ରବିବାର ଭାରତ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ: ହାଟ୍ରିକ୍ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଭାରତ…
ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଭାରତ ନିଜର ତୃତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବାକୁ ଯାଉଛି। ପର୍ଥ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଭାରତ ହାଟ୍ରିକ୍ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ତେବେ ଭାରତ ପାଇଁ…
ଭାରତରେ ଧନୀକଙ୍କ ସଂଖ୍ୟା ସର୍ବାଧିକ, ତେବେ ବି ବେରୋଜଗାରୀଙ୍କ ସଂଖ୍ୟା ବଢୁଛି, କହିଲେ ରାହୁଲ…
ମେହବୁବନଗର,୨୯।୧୦ : ଭାରତ ଯୋଡୋ ଯାତ୍ରାରେ ତେଲେଙ୍ଗାନାରେ ମେହବୁବନଗରଠାରେ ଏକ ରାଲିରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଦେଶରେ ଥିବା ଧନୀକଙ୍କ ସଂଖ୍ୟା ପୃଥିବୀରେ ସର୍ବାଧିକ। ତେବେ ବି ବେରୋଜଗାରୀଙ୍କ ସଂଖ୍ୟା ଦେଶରେ ବଢିବାରେ ଲାଗିଛି। ଏହା ପୃଥିବୀରେ…
ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ନୌସେନା ମୁଖ୍ୟ
ଲଣ୍ଡନ,୨୯ା୧୦: ବୁଡ଼ାଜାହାଜରେ ମହିଳାଙ୍କୁ ବଳାତ୍କାର ନେଇ ନୌସେନା ମୁଖ୍ୟ ଚିନ୍ତିତ ବୋଲି କହିଛନ୍ତି। ବୁଡ଼ାଜାହାଜ ମଧ୍ୟରେ ମହିଳାଙ୍କୁ ଧମକ ଓ ବଳାତ୍କାର ମାମଲାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ରୟାଲ ନୌସେନା ଲେଫ୍ଟନାଣ୍ଟ…
ସୋମାଲିଆରେ ୨ କାର ବୋମା ବିସ୍ଫୋରଣ, ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…
ମୋଗାଡିଶୁ,୨୯।୧୦ : ସୋମାଲିଆ ରାଜଧାନୀ ମୋଗାଡିଶୁର ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ବହୁ ଲୋକ ଜମା ହୋଇଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଥିବା ସ୍ଥାନୀୟ…
ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା, ପୁଣି ଏକାଠି ହେବେ କି ଭାଜପା-ଶିବସେନା ! ଫଡନାଭୀସଙ୍କୁ ପ୍ରଶଂସା କଲେ ଉଦ୍ଧବ…
ମୁମ୍ବାଇ,୨୯।୧୦ : ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ପୁଣି ଏକାଠି ହେବେ! ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡନାଭୀସଙ୍କୁ ନେଇ ଦେଇଥିବା ବଡ଼ ସଙ୍କେତରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଦ୍ଧବଙ୍କ ବିବୃତ୍ତି ଏବେ ଆଲୋଡ଼ନ ସୃଷ୍ଟି କରିଛି। ମହାରାଷ୍ଟ୍ର ରାଜନୀତିରେ…
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ, ଓ୍ବାର୍କ ଫ୍ରମ୍ ହୋମ୍ ପରାମର୍ଶ…
ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଗୁରୁତର ଶ୍ରେଣୀରେ ପହଞ୍ଚିବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏନସିଆରରେ କାର୍ଯ୍ୟକାରୀ ହୋଇଥିବା ଗ୍ରେପ୍ର କଠୋରତାକୁ ଆହୁରି ବଢ଼ାଇ ଦେଇଛନ୍ତି। ଆୟୋଗ ଆବେଦନ କରିଛନ୍ତି ଯେ ଯଦି ସମ୍ଭବ ତେବେ ଘରୁ କାମ…
ସାଧାରଣ ଲୋକେ ବି ହେବେ ସରକାରଙ୍କ ବ୍ୟବସାୟିକ ଅଂଶୀଦାର…
ନୂଆଦିଲ୍ଲୀ,୨୯।୧୦ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ପାଇଁ ଗଣମାଧ୍ୟମର ଶୀର୍ଷରେ ରହିଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ସର୍ବଦା ସେମାନଙ୍କ ବକ୍ତବ୍ୟ ବିଷୟରେ ଆଲୋଚନାରେ ରହିଥାନ୍ତି। ଇତିମଧ୍ୟରେ,…
ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା କରୁଛି ଅପରେଶନ ଲୋଟସ: ସିସୋଡିଆ…
ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀରେ ଏଏପି ବିଧାୟକଙ୍କ ବାଡ଼ ଡିଆଁ ପାଇଁ ଭାଜପା ପକ୍ଷରୁ ଅପରେଶନ ଲୋଟସ ଆରମ୍ଭ ହୋଇଛି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଡିଆ ଶନିବାର ଖବରଦାତାଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଖୁବ ଶୀଘ୍ର ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ବିଧାନସଭା…
ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଗିରଫ
ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ଆର୍ ଡବ୍ଲ୍ୟୁଏସ୍ଏସ୍ର ଅତିରିକ୍ତ ଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କୁ ଶନିବାର ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଶୁକ୍ରବାର ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ତାଙ୍କ ବାସଭବନ,…
ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରତିଶ୍ରୁତିରେ ବାଧା, ରୁଷିଆ ସହିତ ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ…
ଓ୍ବାଶିଂଟନ,୨୯।୧୦ : ଆଠ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ କେବଳ ରୁଷିଆ ନୁହେଁ ଆମେରିକାର ଅସ୍ତ୍ରଶସ୍ତ୍ର ମଧ୍ୟ ଖାଲି ହୋଇଯାଉଛି। ଏହି କାରଣରୁ, ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କଷ୍ଟକର ହୋଇପଡୁଛି। ଏହା ୟୁକ୍ରେନର…
କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍ପଟାଙ୍ଗ, ୬୫ ରନ୍ରେ ହାରିଲା…
ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଖେଳାଯାଉଥିବା ମ୍ୟାଚ୍ରେ କିୱି ଦଳ ବୋଲିଂରେ ଶ୍ରୀଲଙ୍କା ଚିତ୍ପଟାଙ୍ଗ ମାରିଛି। ଶ୍ରୀଲଙ୍କା ଦଳ ୧୯.୨ ଓଭରରେ ୧୦ ଓ୍ବିକେଟ ହରାଇ ମାତ୍ର ୧୦୨ ରନ୍…
ଆତଙ୍କବାଦ ବିରୋଧରେ ନୂଆ ଟାର୍ଗେଟ ଧାର୍ଯ୍ୟ…
ନୂଆଦିଲ୍ଲୀ,୨୯।୧୦ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ଆତଙ୍କବାଦ ବିରୋଧୀ କମିଟିର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିନ ମୁମ୍ବାଇଠାରେ ଶୁକ୍ରବାର ଏବଂ ଦ୍ୱିତୀୟ ଦିନ ଶନିବାର ନୂଆଦିଲ୍ଲୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।…
Archives


