କଂଗ୍ରେସକୁ ଟାର୍ଗେଟ କଲେ ଅନୁରାଗ ଠାକୁର, ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାଆର ହତ୍ୟା କରୁଛନ୍ତି
ନୂଆଦିଲ୍ଲୀ,୧୩।୮: ଟୁକଡେ-ଟୁକଡେ ଗ୍ୟାଙ୍ଗର ସମର୍ଥକମାନେ ଭାରତ ମାତାଙ୍କୁ ହତ୍ୟା କରିବାକୁ ଚିନ୍ତା କରିପାରିବେ। ସେମାନେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ବିଷୟରେ ଚିନ୍ତା କରନ୍ତି ନାହିଁ। ସେମାନେ କେବଳ ସମ୍ବିଧାନ ଏବଂ ଭାରତ ମାଆର ହତ୍ୟା ବିଷୟରେ ଭାଷଣ ଦିଅନ୍ତି। କେନ୍ଦ୍ର…
ପ୍ରିୟଙ୍କା ଗାନ୍ଧୀଙ୍କ ପୋଷ୍ଟ ଉପରେ ‘ଏକ୍ସ’ରୁ ତଥ୍ୟ ମାଗିବ ପୋଲିସ, ସୂଚନା ଦେଲେ ଇନ୍ଦୋର ପୋଲିସ କମିଶନର
ଇନ୍ଦୋର,୧୩।୮: ମଧ୍ୟପ୍ରଦେଶର ଭାରତୀୟ ଜନତା ପାର୍ଟି (ଭାଜପା) ସରକାରରେ ଦୁର୍ନୀତି ଅଭିଯୋଗ ନେଇ ଇନ୍ଦୋରରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କମଲ ନାଥ ଏବଂ ଅରୁଣ ଯାଦବଙ୍କ ପରି କଂଗ୍ରେସର ବରିଷ୍ଠ ନେତାଙ୍କ ‘ଏକ୍ସ’ (ପୂର୍ବ ଟୁଇଟର) ଆକାଉଣ୍ଟଗୁଡ଼ିକର ହ୍ୟାଣ୍ଡଲର୍ (ଆକାଉଣ୍ଟ ଚଳାଉଥିବା…
ଖାଲିସ୍ତାନୀଙ୍କ ସହ ମୁକାବିଲା କରିବାକୁ ବ୍ରିଟେନ ପ୍ରସ୍ତୁତ…
ନୂଆଦିଲ୍ଲୀ,୧୩।୮ : ଭାରତୀୟମାନେ କ୍ରମାଗତ ଭାବେ ଖାଲିସ୍ତାନୀଙ୍କର ଟାର୍ଗେଟ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ବ୍ରିଟିଶ ସୁରକ୍ଷା ମନ୍ତ୍ରୀ ଟମ ଟୁଗେନହାଟ ସ୍ପଷ୍ଟ କରିଛନ୍ତି ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ରିଟେନ ଆବଶ୍ୟକ ପଦକ୍ଷେପ…
ଭିଆଇପି ଗାଡିରୁ ହଟିବ ସାଇରନ, ବ୍ୟବହାର ହେବ ବଂଶୀ ଶଦ୍ଦ: ନୀତିନ ଗଡକରୀ
ନୂଆଦିଲ୍ଲୀ,୧୩।୮: ଭିଆଇପି ଗାଡିରୁ ହଟିବ ସାଇରନ। ଭିଆଇପି ଗାଡିରୁ ନାଲି ବତୀ ହଟାଇବା ପରେ କେନ୍ଦ୍ର ଓ ସଡକ ପରିବହନ ମନ୍ତ୍ରୀ ବର୍ତ୍ତମାନ ଭିଆଇପି ଗାଡିରୁ ସାଇରନ ହଟାଇବାକୁ ଯୋଜନା କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣେରେ ଚାନ୍ଦନୀ ଚୌକ…
ଚାଚା-ପୁତୁରାଙ୍କ ଗୁପ୍ତ ବୈଠକ ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢ଼ିଲା…
ମୁମ୍ବାଇ,୧୩।୮ : ଏନସିପି ଅଧ୍ୟକ୍ଷ ଶରଦ ପାୱାର ଏବଂ ଦଳର ବିଦ୍ରୋହୀ ଗୋଷ୍ଠୀଙ୍କ ନେତୃତ୍ୱ ନେଉଥିବା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ଶନିବାର ପୁଣେରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଜଣେ ବ୍ୟବସାୟୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା।…
ଅଗଷ୍ଟ ୧୫ରୁ ସରକାରୀ ଡାକ୍ତରଖାନାରେ ମାଗଣା ଚିକିତ୍ସା: ଶିନ୍ଦେ ସରକାରଙ୍କ ଘୋଷଣା…
ମୁମ୍ବାଇ,୧୩।୮ : ମହାରାଷ୍ଟ୍ର ସରକାର ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଅଗଷ୍ଟ ୧୫ ତାରିଖରୁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଡାକ୍ତରଖାନାଗୁଡ଼ିକ ରୋଗୀଙ୍କଠାରୁ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରିବେ ନାହିଁ। ରାଜ୍ୟ…
