Posted inଜାତୀୟ

ଉଦୟପୁର ହତ୍ୟାକାଣ୍ଡରେ ପାକିସ୍ତାନୀ ସଂଗଠନ ସମ୍ପୃକ୍ତି ନେଇ ତଦନ୍ତ ଜାରି, ୩୨ ଅନ୍‌ଲାଇନ୍‌ ପାଠ୍ୟକ୍ରମରେ ଜେହାଦୀ ତାଲିମ୍‌ …

ନୂଆଦିଲ୍ଲୀ, ୨୯।୬ : ଉଦୟପୁର ହତ୍ୟାକାଣ୍ଡର ପାକିସ୍ତାନୀ ସଂଗଠନର ସମ୍ପୃକ୍ତି ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଟେଲର କହ୍ନେୟାଙ୍କ ଗଳା କାଟିଥିବା ଉଭୟ ଅଭିଯୁକ୍ତ ପାକିସ୍ତାନର ଦାୱତ-ଇ-ଇସଲାମି ସଂଗଠନ ସହ ଜଡିତ ଥିଲେ। ଏହି ସଂଗଠନ ୧୦୦ରୁ ଅଧିକ ଦେଶରେ ସକ୍ରିୟ ଏବଂ ଇସଲାମର ପ୍ରଚାର ପାଇଁ ବିଭିନ୍ନ ଅନଲାଇନ ପାଠ୍ୟକ୍ରମ ମଧ୍ୟ ଚଳାଉଛି। ଏହାପୂର୍ବରୁ ଭାରତର ଏହି ଇସଲାମିକ ସଂଗଠନ ମଧ୍ୟ ଧର୍ମ ପରିବର୍ତ୍ତନ କରାଉଥିବା ଅଭିଯୋଗ ହୋଇଛି।

ଏହି ସଂସ୍ଥା ଦ୍ୱାରା ଦାନ ବାକ୍ସ ବିଭିନ୍ନ ସ୍ଥାନକୁ ରଖାଯାଇଥିବାର ଖବର ମଧ୍ୟ ଆସିଛି। ଅଭିଯୋଗ ହୋଇଛି ଯେ ଦାନ ମାଧ୍ୟମରେ ଆସୁଥିବା ଟଙ୍କା ଭୁଲ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଦାୱତ-ଇ-ଇସଲାମ ନିଜକୁ ଏକ ଅଣ-ରାଜନୈତିକ ଇସଲାମ ସଂଗଠନ ଭାବରେ ଉଲ୍ଲେଖ କରିଥାଏ। ଏହା ୧୯୮୧ରେ ପାକିସ୍ତାନର କରାଚିରେ ଗଠିତ ହୋଇଥିଲା। ମୌଲାନା ଆବୁ ବିଲାଲ ମହମ୍ମଦ ଇଲିୟାସ ଏହି ଇସଲାମିକ ସଂଗଠନ ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ଗତ ଚାରି ଦଶନ୍ଧି ଧରି ଭାରତରେ ସକ୍ରିୟ ଅଛି। ସଂଗଠନର ଉଦ୍ଦେଶ୍ୟ ହେଉଛି ଶାରିଆ ଆଇନ ପ୍ରଚାର କରିବା ଏବଂ ଏହାର ଶିକ୍ଷାକୁ କାର୍ଯ୍ୟକାରୀ କରିବା। ବର୍ତ୍ତମାନ, ଏହି ସଂଗଠନ ୧୦୦ ରୁ ଅଧିକ ଦେଶରେ ଏହାର ନେଟୱାର୍କ ପ୍ରସାର କରିଛି।

