Posted inଜାତୀୟ

ଶେଷକୁ କାମରେ ଆସିଲା ଶାହାଙ୍କ ରଣନୀତି

ନୂଆଦିଲ୍ଲୀ,୩୦ ।୬: କାମ ଦେଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି । ଦୀର୍ଘ ଅଢେଇ ବର୍ଷର ଅପେକ୍ଷା ପରେ ତୃତୀୟ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସଫଳ ହେଲା ଅପରେଶନ ଲୋଟସ । ଏହି ଅପରେଶନରେ ସଫଳ ହେବାକୁ ଅବଶ୍ୟ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଦୀର୍ଘ ଅଢେଇ ବର୍ଷ ଅପେକ୍ଷା କରିବାକୁ ପଡିଲା । ରାଜସ୍ଥାନରେ ଅପରେଶନ ଲୋଟସ ଅସଫଳ ହେବା ପରେ ଭାଜପାର ନଜର ପଡିଥିଲା ମହାରାଷ୍ଟ୍ର ଉପରେ । ଏଠାରେ ଧୀରେ ଧୀରେ ରଣନୀତି ପ୍ରସ୍ତୁତ କରି ଶେଷରେ ସଫଳ ହେଲା ଭାଜପା ।
ଶିବସେନାର ଦୁଇ ତୃତିୟାଂଶରୁ ଅଧିକ ବିଧାୟକ ଦଳ ଛାଡିଦେଲେ । ହେଲେ ସମସ୍ୟା ସେତେବେଳେ ଉପୁଜିଲା ଯେତେବେଳେ ଶାସକ ମହାବିକାଶ ଅଘାଡିକୁ ସମର୍ଥନ ଦେଉଥିବା ଛୋଟ ଛୋଟ ଦଳ ଓ ନିର୍ଦ୍ଦଳୀୟମାନେ ହାତ ଛାଡିଦେଲେ । ସଂଖ୍ୟା ବଳ ଦୃଷ୍ଟିରୁ ଭାଜପା ନିଜର ଓ ନିର୍ଦ୍ଦଳୀୟ, ଅନ୍ୟ ଛୋଟ ଦଳ ସହ ମିଶି ସରକାର ଗଢିବାର ସ୍ଥିତିକୁ ଚାଲି ଆସିଲା ।
ସୂଚନାଯୋଗ୍ୟ, ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ପଦରୁ ଇ୍‌ସ୍ତଫା ଦେଇଥିବା ବେଳେ ଗୁରୁବାର ହେବ ଫ୍ଲୋର ଟେଷ୍ଟ । ଏକନାଥ ସିନ୍ଧେଙ୍କ ସମର୍ଥକମାନେ ଗୁରୁବାର ମୁମ୍ବାଇ ଫେରିବେ । ଏହି ଫ୍ଲୋର ଟେଷ୍ଟ ପରେ ଦେବେନ୍ଦ୍ର ଫଡନବିଶ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଉଠିଲା ପ୍ରଶ୍ନ

ଦୁବାଇ,୫ା୧୦: ଦୁବାଇରୁ ୧୭୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବୁଧବାର ଇସ୍ରାଏଲ୍‌ର ତେଲ୍‌ ଆଭିଭ୍‌ ଯାଉଥିବା ଫ୍ଲାଏଦୁବାଇ ବିମାନର ସହପାଇଲଟ୍‌ ହମାମ ଅଲ୍‌-ହମାମି ଏହାକୁ ନିୟନ୍ତ୍ରଣକୁ ନେଇ ଦୁର୍ଘଟଣାଗ୍ରସ୍ତ…

ୟୁକ୍ରେନ୍‌ରେ ଭାରତୀୟ ଔଷଧ ପ୍ଲାଣ୍ଟ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ: ଜଣେ ମୃତ

ନୂଆଦିଲ୍ଲୀ,୫ା୧୦: ୟୁକ୍ରେନ୍‌ରେ ଥିବା ଭାରତର କୁସୁମ ଗ୍ରୁପ୍‌ ପରିଚାଳିତ ଏକ ଔଷଧ କାରଖାନା ଉପରେ ରୁଷିଆ ଡ୍ରୋନ୍‌ ଆକ୍ରମଣ କରିବାରୁ ଜଣେ ପ୍ରାଣ ହରାଇବା ସହ ଅନେକେ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?