ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରତିଶ୍ରୁତିରେ ବାଧା, ରୁଷିଆ ସହିତ ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ…

ଓ୍ବାଶିଂଟନ,୨୯।୧୦ : ଆଠ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ କେବଳ ରୁଷିଆ ନୁହେଁ ଆମେରିକାର ଅସ୍ତ୍ରଶସ୍ତ୍ର ମଧ୍ୟ ଖାଲି ହୋଇଯାଉଛି। ଏହି କାରଣରୁ, ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କଷ୍ଟକର ହୋଇପଡୁଛି। ଏହା ୟୁକ୍ରେନର ଯୁଦ୍ଧ କ୍ଷମତା ଉପରେ ପ୍ରଭାବ ପକାଇପାରେ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଏହାକୁ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ନିଜେ ମଧ୍ୟ ସ୍ବୀକାର କରିଛନ୍ତି।

ସେ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ପାଇଁ ଆମେ ଆମର ଶିଳ୍ପ ଉପରେ ଚାପ ପ୍ରୟୋଗ କରିଛୁ। ଅଷ୍ଟିନଙ୍କ ବିବୃତ୍ତି, ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ର ସଂରକ୍ଷଣ ବିଷୟରେ ଗଣମାଧ୍ୟମରେ ଆଲୋଚନା ହୋଇଛି। ସମୀକ୍ଷକଙ୍କ ଅନୁଯାୟୀ, ଅଷ୍ଟିନଙ୍କ ବିବୃତ୍ତି ହେଉଛି ଏକ ସଙ୍କେତ ଯେ ଯଦି ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀମାନେ ଶୀଘ୍ର ଉତ୍ପାଦନ ବୃଦ୍ଧି ନକରନ୍ତି, ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅସ୍ତ୍ରଶସ୍ତ୍ରର ଅଭାବ ଥାଇପାରେ।

ଆମେରିକା ୟୁକ୍ରେନକୁ ୧୭.୬ ବିଲିୟନ ଡଲାରର ସୁରକ୍ଷା ଉପକରଣ ପାଇଁ ପ୍ରତିଶ୍ରୁତି ଦେଇଛି। ଏହି ଉପକରଣଗୁଡ଼ିକ ମଧ୍ୟରୁ କିଛି ଆଗାମୀ ଦିନରେ ଯୋଗାଇ ଦିଆଯିବ। ବିଶ୍ଳେଷକମାନେ କହିଛନ୍ତି ଯେ ଏହା ଏକ ସଙ୍କେତ ଯେ ଦୀର୍ଘ ସମୟ ଧରି ୟୁକ୍ରେନର ସୁରକ୍ଷାକୁ ନିଶ୍ଚିତ କରୁଥିବା ଆମେରିକାର ଅସ୍ତ୍ରଶସ୍ତ୍ର କ୍ଷମତା ସୀମିତ ହେବାରେ ଲାଗିଛି।

ଆମେରିକୀୟ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ଷ୍ଟ୍ରାଟେଜିକ ଏବଂ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ର ବରିଷ୍ଠ ପରାମର୍ଶଦାତା ମାର୍କ କାନସିଆନ କହିଛନ୍ତି ଟ୍ରେନିଂରେ ବ୍ୟବହୃତ କେତେକ ଆମେରିକୀୟ ଅସ୍ତ୍ରଶସ୍ତ୍ର ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ଏଠାରେ ପ୍ରଶ୍ନ ଉଙ୍କି ମାରୁଛି, ଯଦି ଅନ୍ୟ ଯୁଦ୍ଧ ଆରମ୍ଭ ହୁଏ ତେବେ ପରିସ୍ଥିତି କ’ଣ ହେବ। ଏହା ଏପର୍ଯ୍ୟନ୍ତ ବିସ୍ତୃତ କ୍ଷେପଣାସ୍ତ୍ର ଯୋଗାଇବାରେ ସକ୍ଷମ ହୋଇଛି।

କାନସିଆନ ୱେବସାଇଟ ନିକ୍କି ଏସିଆ ଡଟ୍‌ କମ୍‌ (NikkeaAsia.com)କୁ କହିଛି ଯେ ଆମେରିକା ୟୁକ୍ରେନକୁ ପ୍ରତିଶ୍ରୁତି ଦେଇଥିବା ଆର୍ଟିଲିରି ସିଷ୍ଟମର ମାତ୍ର ଅଧା ଦେଇଛି। ଯଦି ଏହାଠାରୁ ଅଧିକ ଯୋଗାଇ ଦିଆଯାଏ, ତେବେ ଏହା ଆମେରିକାର ନିଜସ୍ବ ଯୁଦ୍ଧ କ୍ଷମତା ଉପରେ ପ୍ରଭାବ ପକାଇବ। ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଉକ୍ତ ୱେବସାଇଟକୁ କହିଛନ୍ତି ଯେ ହାଇ ମୋବିଲିଟି ଆର୍ଟିଲିରି ରକେଟ ସିଷ୍ଟମର ଅଭାବ ବର୍ତ୍ତମାନ ଆମେରିକାରେ ଦେଖାଦେଇଛି। ୟୁକ୍ରେନକୁ ଆମେରିକା ୪୦ ହାଇ ମୋବିଲିଟି ଆର୍ଟିଲିରି ରକେଟ ସିଷ୍ଟମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କେବଳ ୨୦ ଟି ସିଷ୍ଟମ ୟୁକ୍ରେନ୍‌କୁ ଦିଆଯାଇଛି।

ବିଶେଷଜ୍ଞଙ୍କ କହିବାନୁସାରେ, ଆମେରିକାରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି କାରଣ ଶୀତ ଯୁଦ୍ଧ ପରେ ଏହା ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ବଜେଟ ହ୍ରାସ କରିଥିଲା। ୧୯୬୦ ଦଶକରେ ଆମେରିକା ଏହାର ଜିଡିପିର ୯ ପ୍ରତିଶତ ସାମରିକ କ୍ଷେତ୍ର ପାଇଁ ଖର୍ଚ୍ଚ କରିଥିଲା। ୧୯୯୦ ରେ, ଏହି ପରିମାଣ ୫ ପ୍ରତିଶତକୁ ଏବଂ ୨୦୨୦ ରେ ଏହା ତିନି ପ୍ରତିଶତକୁ ହ୍ରାସ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

ଇମ୍ରାନଙ୍କ ମୁକ୍ତି ଦାବି ତେଜିଲା: ଆନ୍ଦୋଳନକାରୀ ରାଜଧାନୀ ମୁହାଁ, ପାକିସ୍ତାନରେ ଜରୁରୀକାଳୀନ ସ୍ଥିତି ଘୋଷଣା

ଇସଲାମାବାଦ,୧୨।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମୁକ୍ତ କରିବା ଦାବିରେ ଦେଶରେ ଆନ୍ଦୋଳନ ତିବ୍ର ହେବାରେ ଲାଗିଛି। ଆନ୍ଦୋଳନକାରୀ ରାଜଧାନୀ ମୁହାଁ ହୋଇଛନ୍ତି। ଫଳରେ ପାକିସ୍ତାନରେ ରାଜନୈତିକ…

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?