ଦୋୱତ-ଇ-ଇସଲାମିର ନିଜସ୍ବ ୱେବସାଇଟ ଅଛି। ୱେବସାଇଟ ଜରିଆରେ ଏହି ଇସଲାମିକ ସଂଗଠନ ଶାରିଆ ନିୟମ ଅନୁଯାୟୀ ଅନଲାଇନରେ ଇସଲାମୀୟ ଶିକ୍ଷା ପ୍ରଚାର କରୁଛି। ଏହାର ୱେବସାଇଟରେ ପ୍ରାୟ ୩୨ ପ୍ରକାରର ଇସଲାମିକ ପାଠ୍ୟକ୍ରମ ଉପଲବ୍ଧ। ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ବିଭିନ୍ନ ପ୍ରକାରର ପାଠ୍ୟକ୍ରମ ରହିଛି। ଏହା ବ୍ୟତୀତ ଏହି ସଂଗଠନ ମୁସଲମାନମାନଙ୍କୁ କୁରାନ ଏବଂ ଶାରିଆ ନିୟମ ସବୁ ପଢ଼ିବାକୁ ପ୍ରସ୍ତୁତ କରିଥାଏ।

ଏହି ପାଠ୍ୟକ୍ରମ ମାଧ୍ୟମରେ, ଜେହାଦି ହେବାକୁ ସ୍ବତନ୍ତ୍ର ତାଲିମ ଦିଆଯାଇଥାଏ। ଉଦୟପୁର ମାମଲାର ଉଭୟ ଅଭିଯୁକ୍ତ ଅନଲାଇନ ପାଠ୍ୟକ୍ରମ ସହିତ ଜଡିତ ଥିଲେ।

ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି ଯେ ଉଦୟପୁରରେ କହ୍ନେୟାଲାଲଙ୍କୁ ହତ୍ୟା କରିଥିବା ଉଭୟ ଅଭିଯୁକ୍ତ ମହମ୍ମଦ ରିଆଜ ଏବଂ ଗୌସ ମହମ୍ମଦ ଦାୱତ-ଇ-ଇସଲାମି ନାମକ ଏକ ସଂଗଠନ ସହ ଜଡିତ। ଉଭୟେ ଇସଲାମିକ ସଂଗଠନର ଅନଲାଇନ ପାଠ୍ୟକ୍ରମ ପଢୁଥିଲେ। ହତ୍ୟା ପରେ ଉଭୟ ଅଭିଯୁକ୍ତ ଅଜମେର ଦରଗାହ ଜିଆରତକୁ ଯାଉଥିଲେ।

ଏହି ସଂଗଠନ ସମଗ୍ର ବିଶ୍ୱରେ ସୁନ୍ନି ମୌଳିକତାକୁ ପ୍ରୋତ୍ସାହିତ କରିଥାଏ। ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏକ ଏସଆଇଟି ଗଠନ କରିଛନ୍ତି। ଏସଆଇଟି ଦଳ ଉଦୟପୁରରେ ପହଞ୍ଚିଛନ୍ତି। ଏହି ହତ୍ୟା ମାମଲାର ଏନଆଇଏ ମଧ୍ୟ ତଦନ୍ତ କରିବ। ଏନଆଇଏ ଦଳ ବୁଧବାର ଉଦୟପୁରରେ ପହଞ୍ଚିବେ। ଏହି ହତ୍ୟାକାଣ୍ଡ ପଛରେ ଅନ୍ତର୍ଜାତୀୟ ଷଡଯନ୍ତ୍ରର ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସୁଛି। ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଆତଙ୍କବାଦୀ ସଂଗଠନ ଅଲ କାଏଦା ମଧ୍ୟ ଧମକ ଦେଇ ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ମଉଜ କରିବାକୁ ଜନ୍ମ ହୋଇନାହିଁ’

ନୂଆଦିଲ୍ଲୀ,୩ା୫: ଲୋକ ସଭା ନିର୍ବାଚନ-୨୦୨୪ ପାଇଁ  ୭ ମେ’ରେ ତୃତୀୟ ପର୍ଯ୍ୟାୟରେ ଭୋଟ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ନିର୍ବାଚନ ପ୍ରଚାର ଜୋର୍‌ଦାର ହୋଇଛି। ଏହି...

କୋଭିଶିଲ୍ଡ ଟିକା ନେବାରୁ ଯାଇଥିଲା ଝିଅର ଜୀବନ, ଆଷ୍ଟ୍ରା ଜେନେକା ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ପିତା

ନୂଆଦିଲ୍ଲୀ,୩।୫: କୋଭିଶିଲ୍ଡ ଟିକା ନେବାରୁ ଜଣେ ଝିଅର ଜୀବନ ଯିବାରୁ ଏବେ ତାଙ୍କର ମାତାପିତା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଏବଂ ବ୍ରିଟିଶ ଫାର୍ମା...

‘ରାଏବରେଲିରୁ ହାରିବେ ରାହୁଲ’

ନୂଆଦିଲ୍ଲୀ,୩।୫: ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ କଂଗ୍ରେସ ଘୋଷଣା କରିଛି। ଶେଷ ମୁହୂର୍ତ୍ତରେ ଦଳ ନିଷ୍ପତ୍ତି ନେଇଛି ଯେ ରାହୁଲ...

ସିପିଆଇ ନେତା ଅତୁଲ କୁମାର ଅଞ୍ଜାନଙ୍କ ପରଲୋକ

ଲକ୍ଷ୍ନୌ,୩।୫: ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ ପରେ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ସିପିଆଇ) ର ଜାତୀୟ ସଚିବ ଅତୁଲ କୁମାର...

ରାହୁଲ ଗାନ୍ଧୀ ବନାମ ପ୍ରତାପ ସିଂ, ରାଏବରେଲିରେ କିଏ, କାହା ଉପରେ ପଡ଼ିବ ଭାରି

ନୂଆଦିଲ୍ଲୀ,୩।୫: ଶୁକ୍ରବାର କଂଗ୍ରେସ ରାଏବରେଲି ଏବଂ ଆମେଠି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାହୁଲ ଗାନ୍ଧୀ ରାଏବରେଲିରୁ ଏବଂ କିଶୋରୀ ଲାଲ ଶର୍ମା ଆମେଠିରୁ ନିର୍ବାଚନ...

୨୫ ବର୍ଷ ପରେ ଆମେଠିରେ ଘଟିବାକୁ ଯାଉଛି ଏମିତି ଘଟଣା..

ଲକ୍ଷ୍ନୌ,୩।୫: ୟୁପିର ଏକ ହାଇପ୍ରୋଫାଇଲ ସିଟ ମଧ୍ୟରୁ ଅନ୍ୟତମ ଆମେଠିକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବରେ ବିବେଚନା କରାଯାଏ। ୧୯୯୯ ପରେ ପ୍ରଥମଥର ପାଇଁ...

ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରୁ ଶେଷରେ କାହିଁକି ହଟିଲେ ପ୍ରିୟଙ୍କା ଗାନ୍ଧୀ: ଭାଇଙ୍କ ପାଇଁ ନା ଅନ୍ୟ କିଛି

ନୂଆଦିଲ୍ଲୀ,୩।୫: ରାଏବରେଲି ଏବଂ ଆମେଠିରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଏବରେଲିରୁ ରାହୁଲ ଗାନ୍ଧୀ ଏବଂ ଆମେଠିରୁ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ପ୍ରିୟଙ୍କା ଗାନ୍ଧୀ...

କିଏ ସେହି କେ.ଏଲ୍‌ ଶର୍ମା, ଯାହାଙ୍କୁ ଆମେଠିରୁ ଟିକେଟ୍‌ ଦେଲା କଂଗ୍ରେସ

ଲକ୍ଷ୍ନୌ,୩ା୫: କଂଗ୍ରେସ କମିଟି (ଏଆଇସିସି) ଆମେଠି ଏବଂ ରାଏବରେଲି ଆସନରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଶୁକ୍ରବାର ସ୍ପଷ୍ଟ କରିଛି। କଂଗ୍ରେସ ଆମେଠି ବଦଳରେ ରାଏବରେଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri