ଝଡ଼-ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ଆମ ହାତରେ ନାହିଁ: ବିଦ୍ୟୁତ କାଟ ନେଇ ଶକ୍ତିମନ୍ତ୍ରୀଙ୍କ ମନ୍ତବ୍ୟ…
କୋଲକାତା,୧୩।୬ : ପଶ୍ଚିମବଙ୍ଗ ଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ମଙ୍ଗଳବାର କହିଛନ୍ତି ରାଜ୍ୟରେ ସମ୍ପ୍ରତି ବିଦ୍ୟୁତ କାଟ ଅଭାବ ଯୋଗୁ ନୁହେଁ ବରଂ ବଣ୍ଟନ ନେଟୱାର୍କରେ ସମସ୍ୟାକାରଣରୁ ହୋଇଛି। ଏହି ପ୍ରସଙ୍ଗରେ ସେ ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀଙ୍କୁ କଡ଼ା…
ଲିଭ୍ ଇନ ସମ୍ପର୍କକୁ ବିବାହ ମାନେ ନାହିଁ ଆଇନ: ହାଇକୋର୍ଟ…
ଥିରୁଭାନନ୍ତପୁରମ,୧୩।୬ : ଲିଭ-ଇନ ସମ୍ପର୍କକୁ ନେଇ କେରଳ ହାଇକୋର୍ଟ କହିଛନ୍ତି ଏହାକୁ ବିବାହ ଭାବରେ ମାନ୍ୟତା ଦିଆଯାଇପାରିବ ନାହିଁ। କେରଳ ହାଇକୋର୍ଟ କହିଛନ୍ତି ଆଇନ ଏଭଳି ସମ୍ପର୍କକୁ ବିବାହ ବୋଲି ମାନେ ନାହିଁ। ଯେତେବେଳେ ଦୁଇଜଣ ବ୍ୟକ୍ତି କେବଳ ଚୁକ୍ତିନାମା ଆଧାରରେ…
ଚାଇନା ମୁହାଁ ଜାପାନୀ ବୈଜ୍ଞାନିକ..
ଟୋକିଓ,୧୩।୬ : ବହୁ ସଂଖ୍ୟକ ଜାପାନୀ ବୈଜ୍ଞାନିକ ଏବଂ ଗବେଷକ ଏବେ ଚାକିରି ପାଇଁ ଚାଇନାର ବିଶ୍ୱବିଦ୍ୟାଳୟ ଏବଂ ଲାବୋରେଟୋରୀରେ ଯୋଗ ଦେଉଛନ୍ତି। ପୂର୍ବରୁ ଚାଇନାରେ କେବଳ ଜାପାନୀ ଇଞ୍ଜିନିୟରମାନଙ୍କର ଚାହିଦା ରହିଥିଲା। କିନ୍ତୁ ବର୍ତ୍ତମାନ ଜ୍ୟୋତିର୍ବିଜ୍ଞାନୀଙ୍କ ଠାରୁ ଆରମ୍ଭ କରି…
ବ୍ରିଟେନରେ କୋଭିଡ ପ୍ରସ୍ତୁତି ନେଇ ସାର୍ବଜନୀକ ଯାଞ୍ଚ୍, ପ୍ରତ୍ୟେକ ଆକ୍ରାନ୍ତ ପ୍ରମାଣ ସହ କହିବେ ନିଜ କାହାଣୀ…
ଲଣ୍ଡନ,୧୩।୬ : କୋଭିଡ-୧୯ ମହାମାରୀ ସମୟରେ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଏକ ସାର୍ବଜନୀକ ଯାଞ୍ଚ୍ ମଙ୍ଗଳବାର ଲଣ୍ଡନରେ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିଲା। ଗତ ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ନିରପେକ୍ଷ ତଦନ୍ତ ସ୍ଥାପନ କରିଥିଲେ। ପ୍ରମାଣର ଶୁଣାଣି…
ପ୍ରକାଶ ପାଇଲା ଏନଇଇଟି ପରୀକ୍ଷା ଫଳ: ପ୍ରଭଞ୍ଜନ ଜେ -ବୋରା ବରୁଣ ଚକ୍ରବର୍ତ୍ତୀ ଟପ୍ପର…
ନୂଆଦିଲ୍ଲୀ,୧୩।୬ : ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ସ୍ନାତକ ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାଇଁ ଏନଇଇଟି ୟୁଜି ୨୦୨୩ର ପରୀକ୍ଷା ଫଳ ପ୍ରକାଶ କରିଛି। ସୂଚନାନୁସାରେ, ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୯୯.୯୯ ପ୍ରତିଶତ ସହ…
ଜୁନ୍ ୧୮ରେ ମନ୍ କି ବାତ୍: ସୂଚନା ଦେଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୩।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଘୋଷଣା କରିଛନ୍ତି ଚଳିତ ମାସର ‘ମନ କି ବାତ’ ରେଡିଓ କାର୍ଯ୍ୟକ୍ରମ ଜୁନ ୧୮ ରବିବାରରେ ପ୍ରସାରିତ ହେବ। ସାଧାରଣତଃ ‘ମନ କି ବାତ’ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ଅନୁଷ୍ଠିତ…
