ପ୍ରୋଫାଇଲ୍ ଫଟୋ ‘ତ୍ରିରଙ୍ଗା’ ରଖିଲେ ମୋଦି
ନୂଆଦିଲ୍ଲୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟଗୁଡିକର ପ୍ରୋଫାଇଲ୍ ଫଟୋକୁ ପରିବର୍ତ୍ତନ କରିଛନ୍ତି। ସେ ଫ୍ରୋଫାଇଲ୍ ଫଟୋ ଜାତୀୟ ପତାକା ‘ତ୍ରିରଙ୍ଗା’ ରଖିଛନ୍ତି। ଏହାସହ ସମସ୍ତେ ଏହା କରିବାକୁ ସେ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ…
ଜାତିସଂଘ ମୁଖ୍ୟଙ୍କ ଚେତାବନୀ: ପରମାଣୁ ମହାବିପତ୍ତିଠାରୁ ବିଶ୍ୱ ମାତ୍ର ଗୋଟିଏ ପାଦ ଦୂରରେ
ଜେନେଭା,୨ ।୮: ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ସୋମବାର ଚେତାବନୀ ଦେଇ କହିଛନ୍ତି, ବିଶ୍ୱ ପରମାଣୁ ବିନାଶଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି । ପରମାଣୁ ଅସ୍ତ୍ର ବିସ୍ତାରକୁ ରୋକିବା ଏବଂ ପରମାଣୁ ମୁକ୍ତ ବିଶ୍ୱ ସୃଷ୍ଟି କରିବା…
ଏୟାର ଇଣ୍ଡିଆର ନୂଆ ନୀତି: ଅବସର ନେବା ପରେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ଉଡାଇ ପାରିବେ ବିମାନ
ନୂଆଦିଲ୍ଲୀ,୨ ।୮: ଟାଟା ଗ୍ରୁପର ବିମାନ କମ୍ପାନୀ ଏୟାର ଇଣ୍ଡିଆ ଏବେ ତା’ର ପାଇଲଟଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ବିମାନ ଉଡାଇବାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ ନୂଆ ନୀତି ଆସିଛି । ଏହି…
ଆମେରିକାର ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଲେ ଅଲ-କାଏଦା ମୁଖ୍ୟ
ନ୍ୟୁୟର୍କ,୨ା୮: ଆଫଗାନିସ୍ତାନରେ ଆତଙ୍କବାଦ ବିରୋଧୀ ଅପରେଶନରେ ଅଲ-କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରି ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ) ଦ୍ୱାରା ଡ୍ରୋନ ଷ୍ଟ୍ରାଇକ୍ରେ ରବିବାର ଜାୱାହିରିଙ୍କ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ…
ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୧୦ ମୃତ
ଭୋପାଳ,୧।୮: ମଧ୍ୟପଦେଶ ଜବଲପୁର ସ୍ଥିତ ନ୍ୟୁଲାଇଫ୍ ମଲ୍ଟିସ୍ପେଶାଲିଟି ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ହସ୍ପିଟାଲରେ ରୋଗୀ ଏବଂ ସମ୍ପର୍କୀୟ ଫସିରହିଛନ୍ତି। ଖବରପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ…
‘ମୁଁ ସଞ୍ଜୟ ରାଉତଙ୍କ ପାଇଁ ଗର୍ବିତ’
ମୁମ୍ବାଇ,୧।୮: ଶିବସେନା ଏମ୍ପି ସଞ୍ଜୟ ରାଉତଙ୍କୁ ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସଞ୍ଜୟଙ୍କ ଗିରଫ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସୋମବାର ତାଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଏକ ଖବରଦାତା…
ପୋଲିସ ଗୁଳିରେ ୩ ବର୍ଷ ମଧ୍ୟରେ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ଘଟିନି, ଉପରାଜ୍ୟପାଳଙ୍କ ସୂଚନା…
ଶ୍ରୀନଗର,୧।୮ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଆତଙ୍କବାଦୀ ଇକୋ-ସିଷ୍ଟମକୁ ଅନେକାଂଶରେ ବିଲୋପ କରାଯାଇଛି। ଏ ସହିତ ସମଗ୍ର ଅଞ୍ଚଳରୁ ଆତଙ୍କବାଦକୁ ଦୂର କରିବା ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ଯେ ଆତଙ୍କବାଦ କେବଳ ସମାଜ ପାଇଁ…
ମୁଖ୍ୟମନ୍ତ୍ରୀ ପିନ୍ଧନ୍ତୁ ଶାଢ଼ି-ବ୍ଳାଉଜ…
ଥିରୁଭାନନ୍ତପୁରମ୍,୧।୮ : କେରଳ ସ୍କୁଲରେ ଲିଙ୍ଗଗତ ପରିଚୟ ଲୁଚାଇବା ପାଇଁ ବିବାଦ ବଢ଼ିବାରେ ଲାଗିଛି। ଏନେଇ ଇଣ୍ଡିଆନ ମୁସଲିମ୍ ଲିଗ୍ର ବିଧାୟକ ଏମ୍ .କେ.ମୁନିର କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଶାଢ଼ି-ବ୍ଳାଉଜ ପିନ୍ଧନ୍ତୁ। ବିଧାୟକ ମୁନିର ରବିବାର ଅଭିଯୋଗ କରିଥିଲେ…
ସବୁଦିନ ସକାଳେ ବାଜୁଥିବା ପେଁକାଳି ଏବେ ବନ୍ଦ, ସଞ୍ଜୟଙ୍କୁ ଶିନ୍ଦେଙ୍କ କଟାକ୍ଷ…
ମୁମ୍ବାଇ,୧।୮ : ଶିବସେଦା ଏମ୍ପି ସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କଟାକ୍ଷ କରିଛନ୍ତି। ତାଙ୍କୁ ଶିନ୍ଦେ ପେଁକାଳି ବୋଲି କହିଛନ୍ତି। ଶିନ୍ଦେ ସୋମବାର କହିଛନ୍ତି ସବୁଦିନ ସକାଳ ୮ରେ ବାଜୁଥିବା ପେଁକାଳି ଏବେ ବନ୍ଦ ହୋଇ ଯାଇଛି।…
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା
ରାଜନଗର,୧ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ବିଶ୍ୱପ୍ରସିଦ୍ଧ ଭିତରକନିକା ସୋମବାର ଖୋଲିଛି। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧, ଏହି ୩ ମାସ ପାଇଁ ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ…
ସିବିଆଇ ଯାଞ୍ଚ୍ ୯ ରାଜ୍ୟରେ ବ୍ୟାନ୍, ଇଡ଼ିକୁ ସଶକ୍ତ କରିଛନ୍ତି କେନ୍ଦ୍ର ସରକାର …
ନୂଆଦିଲ୍ଲୀ,୧।୮ : ଭାଜପା ନେତୃତ୍ୱାଧିନ ଏନଡ଼ିଏର ଶାସନ କାଳରେ ଅଧିକାଂଶ ଅନୁସନ୍ଧାନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା କରାଯାଉଛି। ଏହା ପୂର୍ବରୁ ସିବିଆଇକୁ ତଦନ୍ତ ଏସବୁ ମାମଲାରେ କିମ୍ବା ବଡ ସ୍କାମରେ ଦେଖାଯାଉଥିଲା। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଶାସନ…
ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ରାଜନଗର, ୧ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧, ଏହି ୩ ମାସ ପାଇଁ ଭିତରକନିକା ବନ୍ଦ ରହିଥାଏ। ଏହି…
Archives