୨୦୧୮ ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ଅବକାରୀ ମନ୍ତ୍ରୀ ଶ୍ରୀନିବାସ ଗୌଡଙ୍କ ସହ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ମାମଲା ଦାୟର
ହାଇଦ୍ରାବାଦ,୧୩।୮: ନିର୍ବାଚନୀ ସତ୍ୟପାଠ ଅଦଳବଦଳ ଅଭିଯୋଗରେ ତେଲେଙ୍ଗାନା ଅବକାରୀ ମନ୍ତ୍ରୀ ଭି ଶ୍ରୀନିବାସ ଗୌଡଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇଦ୍ରାବାଦ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି।ତେବେ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ଏଫଆଇଆରରେ ପ୍ରଥମ…
୨୭ ସପ୍ତାହ ଭ୍ରୁଣର ଗର୍ଭପାତ ପାଇଁ ମହିଳାଙ୍କୁ ଅନୁମତି ଦେଇଥିଲେ ହାଇକୋର୍ଟ, ଜୀବିତ ଜନ୍ମ ହେଲେ ଶିଶୁ…
ମୁମ୍ବାଇ,୧୩।୮ : ନିକଟରେ ବମ୍ବେ ହାଇକୋର୍ଟ ଜଣେ ମହିଳାଙ୍କ ୨୭ ସପ୍ତାହର ଗର୍ଭସ୍ଥ ଭ୍ରୁଣର ଗର୍ଭପାତ ପାଇଁ ଅନୁମତି ଦେଇଥିଲେ। ମହିଳାଙ୍କ ହୃଦୟରେ ଏକ ଛୋଟ ଛିଦ୍ର ଥିବାରୁ ହାଇକୋର୍ଟ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗର୍ଭପାତ ପାଇଁ ଅନୁମତି ଦେଇଥିଲେ।…
ସ୍ତ୍ରୀଙ୍କୁ ନିଜ ବନ୍ଧୁକରୁ ଗୁଳି କରି ହତ୍ୟା କରିଥିବା ସ୍ବୀକାର କଲେ ଜଜ୍
ଓ୍ବାଶିଂଟନ,୧୩ା୮: ମଦ୍ୟପାନ କରି ଯୁକ୍ତିତର୍କ କରିବା ପରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା କାଲିଫର୍ନିଆ କୋର୍ଟର ଜଜ୍ ସ୍ବୀକାର କରିଛନ୍ତି। ଶୁକ୍ରବାର ଦକ୍ଷିଣ କାଲିଫର୍ନିଆର ଜଣେ ଜଜ୍ଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରାଯାଇଥିଲା। ଯିଏ କି ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ…
ଆମେ ଦେଶ ପାଇଁ ମରିପାରିବୁ ନାହିଁ, ହେଲେ ଦେଶ ପାଇଁ ବଞ୍ଚିବାକୁ ଆମକୁ କେହି ଅଟକାଇ ପାରିବେ ନାହିଁ: ଶାହା
ଅହମଦାବାଦ,୧୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ରବିବାର ଗସ୍ତର ଦ୍ୱିତୀୟ ଦିନରେ ଶାହା ଅହମ୍ମଦାବାଦରେ ତିରଙ୍ଗା ଯାତ୍ରାକୁ ପତାକା ଦେଖାଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସ୍ବାଧୀନତାର ୭୫ବର୍ଷ ହୋଇସାରିଛି। ଦେଶ…
ଅସାମରେ ନିର୍ବାଚନ କ୍ଷେତ୍ରର ପରିସୀମନକୁ ବିରୋଧ: ଏଜିପି ବିଧାୟକ ପ୍ରଦୀପ ହାଜାରିକାଙ୍କ ଇସ୍ତଫା
ଗୁଆହାଟୀ,୧୩।୮: ଆସାମରେ ବିଧାନସଭା ଏବଂ ସଂସଦୀୟ ର୍ନିବାଚନମଣ୍ଡଳୀର ପରିସୀମନ(କ୍ଷେତ୍ର) ପ୍ରକାଶ ପାଇବା ପରେ ବିରୋଧ ଆରମ୍ଭ ହୋଇଛି। ପରିସୀମନକୁ ବିରୋଧ କ୍ଷମତାସୀନ ଭାଜପାର ସହଯୋଗୀ ପାର୍ଟି ଆସାମ ଗଣ ପରିଷଦ (ଏଜିପି) ନେତା ତଥା ଆମଗୁରୀ ବିଧାୟକ ପ୍ରଦୀପ ହାଜାରିକା ଦଳରୁ…
ଆବାସିକ କୋଠାରେ ଲାଗିଲା ନିଆଁ, ୩ ଜୀବନ୍ତ ଦଗ୍ଧ
ପ୍ୟାରିସ୍,୧୩ା୮: ଫ୍ରାନ୍ସର ରିଭିରା ସହରର ଗ୍ରେସ୍ସ୍ଥିତ ଏକ ଆବାସିକ କୋଠାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିପରି ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗର…
Archives