ତେଜିଲା ଟ୍ବିଟର୍ ରାଜନୀତି: ଟ୍ବିଟର୍ ପୂର୍ବତନ ସିଇଓଙ୍କ ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ,୧୩।୬: ଟ୍ବିଟର୍ ରାଜନୀତିକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଟ୍ବିଟର୍ ପୂର୍ବତନ ସିଇଓ ଜ୍ୟାକ୍ ଡୋରସେଙ୍କ ବୟାନ ପରେ ବିରୋଧୀ ଲଗାତାର ସରକାରଙ୍କୁ ବିରୋଧ କରୁଥିବାବେଳେ ଭାଜପା ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇଛି। କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ…
ଶିନ୍ଦେ ସମର୍ଥକ ୫ ମନ୍ତ୍ରୀ କ୍ୟାବିନେଟରୁ ହେବେ ବାହାର, ଚିନ୍ତାରେ ମୁଖ୍ୟମନ୍ତ୍ରୀ…
ମୁମ୍ବାଇ,୧୩।୬ : କ୍ୟାବିନେଟ ବିସ୍ତାରକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଜନୈତିକ ସର୍କଲରେ ଏକ ଆଲୋଚନା ହେଉଛି, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀର ପାଞ୍ଚଜଣ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଭାଜପା ହାଇକମାଣ୍ଡଙ୍କ ପକ୍ଷରୁ ପରାମର୍ଶ…
ମୋଦି ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା, କହିଲେ ଏହି କାରଣରୁ କରିଥିଲେ ରାହୁଲଙ୍କ ଟ୍ବିଟର୍ ଆକାଉଣ୍ଟକୁ ଡି-ଆକ୍ଟିଭ୍…
ନୂଆଦିଲ୍ଲୀ,୧୩।୬: ଟ୍ବିଟର୍ ପୂର୍ବତନ ସିଇଓ ଜ୍ୟାକ୍ ଡୋରସେ ଏକ ସାକ୍ଷତକାରର ବୟାନକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ କହିଛନ୍ତି, ଟ୍ବିଟର୍ର ପୂର୍ବତନ ସିଇଓଙ୍କ ବୟାନ ଚିନ୍ତାଜନକ ଏବଂ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ: ନାମାଙ୍କନର ଶେଷ ତାରିଖକୁ ବଢାଇବା ପାଇଁ ମନାକଲେ ହାଇକୋର୍ଟ, ବିରୋଧୀଙ୍କୁ ଝଟ୍କା
କୋଲକତା,୧୩।୬: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଝଟକା ଲାଗିଛି। କୋଲକତା ହାଇକୋର୍ଟ ନିର୍ବାଚନର ନାମାଙ୍କନ ଦାଖଲର ଶେଷ ତାରିଖକୁ ଘୁଞ୍ଚାଇବାକୁ ମନା କରି ଦେଇଛନ୍ତି। ନିର୍ବାଚନ ଜୁଲାଇ ୮ତାରିଖରେ ହେବାକୁ ସ୍ଥିର କରାଯାଇଛି। ସୂଚନାଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା ହେବା…
ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିବା ପାଇଁ ଶ୍ରୀଲଙ୍କାରେ ବିବାଦ…
କଲମ୍ବୋ,୧୩।୬ : ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିବା ପାଇଁ ଶ୍ରୀଲଙ୍କାରେ ଏକ ବଡ଼ ବିବାଦ ଉପୁଜିଛି। ଏଥିପାଇଁ ଶ୍ରୀଲଙ୍କାର ରାନିଲ ବିକ୍ରମ ସିଙ୍ଘେ ସରକାର ଏକ ବିଲ ପ୍ରସ୍ତୁତ କରିଛନ୍ତି। କିନ୍ତୁ ଶ୍ରୀଲଙ୍କା ସଂସଦରେ ମତଭେଦ ହେବାର ସଙ୍କେତ ରହିଛି। ବିଭିନ୍ନ…
ଆମେରିକାର ଡେନଭରରେ ବାସ୍କେଟବଲ୍ ବିଜୟ ଉତ୍ସବ ପାଳନବେଳେ ଗୁଳିକାଣ୍ଡ, ୧୦ଆହତ
ଓ୍ବାଶିଂଟନ୍,୧୩।୬: ଆମେରିକାର ଡେନଭରରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ୧୦ଜଣ ଆହତ ହୋଇଥିବା ପୋଲିସ କହିଛି। ଏଥି ମଧ୍ୟରୁ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। Alert: Officers are investigating a shooting…

