ଫାଇନାଲରେ ରାଜସ୍ଥାନ-ଗୁଜରାଟ
ଅହମଦାବାଦ,୨୮।୫: ସିନିୟର ଖେଳାଳିଙ୍କ ଦାୟିତ୍ୱହୀନ ପ୍ରଦର୍ଶନ ଯୋଗୁ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଅଭିଯାନ କ୍ୱାଲିଫାୟର-୨ରୁ ଶେଷ ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଜୋସ ବଟଲରଙ୍କ ଅପରାଜିତ ଶତକ ସହାୟତାରେ ରାଜସ୍ଥାନ…
ରାଜସ୍ଥାନକୁ ୧୫୮ ରନ୍ର ଟାର୍ଗେଟ
ଅହମ୍ମଦାବାଦ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର କ୍ୱାଲିଫାୟାର-୨ ମୁକାବିଲା ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ୍ କରିବାରେ ସକ୍ଷମ…
କ୍ୱାଲିଫାୟାର-୨: ଟସ୍ ଜିତିଲା ରାଜସ୍ଥାନ, ବାଙ୍ଗାଲୋରର ଜବରଦସ୍ତ ବ୍ୟାଟିଂ
ମୁମ୍ବାଇ,୨୭।୫: ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶୁକ୍ରବାର କ୍ୱାଲିଫାୟାର-୨ ମୁକାବିଲା ଖେଳାଯାଉଛି। ଏଥିରେ ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛନ୍ତି। ଉଭୟ ଟିମ୍ ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି।…
ନଦୀକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍
ଲେହ,୨୭।୫: ଲଦାଖର ତୁରତୁକ ସେକ୍ଟରରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨୬ଜଣ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଶ୍ୟୋକ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ…
ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ
ନୂଆଦିଲ୍ଲୀ,୨୭ ।୫: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ କୋର୍ଟ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି । ଦିଲ୍ଲୀର ଏକ କୋର୍ଟ ଚୌତାଲାଙ୍କ…
‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ରହିଆସିଛି’
କାବୁଲ,୨୭ା୫: ବିଭିନ୍ନ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ତାଜିକିସ୍ତାନର ରାଜଧାନୀ ଦୁଶାନ୍ବେରେ ଏକାଠି ହୋଇ ଆଫଗାନିସ୍ତାନରେ ଅଶାନ୍ତି ଉପରେ ଆଲୋଚନା କରିଛନ୍ତି। ଶୁକ୍ରବାର ଦୁଶାନ୍ବେରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତର ଏନ୍ଏସ୍ଏ ଅଜିତ ଡୋଭାଲ ମଧ୍ୟ ଯୋଗ ଦେଇଛନ୍ତି।…
ପେନ୍ସିଲ୍ଭାନିଆରେ ବଡ଼ ଧରଣର ବିସ୍ଫୋରଣ: ୪ ମୃତ
ଓ୍ବାଶିଂଟନ,୨୭ା୫: ଆମେରିକାର ପେନ୍ସିଲଭାନିଆର ଏକ ଘରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପେନ୍ସିଲଭାନିଆର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏହି ଶକ୍ତିଶାଳୀ ବିସ୍ଫୋରଣ…
ଆଜି ବର୍ଷାଙ୍କ ଆବେଦନ ଶୁଣାଣି
କଟକ ଅଫିସ,୨୭ା୫: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତିଙ୍କ ବିବାଦ ତୁଟୁନି। ଶୁକ୍ରବାର ବର୍ଷାଙ୍କ ଆବେଦନର ଶୁଣାଣି କରିବେ ହାଇକୋର୍ଟ। ସୋସିଆଲ ମିଡିଆରେ ବର୍ଷାଙ୍କ ସମ୍ମାନ ହାନି ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ବର୍ଷା। ସୂଚନାଯୋଗ୍ୟ, ପୁରୀଘାଟ ଥାନାରେ…
ଚିଲିକା ମଝିରେ ପୁଣି ଅଟକିଲା ଡଙ୍ଗା
ପୁରୀ ଅଫିସ,୨୭ା୫: ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର ସକାଳେ ଏକ ଦେଶୀ ଡଙ୍ଗା ଚିଲିକା ମଝିରେ ଅଟକିଛି। ଡଙ୍ଗାଟି ୪୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିଲା। କିଛି ବାଟ ଯିବା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ…
ପାକିସ୍ତାନରେ ପେଟ୍ରୋଲ-ଡିଜେଲ ୩୦ ଟଙ୍କା ବୃଦ୍ଧି, ଶହବାଜ ସରକାରଙ୍କୁ ଟାର୍ଗେଟ କରି ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ
ଇସଲାମାବାଦ,୨୭ ।୫: ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲରେ ୩୦ ଟଙ୍କା ବୃଦ୍ଧି ହୋଇଛି । ପାକିସ୍ତାନରେ ଏବେ ଲୋକେ ପେଟ୍ରୋଲ ୧୭୯.୮୬ ଟଙ୍କା ଓ ଡିଜେଲ ୧୭୪.୧୫ ଟଙ୍କାରେ କିଣିବେ । ପେଟ୍ରୋଲ ଓ ଡିଜେଲ ଦାମ…
ବଂଶବାଦକୁ ହଟାଇ ଗୋଟିଏ ପରିବାର ଗୋଟିଏ ଟିକେଟ ନୀତି ଆପଣେଇବ ଭାଜପା
ନୂଆଦିଲ୍ଲୀ,୨୭ ।୫: ଭାରତୀୟ ଜନତା ପାର୍ଟି(ଭାଜପା) ୨୦୨୪ ଲୋକ ସଭା ନିର୍ବାଚନରେ ବଂଶବାଦ-ପରିବାରବାଦକୁ ବଡ ନିର୍ବାଚନୀ ମୁଦ୍ଦା କରିବା ଯୋଜନାରେ ରହିଛି । ଦଳ ଆଗାମୀ ବିଧାନସଭା ନିର୍ବାଚନରେ ‘ଗୋଟିଏ ପରିବାର ଗୋଟିଏ ଟିକେଟ’ର ଫୁର୍ମଲା ଲାଗୁ କରିବ । ଆସନ୍ତା…
ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ପ୍ରଥମ
ଭୁବନେଶ୍ୱର,୨୭ା୫(ବ୍ୟୁରୋ): ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ସମଗ୍ର ଦେଶରେ ଓଡ଼ିଶା ଦୃଷ୍ଟାନ୍ତମୂଳକ ଉଦାହରଣ ପାଲଟିଛି। ଏସ୍ଆର୍ଏସ୍ ବୁଲେଟିନ୍ ଅନୁଯାୟୀ, ୨୦୦୫ରୁ ୨୦୨୦ ମସିହା ମଧ୍ୟରେ ଓଡ଼ିଶାରେ ଶିଶୁ ମୃତ୍ୟୁହାର ୩୯ ପଏଣ୍ଟ…
Archives


