Odisha Elections 2024

୭୦୩ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ ସିଲିଣ୍ଡର …

ନୂଆଦିଲ୍ଲୀ,୨୯।୮ : ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ମଙ୍ଗଳବାର କ୍ୟାବିନେଟ ଘରୋଇ ବ୍ୟବହାର ପାଇଁ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ମୂଲ୍ୟରେ ହ୍ରାସ କରିବାକୁ ଘୋଷଣା କରିଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଉଜ୍ୱଲା ହିତାଧିକାରୀଙ୍କ ପାଇଁ ସବସିଡି ବର୍ତ୍ତମାନ ଏଲପିଜି ସିଲିଣ୍ଡର ପିଛା ୪୦୦ ଟଙ୍କା ହେବ। ଗ୍ରାହକଙ୍କୁ ରାକ୍ଷୀ, ଓନାମ ଉପହାର ଭାବରେ ଅନୁରାଗ ଠାକୁର କ୍ୟାବିନେଟର ସଂକ୍ଷିପ୍ତ ବୈଠକରେ ଏଲଜିଜି ସିଲିଣ୍ଡର ମୂଲ୍ୟରେ ଉଜ୍ୱଲା ଯୋଜନା ଅନ୍ତର୍ଗତ ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି।
ଠାକୁର କହିଛନ୍ତି, ଏଲପିଜି ସିଲିଣ୍ଡରର ସମସ୍ତ ଘରୋଇ ଗ୍ରାହକଙ୍କୁ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ମିଳିବ। ଏଥିସହ ପିଏମ ଉଜ୍ୱଲା ଯୋଜନା ଅଧୀନରେ ଥିବା ଉପଭୋକ୍ତାମାନେ ଏହି ସବସିଡି ସହିତ ବର୍ତ୍ତମାନର ସବସିଡି ଅର୍ଥାତ ମୋଟ ୪୦୦ ଟଙ୍କା ସବସିଡି ପାଇବେ। ମନ୍ତ୍ରୀ କହିଛନ୍ତି ଏଲପିଜି ସିଲିଣ୍ଡର ଉପରେ ଅତିରିକ୍ତ ସବସିଡି ଦ୍ୱାରା ୩୩ କୋଟି ଗ୍ରାହକ ଉପକୃତ ହେବେ ଏବଂ ଏହା ଆଜିଠାରୁ ଲାଗୁ ହେବ।

ବର୍ତ୍ତମାନ ରନ୍ଧନ ଗ୍ୟାସ ଏଲପିଜିର ମୂଲ୍ୟ ନୂଆଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ୧,୧୦୩ ଟଙ୍କା ରହିଛି। ବର୍ତ୍ତମାନ ଏହା ଉଜ୍ୱଲା ଯୋଜନା ପାଇଁ ଏହା ୭୦୩ ଟଙ୍କା ଏବଂ ସାଧାରଣ ଗ୍ରାହକଙ୍କ ପାଇଁ ୯୦୩ ଟଙ୍କା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ରାତିରେ ହେବନି ଚେକିଂ, ଚାଲାଣ କାଟିବନି ପୋଲିସ, ସିଟ୍‌ ବେଲ୍ଟ ନ ଲଗାଇଲେ ବି ହେବନି ଅସୁବିଧା

ନୂଆଦିଲ୍ଲୀ,୩୧।୫: ଏବେ ରାତିରେ ଚାରିଆଡେ ପୋଲିସ ଗାଡି ଚେକିଂ କରୁଛି। ଗାଡି ଚେକିଂ ସମୟରେ ପୋଲିସ ବାବୁମାନେ ଅଯଥା ଲୋକଙ୍କୁ ହଇରାଣ ମଧ୍ୟ କରୁଛନ୍ତି। ବାରମ୍ବାର...

ନ୍ୟୁଜ ଚ୍ୟାନେଲର ଏକଜିଟ ପୋଲ ବିତର୍କରେ ଭାଗ ନେବନି କଂଗ୍ରେସ, କାରଣ…

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ଶେଷ ପର୍ଯ୍ୟାୟ ଭୋଟିଂ ପରେ ଜୁନ ୪ରେ ଫଳାଫଳ ଆସିବ। ଏହାପୂର୍ବରୁ, ଶନିବାର ଟିଭି ନ୍ୟୁଜ ଚ୍ୟାନେଲ ଓ...

କିଏ ହେବେ ଇଣ୍ଡିଆ ଆଲାଏନ୍ସର ପ୍ରଧାନମନ୍ତ୍ରୀ: ଖାର୍ଗେ କରିଦେଲେ ଖୁଲାସା

ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୨୪ର ୬ଟି ପର୍ଯ୍ୟାୟ ପାଇଁ ଭୋଟ ଦିଆଯାଇଥିବାବେଳେ ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ ଜୁନ ୧ରେ ହେବ। ଏହାପୂର୍ବରୁ କଂଗ୍ରେସ...

କ୍ୟାବିନେଟ୍‌ ସଚିବଙ୍କ ମୋଟ ଦରମା କେତେ ଜାଣନ୍ତି

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ଲୋକ ସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରାର୍ଥୀମାନେ ଆଇଏଏସ୍‌ ଅଧିକାରୀ ହୁଅନ୍ତି। ଯେଉଁମାନଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ...

ଏୟାରହୋଷ୍ଟେସ୍‌ କଲେ ଏପରି ଘୃଣ୍ୟ କାମ, ଜାଣିଲେ ପାଦତଳୁ ଖସିଯିବ ମାଟି…

ଥିରୁଭାନନ୍ତପୁରମ୍‌,୩୧ା୫: ବେଆଇନ ତଥା ଘୃଣ୍ୟ କାର୍ଯ୍ୟ ପାଇଁ ଜଣେ ଏୟାର ହୋଷ୍ଟେସଙ୍କୁ ଗିରଫ କରାଯିବା ଏହା ବୋଧହୁଏ ଦେଶରେ ପ୍ରଥମ ଘଟଣା ହୋଇପାରେ। ଏୟାର ହୋଷ୍ଟେସଙ୍କୁ...

ଭାରତର ପ୍ରଥମ ଏକଜିଟ ପୋଲ, ଯେଉଁଥିରେ ଭାଜପା ଜିତିବ ବୋଲି ହୋଇଥିଲା ପୂର୍ବାନୁମାନ, ରେଜଲ୍ଟରେ ତାଜୁବ ହୋଇଯାଇଥିଲା ସାରା ଦୁନିଆ

ନୂଆଦିଲ୍ଲୀ,୩୧।୫: ଭାରତରେ ଗଣତନ୍ତ୍ରର ଏହି ବଡ଼ ପ୍ରତିଯୋଗିତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜୁନ ୧ରେ ଲୋକ ସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟର ମତଦାନ ଅନୁଷ୍ଠିତ ହେବ...

ୟୁପି, ରାଜସ୍ଥାନର ଫଳାଫଳକୁ ନେଇ ଖାର୍ଗେ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩୧।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ଲୋକମାନେ ତାଙ୍କୁ କ୍ଷମତାରୁ ବହିଷ୍କାର କରିବେ। ଲୋକ ସଭା ନିର୍ବାଚନ...

ନିଜକୁ ଭଗବାନ କହୁଛନ୍ତି ମୋଦି: କେଜ୍‌ରିୱାଲ

ନୂଆଦିଲ୍ଲୀ,୩୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅହଂକାର ବଢିଗଲାଣି। ଆଜିକାଲି ସେ ନିଜକୁ ଭଗବାନ ବୋଲି ଘୋଷଣା କରିଛନ୍ତି। ଏକ ସାକ୍ଷାତକାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri