Posted inଜାତୀୟ

କଂଗ୍ରେସ ପାଇଁ ର଼୍ୟାପ ଗାଇଥିବା ଅନାମ ଅଲୀଙ୍କ ଜୀବନ ପ୍ରତି ବିପଦ…

ରାୟପୁର,୨୯।୮ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ପାଇଁ ର଼୍ୟାପ ଗାଇଥିବା ଅନାମ ଅଲୀଙ୍କ ନିଜ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି। କଂଗ୍ରେସ ଶାସିତ ଛତିଶଗଡରେ ଅନାମ ଅଲୀ ବାସ କରନ୍ତି। ଏକ ଭିଡିଓ ଜରିଆରେ ସିଏମ ଭୁପେଶ ବାଘେଲଙ୍କୁ ଆବେଦନ କରି ସେ କହିଛନ୍ତି ରାୟପୁରର କବୀର ନଗର ପୋଲିସ ଷ୍ଟେଶନର ଟିଆଇ ଆକାଶ ଶୁକ୍ଲାଙ୍କ ଯୋଗୁ ସେ ଏବଂ ତାଙ୍କ ପରିବାର ବିପଦରେ ଅଛନ୍ତି।

ଭିଡିଓରେ ଅନାମ କହିଛନ୍ତି ୱାର୍ଡ କଂଗ୍ରେସ ସଭାପତିଙ୍କ ସହିତ ୯ ଅଗଷ୍ଟ ୨୦୨୩ରେ ପୂର୍ବତନ କାଉନସିଲର ସନ୍ଦୀପ ସାହୁ ଅପରାଧୀ ବିଟୁ ସିଂ ଏବଂ ତାଙ୍କର ୪୦ ସହଯୋଗୀଙ୍କ ନିର୍ଦ୍ଦେଶରେ ତାଙ୍କ ଘର ସମ୍ମୁଖରେ ଏକ ବିରାଟ ଠେଲାଗାଡ଼ି ରଖାଯାଇଛି।

ପୋଲିସ ସେମାନଙ୍କ ସହ ମଧ୍ୟ ନିଜର ପକ୍ଷ ରଖିଛି ବୋଲି ଅନାମ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ୨୧ ଅଗଷ୍ଟରେ, ସେ ତାଙ୍କ ମାଙ୍କ ସହ କବୀର ନଗର ପୋଲିସ ଷ୍ଟେଶନର ଟି.ଆଇ ଆକାଶ ଶୁକ୍ଲାଙ୍କ ପାଖକୁ ଯାଇ ତାଙ୍କୁ ଏକ ଭିଡିଓ ଦେଖାଇଥିଲେ ଯାହା ପ୍ରମାଣ କରିଥିଲା ଏସଆଇ ଲାଞ୍ଚ ନେଇଛନ୍ତି।

ସେହି ସମୟରେ ଟି ଆକାଶ ଶୁକ୍ଲା ତୁରନ୍ତ ପ୍ରମାଣ ନଷ୍ଟ କରିବା ପାଇଁ କେବଳ ମୋବାଇଲ ଫୋନ ଛଡ଼ାଇ ନ ଥିଲେ, ବରଂ ତାଙ୍କୁ ଦୁର୍ବ୍ୟବହାର କରି ବାହାରକୁ ଠେଲି ଦେଇଥିଲେ। ଅନାମ କହିଛନ୍ତି ତାଙ୍କ ଫୋନ ନୂଆ ଏବଂ ମହଙ୍ଗା ଥିଲା, ଯେଉଁଥିରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଠାରୁ ଆରମ୍ଭ କରି ଆଇଡି କାର୍ଡ ପର୍ଯ୍ୟନ୍ତ ସବୁକିଛି ଥିଲା। ସେ କହିଛନ୍ତି ଏହି ଫୋନରେ କେବଳ କଂଗ୍ରେସ ପାଇଁ ପ୍ରସ୍ତୁତ ନୋଟ ନୁହେଁ, ବରଂ ଭାଇରାଲ ଭିଡିଓ ବିଷୟବସ୍ତୁ ମଧ୍ୟ ରହିଛି। ଅନାମ ଅଭିଯୋଗ କରିଛନ୍ତି ତାଙ୍କ ଫୋନକୁ ବେଆଇନ ଭାବେ ପୋଲିସ ରଖିଛି।

ଆଶଙ୍କା ବ୍ୟକ୍ତ କରି ଅନାମ କହିଛନ୍ତି ତାଙ୍କ ଫୋନର ଅପବ୍ୟବହାର ହୋଇଥାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଦେଖି ଦୌଡିଲେ କଲେକ୍ଟର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO

ଚେନ୍ନାଇ,୧୦।୮: ତାମିଲନାଡୁ ଏବଂ ପୁଡୁଚେରୀ ଗସ୍ତ ସମୟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତିରୁଭନ୍ନାମଲାଇର ପ୍ରସିଦ୍ଧ ଅନ୍ନାମଲାଇର ମନ୍ଦିର ପରିଦର୍ଶନ କରି ବିଶେଷ ପ୍ରାର୍ଥନା କରିଥିଲେ।…

ଏମିତି କଥା କହିଲେ ବକ୍ସର, ହସି ହସି ଗଡ଼ିଲେ ମୋଦି: ପଛରେ ପାକିସ୍ତାନ କନେକ୍ସନ

ନୂଆଦିଲ୍ଲୀ,୧୦।୬: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଦର୍ଶନ ଐତିହାସିକ ଥିଲା। ଦେଶ ୧୩ଟି ସ୍ବର୍ଣ୍ଣ ସହିତ ମୋଟ ୩୯ଟି ପଦକ ହାସଲ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri