Posted inଜାତୀୟ

ଗଳାକାଟି ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ…

ବିଜାପୁର, ୨୯।୬ : ଛତିଶଗଡର ବିଜାପୁର ଜିଲାରେ ମାଓବାଦୀ ବର୍ବର କାଣ୍ଡ ଭିଆଇଛନ୍ତି। ମାଓବାଦୀମାନେ ଏକ ମାଓପ୍ରବଣ ଗାଁର ସରପଞ୍ଚଙ୍କୁ ତୀକ୍ଷ୍‌ଣ ଅସ୍ତ୍ରରେ ଗଳା କାଟି ହତ୍ୟା କରିଛନ୍ତି। ପୋଲିସ ଇନଫରମର ସନ୍ଦେହରେ ମାଓବାଦୀମାନେ ଏହି ଘଟଣା ଘଟାଇ ଛନ୍ତି। ୧୨ରୁ ଅଧିକ ସଶସ୍ତ୍ର ମାଓବାଦୀ ରାତି ଅଧରେ ଗାଁକୁ ଆସି ସରପଞ୍ଚଙ୍କୁ ଘରୁ ଜଙ୍ଗଲକୁ ନେଇ ଯାଇଥିଲେ। ସରପଞ୍ଚଙ୍କୁ ହତ୍ୟା କରିବା ପରେ ମାଓବାଦୀମାନେ ଚାଲି ଯାଇଥିଲେ। ଏହି ଘଟଣା ଜିଲାର ତୟୋନାର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର-ବୁଧବାର ମଧ୍ୟ ରାତ୍ରିରେ ବିଜାପୁର ଜିଲାର ମୋରମେଡ ଗାଁରେ ପହଞ୍ଚି ମାଓବାଦୀମାନେ ସରପଞ୍ଚ ପତିରାମ କୁଡିୟମଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ପତିରାମ ଘରେ ଶୋଇଥିଲେ। ମାଓବାଦୀମାନେ ସରପଞ୍ଚଙ୍କୁ ସେମାନଙ୍କ ସହ ଯିବାକୁ କହିଥିଲେ। ଯେତେବେଳେ ସମ୍ପର୍କୀୟମାନେ ତାଙ୍କୁ ନ ନେବାକୁ ଅନୁରୋଧ କଲେ। ମାଓବାଦୀମାନେ ବନ୍ଧୁକ ଦେଖାଇ ପରିବାରକୁ ଧମକ ଦେଇଥିଲେ। କୁହାଯାଉଛି ଯେ ଗାଁରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ନେଇ ମାଓବାଦୀମାନେ କ୍ରୋଧିତ ହୋଇଥିଲେ ଏବଂ ଅନେକ ଦିନ ଧରି ସରପଞ୍ଚ ମାଓବାଦୀମାନଙ୍କ ଟାର୍ଗେଟରେ ଥିଲେ। ସୂଚନାଯୋଗ୍ୟ ପୋଲିସ ଇନଫରମର ସନ୍ଦେହରେ ସରପଞ୍ଚଙ୍କୁ ମାଓବାଦୀମାନେ ମଧ୍ୟ ଅନେକ ଥର ଧମକ ଦେଇଥିଲେ।

ମାଓବାଦୀଙ୍କ ଏହି କାର୍ଯ୍ୟ ଯୋଗୁଁ ଗାଁରେ ଆତଙ୍କ ଖେଳିଯାଇଛି। ପୋଲିସ ଫୋର୍ସ ଗାଁରେ ମୁତୟନ କରାଯାଇଛି। ସୂଚନାନୁସାରେ, ମାଓବାଦୀମାନେ ମୃତକଙ୍କ ପରିବାରକୁ ନିରନ୍ତର ଟାର୍ଗେଟ କରୁଛନ୍ତି। ଏହାପୂର୍ବରୁ ମାଓବାଦୀମାନେ ପରିବାରର ଦୁଇଜଣ ସଦସ୍ୟଙ୍କୁ ମଧ୍ୟ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରୁ ପଙ୍ଗା ନେବା ପଡିଲା ଭାରି, ହାରିଗଲେ ଶେଟ୍ଟାର

ବେଙ୍ଗାଲୁରୁ,୧୩।୫: ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦିଶ ଶେଟ୍ଟାରଙ୍କୁ ପଙ୍ଗା ନେବା ଭାରି ପଡିଛି। ଶେଟ୍ଟାର ହୁବଲି ଧାରବାଡ...

କିପରି କାର୍ଯ୍ୟ କରିବ ନୂଆ କେନ୍ଦ୍ରଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୬ା୮(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଣିଥିବା ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହା ଆଇନରେ...

ଆଇୟୁଏମ୍‌ଏଲ୍‌ ମୁଖ୍ୟ ପାନକ୍କଡ଼ ଥଙ୍ଗଲଙ୍କ ପରଲୋକ

କୋଚି,୭।୩: ଇଣ୍ଡିଆନ ୟୁନିଅନ୍‌ ମୁସ୍‌ଲିମ ଲିଗ୍‌ (ଆଇୟୁଏମ୍‌ଏଲ୍‌) ସଭାପତି ପାନକ୍କଡ଼ ସୟେଦ ହାଇଦରାଲି ଶିହାବ ଥଙ୍ଗଲଙ୍କ ୭୪ ବର୍ଷ ବୟସରେ ପରଲୋକ ଘଟିଛି। ବହୁ ରୋଗରେ...

‘ପାଳି ସରକାର କଥା ଉଠୁ ନାହିଁ’

ନୂଆଦିଲ୍ଲୀ,୨୭।୮: “ ପାଳି ସରକାର କଥା ଉଠୁ ନାହିଁ। ମୋ ସପକ୍ଷରେ ଛତିଶଗଡ଼ର କଂଗ୍ରେସ ଇନଚାର୍ଜ ପି ଏଲ ପୁନିଆ ଅଛନ୍ତି। ମୋର ଯାହା କହିବାର...

୨୦ ଟଙ୍କା ଚା’ ଉପରେ ସେବା କର ୫୦ ଟଙ୍କା, ଭାରତୀୟ ରେଲଓ୍ବେ ରସିଦ୍‌ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ, ୧।୭ : ଭାରତୀୟ ରେଲଓ୍ବେର ଏକ ରସିଦ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରେଲଓ୍ବେ ଜଣେ ଯାତ୍ରୀଙ୍କଠାରୁ ଗୋଟିଏ କପ ଚା‘...

ଷ୍ଟକ୍‌ ଅଛି କୋଇଲା, ଚିନ୍ତା କରିବାର ଆବଶ୍ୟକତା ନାହିଁ: ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ,୧୦।୧୦: ଦେଶର ଅନେକ ରାଜ୍ୟରେ କୋଇଲା ଅଭାବ ଦେଖଦେଇଛି। ଏହି କାରଣରୁ ବିଦ୍ୟୁତ ସଙ୍କଟ ଗଭୀର ହୋଇଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂ ଆଜି...

କ୍ୟାନସର୍‌ ରୋଗୀଙ୍କ ପାଇଁ କେଶ ଦାନ କଲେ ମହିଳା ପୋଲିସ ଅଫିସର

ତ୍ରିସୁର,୨୭।୯:କେରଳର ତ୍ରିସୁର ଜିଲାରେ ଜଣେ ପୋଲିସ ଅଫିସର ଅପର୍ଣ୍ଣା ଲଭକୁମାର କ୍ୟାନସର ରୋଗୀଙ୍କ ପାଇଁ ନିଜ କେଶ ଦାନ କରିଦେଇଛନ୍ତି। ଏଭଳି ମହତ୍‌ କାର୍ଯ୍ୟ ପାଇଁ...

ମଇଁଷି ଦାମ୍‌ ୧୪ କୋଟି: ମାସକୁ ଖର୍ଚ୍ଚ ହେଉଛି ଦେଢ଼ ଲକ୍ଷ

ପୁଷ୍କର,୬।୧୧: ରାଜସ୍ଥାନ ପୁଷ୍କରରେ ଅନ୍ତର୍ଜାତୀୟ ପ୍ରାଣୀ ମେଳାର ଆୟୋଜନ କରାଯାଇଛି। ଏଥିରେ ୫ ହଜାରରୁ ଅଧିକ ସଂଖ୍ୟକ ପ୍ରାଣୀ ଯୋଗଦେଇଛନ୍ତି। ମେଳାରେ ମୁର୍ରା ପ୍ରଜାତିର ମଇଁଷି...

Advertisement
Archives

Model This Week