଗଠନ ହେବା ପରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ଭାଜପା, ଆରଜେଡି ଏବଂ ଜେଡିୟୁ ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି। ଏହି କାଦୁଅ ଫିଙ୍ଗା…

ସକ୍ରିୟ ମାମଲା ଲକ୍ଷେ ତଳେ…

ନୂଆଦିଲ୍ଲୀ, ୨୧।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ଲକ୍ଷେ ତଳେ…

ଯୁକ୍ତ୨ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର, ୨୧।୮(ବ୍ୟୁରୋ): ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ୨ ନାମଲେଖା ଅବଧିକୁ ରାଜ୍ୟ ସରକାର ୫ଦିନ ବୃଦ୍ଧି କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅନୁମୋଦନକ୍ରମେ ପରିବର୍ତ୍ତିତ ନାମଲେଖା କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ରାଜ୍ୟର ଉଚ୍ଚ…

ଏବେ ବି ୪.୭୨ ଲକ୍ଷ ଜଳବନ୍ଦୀ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଫଳରେ ଓଡ଼ିଶାରେ ବର୍ଷା ପରିମାଣ ହ୍ରାସପାଇଛି। ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ…

ଅଟକିଛି ୮ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଦେଶର ଅଷ୍ଟମ ବୃହତ୍‌ ରାଜ୍ୟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ରେଳ ସାନ୍ଧ୍ରତା କ୍ଷେତ୍ରରେ ବହୁ ପଛରେ ରହିଛି। ଏପରି କି ଦେବଗଡ଼, ନବରଙ୍ଗପୁର, କନ୍ଧମାଳ,…

ପୁଟିନଙ୍କ ଅତି ନିକଟତମ ଅଲେକଜ୍ୟାଣ୍ଡର ଦୁଗିନଙ୍କୁ ହତ୍ୟା ଉଦ୍ୟମ, କାର ବିସ୍ଫୋରଣରେ ଝିଅ ମୃତ

ମସ୍କୋ,୨୧ ।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନର ଅତି ନିକଟତମ ଆଲେକଜ୍ୟାଣ୍ଡର ଦୁଗିନଙ୍କ ଝିଅଙ୍କୁ ହତ୍ୟା କରାଯାଇଛି । ଏକ କାର ବିସ୍ଫୋରଣରେ ଆଲେକଜ୍ୟାଣ୍ଡରଙ୍କ ଝିଅ ଦରୟା ଦୁଗିନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କାରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଛିଇ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?