Posted inରାଜ୍ୟ

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର, ୧ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧, ଏହି ୩ ମାସ ପାଇଁ ଭିତରକନିକା ବନ୍ଦ ରହିଥାଏ। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ସୋମବାରଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ଏଥିପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁପ୍ତି ଓ ଡାଙ୍ଗମାଳରେ ପର୍ଯ୍ୟଟକମାନେ ରାତ୍ରିଯାପନ କରିପାରିବେ। ଏଥିପାଇଁ ୱେବ୍‌ସାଇଟ ଖୋଲାଅଛି। ମାତ୍ର ହବାଳିଖଟିକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ପୂର୍ବରୁ କେବଳ ରାତ୍ରିଯାପନ କରୁଥିବା ପର୍ଯ୍ୟଟକମାନେ ହବାଳିଖଟି ଯାଉଥିଲେ। ହବାଳିଖଟିରେ ଥିବା ଡଲ୍‌ଫିନ ହାଉସ୍‌ ନିକଟକୁ ସମୁଦ୍ର ମାଡ଼ି ଆସିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କିଛିଦିନ ସେଠାରେ ରାତ୍ରିଯାପନକୁ ବନ୍ଦ କରାଯାଇଛି। ବର୍ଷାଦିନେ ସମୁଦ୍ର ଅଧିକ ଅଶାନ୍ତ ରହୁଥିବାରୁ ବନ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାବାଦ୍‌ ଭିତରକନିକାକୁ ପଲିଥିନମୁକ୍ତ କରିବାକୁ ସୋମବାରଠାରୁ ପର୍ଯ୍ୟଟକଙ୍କୁ ସଚେତନ କରାଯିବ। ଭିତରକନିକା ଯେପରି ପଲିଥିନ ଓ ପ୍ଲାଷ୍ଟିକ୍‌ ଫ୍ରି ଜାତୀୟ ଉଦ୍ୟାନ ହେବ, ସେଥିପାଇଁ ସବୁସ୍ତରରୁ ସଚେତନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି କଟକଣା ଥିଲେ ମଧ୍ୟ କେତେକାଂଶରେ ପର୍ଯ୍ୟଟକମାନେ ପଲିଥିନ ଭିତରକୁ ନେଇ ଏଣେତେଣେ ଫୋପାଡ଼ିବା ସହ ନଦୀ ନାଳରେ ଫିଙ୍ଗୁଥିଲେ। ପଲିଥିନ ଓ ପ୍ଲାଷ୍ଟିକ୍‌ ଆବର୍ଜନା ଜୈବବିବିଧତା ସନ୍ତୁଳନ ରକ୍ଷା କରିବାରେ ବ୍ୟାଘାତ ସୃଷ୍ଟି କରୁଛି। ପଲିଥିନ ଓ ପ୍ଲାଷ୍ଟିକ୍‌ ଯୋଗୁ ଜୀବଜନ୍ତୁମାନେ ମଧ୍ୟ ଅସୁବିଧାରେ ପଡୁଛନ୍ତି। ଜୈବବିବିଧତାର ସୁରକ୍ଷା ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପଲିଥିନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ପଲିଥିନ କିପରି ଆମ ପରିବେଶକୁ ନଷ୍ଟ କରୁଛି ସେ ନେଇ ବୁଝାଯିବ। ପଲିଥିନ ଜାତୀୟ ଉଦ୍ୟାନ ମଧ୍ୟକୁ ନ ନେବା ପାଇଁ ସଚେତନ କରାଯିବ। ଏହାବାଦ୍‌ ପ୍ଲାଷ୍ଟିକ୍‌ ବୋତଲକୁ ମଧ୍ୟ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ। ପର୍ଯ୍ୟଟକମାନେ ଯେତିକି ସଂଖ୍ୟକ ପ୍ଲାଷ୍ଟିକ୍‌ ପାଣି ବୋତଲ ଭିତରକନିକା ମଧ୍ୟକୁ ନେବେ ଫେରିଲା ବେଳେ ସେତିକି ବୋତଲ ଧରି ଫେରିବେ। କୌଣସି ପରିସ୍ଥିତିରେ ପ୍ଲାଷ୍ଟିକ୍‌ ବୋତଲ ଭିତରକନିକା ଜଙ୍ଗଲ କିମ୍ବା ନଦୀନାଳ ମଧ୍ୟକୁ ଯେପରି ନ ଫିଙ୍ଗନ୍ତି, ସେଥିପାଇଁ ସଚେତନ କରାଯିବ। ଏଥିସହ ପର୍ଯ୍ୟଟକମାନଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଭିତରକନିକାର ବିଭିନ୍ନ ସ୍ଥାନରେ ପାନୀୟଜଳର ବ୍ୟବସ୍ଥା କରାଯିବ। ସୁସ୍ଥ ପରିବେଶ ଓ ଭିତରକନିକା ଜୈବବିବିଧତାର ସୁରକ୍ଷା ଲାଗି ପର୍ଯ୍ୟଟକମାନେ ପଲିଥିନ ଓ ପ୍ଲାଷ୍ଟିକ୍‌ମୁକ୍ତ ଭିତରକନିକା ଗଢ଼ିବାରେ ସହଯୋଗର ହାତ ବଢ଼େଇବାକୁ କନିକା ରେଞ୍ଜ୍‌ ଅଫିସର ମାନସ କୁମାର ଦାସ ନିବେଦନ କରିଛନ୍ତି। ପଲିଥିନ ବଦଳରେ କପଡ଼ା ବ୍ୟାଗ୍‌, କାଗଜ ବ୍ୟାଗ୍‌ ଓ ଝୋଟରେ ପ୍ରସ୍ତୁତ ବ୍ୟାଗ୍‌ରେ ବ୍ୟବହାର ସାମଗ୍ରୀ ଭିତରକନିକା ମଧ୍ୟକୁ ନେବା ପାଇଁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଗୁଳିରେ ଟଳିଲେ ହାର୍ଡକୋର ମାଓବାଦୀ

ମାଲକାନଗିରି,୬।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାର ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାର୍ଡକୋର...

ଭୁବନେଶ୍ୱରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର : ଖରାପ ସେବାକୁ ନେଇ ଟୁଇଟରରେ ପ୍ରତିକ୍ରିୟା

ଭୁବନେଶ୍ୱର,୯ା୯(ବ୍ୟୁରୋ) : ଏସିଆ-ପାସିଫିକ୍‌ ରିଜିଅନର ୨ରୁ ୫ ମିଲିୟନ ବର୍ଗରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର -୨୦୧୮ ପୁରସ୍କାର ମିଳିଛି।...

ବଦଳିପାରେ ସ୍କୁଲ ଛୁଟି ସମୟ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ସ୍ଥିତି ଦେଖି ସ୍କୁଲ ଛୁଟି ସମୟ ବଦଳିପାରେ। ଏପ୍ରିଲ ୩୦ ପରେ ଏସ୍‌ଆରସିଙ୍କ ପରାମର୍ଶରେ ଛୁଟି ନିଷ୍ପତ୍ତି ନିଆଯିବ ବୋଲି ଏନେଇ ସୂଚନା ଦେଇଛନ୍ତି...

ଏସ୍‌ସିବିରେ ୯ ଇକ୍‌ମୋ ମେଶିନ ଲାଗିବ

ଭୁବନେଶ୍ୱର, ୮।୭(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲ ଓ କଲେଜରେ ୯ଟି ଇକ୍‌ମୋ ମେଶିନ ଲାଗିବ। ଏନେଇ ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ...

ଗ୍ୟାସ୍‌ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା

ସୋର, ୧ା୧(ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍‌ କର୍ମଚାରୀ ଗୋଦାମରେ ଗାଡ଼ି ରଖି...

ପାଣି ପାଇଁ ଲୋକେ ଡହଳବିକଳ

ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ...

ରଥଯାତ୍ରା ପ୍ରସାରଣ ଉପରେ ରହିବନି କଟକଣା

ପୁରୀ ଅଫିସ,୨୫।୬: ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଶୁକ୍ରବାର ଏକ ବୈଠକରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହିତ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଉପଜିଲାପାଳ ଭବତାରଣ ସାହୁ...

ଶଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

କଳିଙ୍ଗନଗର,୧୯ା୧୦(ଡି.ଏନ୍‌.ଏ.): ଦାନଗଦୀ ଫାଣ୍ଡି ଅର୍ନ୍ତଗତ ଓଳଲ ପଞ୍ଚାୟତରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଗ୍ରାମରେ ଘର ଜୋୟାଁ ରୁହୁଥିବା ଜଣେ ଯୁବକ ଶଶୁର...

Advertisement
Archives

Model This Week