ଅଟକିଛି ୮ରେଳ ପ୍ରକଳ୍ପ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ରେଳ ପ୍ରକଳ୍ପ କଚ୍ଛପ ଗତିରେ ଚାଲିଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଦେଶର ଅଷ୍ଟମ ବୃହତ୍‌ ରାଜ୍ୟ ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟ ତୁଳନାରେ ରେଳ ସାନ୍ଧ୍ରତା କ୍ଷେତ୍ରରେ ବହୁ ପଛରେ ରହିଛି। ଏପରି କି ଦେବଗଡ଼, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲାଗୁଡ଼ିକୁ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ରେଳ ସଂଯୋଗ ହୋଇପାରି ନାହିଁ। ରାଜ୍ୟର ବିଭିନ୍ନ ଭାଗରେ ରେଳ ମନ୍ତ୍ରଣାଳୟ ଦ୍ୱାରା ଯେଉଁ ପ୍ରକଳ୍ପ ଆରମ୍ଭ କରାଯାଉଛି ଆନ୍ତରିକତା ଅଭାବ ଯୋଗୁ ତାହା ଦୀର୍ଘ ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଜମି ଅଧିଗ୍ରହଣ ଏବଂ ଜଙ୍ଗଲ ଅନୁମତି ଆଳରେ ପ୍ରକଳ୍ପ ବର୍ଷ ବର୍ଷ ଧରି ପଡ଼ିରହୁଛି।
ରାଜ୍ୟ ପରିବହନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ପାଇଁ ୮ଟି ରେଳ ପ୍ରକଳ୍ପ ଦୀର୍ଘ ବର୍ଷ ହେବ ଅଧାରେ ପଡ଼ିରହିଛି। ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର, ତାଳଚେର-ବିମଳାଗଡ଼ ଭଳି ପ୍ରକଳ୍ପ ଦୁଇ ଦଶନ୍ଧି ବିତିବା ପରେ ମଧ୍ୟ ଶେଷ ହୋଇ ପାରୁନାହିଁ। ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ପ୍ରକଳ୍ପ କାର୍ଯ୍ୟ ୧୯୯୬ରେ ଆରମ୍ଭ ହୋଇଥିଲା। ଦୀର୍ଘ ୨୫ ବର୍ଷ ପରେ ମଧ୍ୟ ଏହି ରେଳଲାଇନ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୩୨୫.୬ କିମି ରେଳଲାଇନ ମଧ୍ୟରୁ ଏ ପର୍ଯ୍ୟନ୍ତ ମାତ୍ର ୬୮ କିଲୋମିଟର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକଳ୍ପ ପାଇଁ ବେସରକାରୀ ଜମି ଅଧିଗ୍ରହଣ ସମସ୍ୟା ସୃଷ୍ଟି କରିଛି। ପ୍ରକଳ୍ପ ପାଇଁ ଆହୁରି ୮୮.୨୪୭ ଏକର ଜମି ଯୋଗାଇ ଦେବାକୁ ବାକି ରହିଛି। ପ୍ରକଳ୍ପ କାର୍ଯ୍ୟ କେବେ ସରିବ ତାହା ମଧ୍ୟ ଅନିଶ୍ଚିତତା ଭିତରେ ରହିଛି। ସେହିପରି ୧୫୦ କିମି ତାଳଚେର -ବିମଳାଗଡ଼ ରେଳ ପ୍ରକଳ୍ପ ୨୦୦୩-୦୪ରେ ଆରମ୍ଭ ହୋଇଥିଲା। ୧୭ ବର୍ଷ ପରେ ମଧ୍ୟ ଏହା ଅସମ୍ପୂର୍ଣ୍ଣ ହୋଇ ରହିଛି। ଏହି ପ୍ରକଳ୍ପ ପାଇଁ ଅଧା ଜମି ମଧ୍ୟ ଅଧିଗ୍ରହଣ ହୋଇ ନାହିଁ। ଖଣିଜ ସମ୍ପଦ ଭରା ଅନୁଗୋଳ ଜିଲା ପାଇଁ ଏହି ରେଳପଥ ଗୁରୁତ୍ୱ ବହନ କରୁଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ହେଲେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟା ହୋଇଛି। ପ୍ରକଳ୍ପ ପାଇଁ ଆବଶ୍ୟକ ସମୁଦାୟ ୯୮୭.୧୦୫ ଏକର ଜମିରୁ ୪୯୭.୦୬ ଏକର ଜମି ଯୋଗାଇ ଦିଆଯାଇଛି। ଆହୁରି ୪୯୦.୦୪୫ ଏକର ଜମି ଯୋଗାଇ ଦେବାକୁ ବାକି ରହିଛି।
ସେହିପରି ଆଦୌ ରେଳଲାଇନ ନ ଥିବା ମାଲକାନଗିରି ଓ ନବରଙ୍ଗପୁର ଜିଲାରେ ହେବାକୁ ଥିବା ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ସ୍ଥାଣୁ ଅବସ୍ଥାରେ ରହିଛି। ଏଥିପାଇଁ ଆବଶ୍ୟକ ହେଉଥିବା ୧୭୭୦.୩୪୯ ଏକର ଘରୋଇ ଜମିରୁ କାଣିଚାଏ ବି ଅଧିଗ୍ରହଣ କରାଯାଇ ନାହିଁ। ତାଳଚେର-ସମ୍ବଲପୁର ଦ୍ୱିତୀୟ ରେଳଲାଇନ, ସାଲେଗାଁଓ- ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ରେଳଲାଇନ, ସମ୍ବଲପୁର-ଟିଟିଲାଗଡ଼ ଦ୍ୱିତୀୟ ରେଳଲାଇନ ଏବଂ ଟିଟିଲାଗଡ଼- ବିଜୟନଗରମ୍‌ ତୃତୀୟ ରେଳଲାଇନ କାମ ମଧ୍ୟ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ଅଟକି ରହିଛି। ଜମି ଯୋଗାଇବାରେ ବିଳମ୍ବ ହେଉଥିବାରୁ କାମ ଆଗେଇ ପାରୁ ନ ଥିବା ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ କହୁଛନ୍ତି। ଏକଥାକୁ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସ୍ବୀକାର କରିଛନ୍ତି। ଜମି ଅଧିଗ୍ରହଣ ଭୂ-ଅର୍ଜନର ବିଭିନ୍ନ ଧାରା ଅନୁଯାୟୀ କରାଯାଇଥାଏ । ଏହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରାଯାଏ। ଏଥିଯୋଗୁ ଜମି ଅଧିଗ୍ରହଣ ବିଳମ୍ବ ହେଉଥିବା ନେଇ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତରରେ କହିଛନ୍ତି। ସେହିପରି ଦେବଗଡ଼, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରି ଜିଲାରେ ମଧ୍ୟ ରେଳ ସଂଯୋଗ ନାହିଁ। ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ବଜେଟରେ ଅର୍ଥ ବରାଦ କରିବାକୁ ପ୍ରତି ବର୍ଷ କହି ଆସୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri