ପୁରୁଷ ହକି: ଫାଇନାଲରେ ଭାରତ…
ହାଙ୍ଗଝୋ,୪।୧୦ : ଏସିଆନ ଗେମ୍ସରେ ପୁରୁଷ ହକିର ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ୫-୩ ରେ ପରାସ୍ତ କରିଛି। ଏହା ସହ ଭାରତ ଫାଇନାଲରେ ପ୍ରବେଶ କରିଛି ଏବଂ ଅତି କମରେ ରୌପ୍ୟ ପଦକ ପାଇବାକୁ ନିଶ୍ଚିତ ହୋଇଛି। ଉପ-ଅଧିନାୟକ ହାର୍ଦ୍ଦିକ…
ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନାରେ ମଧ୍ୟସ୍ଥତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୪।୧୦ : ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନା ବିବାଦ ଉପରେ ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ମଧ୍ୟସ୍ଥତା କରିବା ଉଚିତ। ଏହା ବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ ପଞ୍ଜାବ ସରକାରଙ୍କୁ ତାଗିଦ…
ଇଡି ଚଢ଼ାଇ ମାଧ୍ୟମରେ ୨୦୨୪ ନିର୍ବାଚନର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ-ଶାହା : ଆରଜେଡି…
ନୂଆଦିଲ୍ଲୀ,୪।୧୦ : ବୁଧବାର ଏଏପି ରାଜ୍ୟସଭା ଏମପି ସଞ୍ଜୟ ସିଂଙ୍କ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢ଼଼ାଉ କରିଥିଲା। ଏନେଇ ଇଣ୍ଡିଆ ମେଣ୍ଟ ନେତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବିରୋଧୀଦଳର ନେତାମାନେ ଇଡି ଚଢ଼ାଉକୁ ପ୍ରତିଶୋଧର ରାଜନୀତି ବୋଲି କହିଛନ୍ତି।…
ଗିରଫ ପୂର୍ବରୁ ଲିଖିତ କାରଣ ଦର୍ଶାଇବ ଇଡି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୪।୧୦: ଗିରଫ କରିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡ଼ିବ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତ, ଇଡି ପକ୍ଷରୁ ଏକପାଖିଆ ଓ ମନମୁଖୀ ଆଚରଣ ଆଶା କରାଯାଇପାରିବ…
ଭାଜପା କ୍ଷମତାକୁ ଆସିବା ପରେ ମଣିପୁର ସ୍ଥିତି ହୋଇଛି ଖରାପ…
ନୂଆଦିଲ୍ଲୀ,୪।୧୦ : ମଣିପୁରର ଅବସ୍ଥା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତା ଉପରେ କଂଗ୍ରେସ ପୁଣି ଥରେ ପ୍ରଶ୍ନ କରିଛି। ଦଳ ଅଭିଯୋଗ କରିଛି ଏହା ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏପରି ରାଜ୍ୟ କିମ୍ବା ଏହାର ଲୋକମାନଙ୍କୁ ଅଣଦେଖା କରିନାହାଁନ୍ତି। କଂଗ୍ରେସ…
ବିହାରରେ ନ୍ୟାୟିକ ବ୍ୟବସ୍ଥାରେ ମିଳିବ ୧୦ପ୍ରତିଶତ ସଂରକ୍ଷଣ: ନୀତୀଶ
ପାଟନା,୪।୧୦: ବିହାରରେ ନୀତୀଶଙ୍କ ସରକାର ସଂରକ୍ଷଣକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛି। ନ୍ୟାୟିକ ସେବା ଏବଂ ଶିକ୍ଷାନୁଷ୍ଠାନରେ ଯୋଗ ଦେଉଥିବା ଅର୍ଥନୈତିକ ଦୁର୍ବଳ ବିଭାଗ(ଇଡବ୍ଲୁଏସ)ର ଲୋକମାନେ ବର୍ତ୍ତମାନ ୧୦ ପ୍ରତିଶତ ସଂରକ୍ଷଣର ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ…
ଅଭିଷେକ ବାନାର୍ଜୀଙ୍କୁ ଇଡିର ନୂଆ ସମନ
କୋଲକାତା,୪।୧୦: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଅକ୍ଟୋବର ୯ରେ ଯାଞ୍ଚ୍ରେ ସାମିଲ ହେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ନୂଆ ସମନ ଜାରି କରିଛି। ଶିକ୍ଷକ ନିଯୁକ୍ତି ମାମଲାରେ ଅକ୍ଟୋବର ୩ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ଟିଏମସି ଏମ୍ପିଙ୍କୁ ସମନ ଜାରି…
ରୁଷିଆ ସୈନ୍ୟଙ୍କୁ ଘାରିଛି ନିଶା ଅଭ୍ୟାସ: ପୁଟିନ ଚିନ୍ତିତ…
ମସ୍କୋ,୪।୧୦ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଏକ ରିପୋର୍ଟ ଆସିଛି। ରୁଷିଆ ଏହାର ସୈନିକମାନଙ୍କୁ ଦଣ୍ଡ ଦେଉଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। କାରଣ ରୁଷିଆର ନୈନିକମାନଙ୍କୁ ନିଶା ଅଭ୍ୟାସ ଘାରିଛି। ସେମାନେ ନିଶାରେ…
ପାକିସ୍ତାନ ଛାଡ଼ି ଦିଅ, ନ ହେଲେ ଧକ୍କା ମାରି ବାହାର କରିବୁ: ବେଆଇନ ଆଫଗାନୀଙ୍କୁ ଚେତାବନୀ…
ଇସଲାମାବାଦ,୪।୧୦ : ପାକିସ୍ତାନ ସରକାର ଆଫଗାନିସ୍ତାନ ସମେତ ସମସ୍ତ ବେଆଇନ ପ୍ରବାସୀମାନଙ୍କୁ ପାକିସ୍ତାନ ଛାଡିବାକୁ କହିଛନ୍ତି। ନ ହେଲେ ବଳ ପୂର୍ବକ ଧକ୍କା ମାରି ବାହାର କରିବାକୁ ଚେତାବନୀ ଦେଇଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ପାକିସ୍ତାନ ଡକ୍ୟୁମେଣ୍ଟ ହୋଇ ନ ଥିବା…
ବିଳାସପୂର୍ଣ୍ଣ ହେବ ଟ୍ରେନ ଯାତ୍ରା; ଆସୁଛି ବନ୍ଦେ ଭାରତ ସ୍ଲିପର କୋଚ୍
ନୂଆଦିଲ୍ଲୀ,୪।୧୦: ଦେଶର ବିଳାସପୂର୍ଣ୍ଣ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ବର୍ତ୍ତମାନ ଅଧିକ ଆରାମଦାୟକ ହେବାକୁ ଯାଉଛି। ଯାତ୍ରୀମାନେ ଖୁବ ଶୀଘ୍ର ଏହି ଟ୍ରେନରେ ସ୍ଲିପର ଯାତ୍ରାକୁ ମଧ୍ୟ ଉପଭୋଗ କରିପାରିବେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବନ୍ଦେ ଭାରତ ସ୍ଲିପର…
ତାଇୱାନରେ ଟାଇଫୁନ କୋଇନୁ ଆତଙ୍କ: ୯୩ ବିମାନ ଉଡାଣ ବାତିଲ, ସ୍କୁଲ କଲେଜ ବନ୍ଦ…
ତାଇପେଇ,୪।୧୦ : ନିକଟରେ ଟାଇଫୁନ ହାଇକୁଇ ତାଇୱାନରେ ତାଣ୍ଡବ ରଚିଥିଲା। ଏବେ ପୁଣି ସରକାରଙ୍କ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ତାଇୱାନର କିଛି ଅଞ୍ଚଳରେ ବିମାନ ଉଡ଼ାଣ ବାତିଲ କରାଯାଇଛି। ଏହା ସହିତ ସ୍କୁଲ କଲେଜ ଗୁଡ଼ିକ ମଧ୍ୟ…
ସରକାରୀ ଡାକ୍ତରଖାନାରେ ମୃତ୍ୟୁର ତାଣ୍ଡବ: ନାଗପୁରରେ ୨୪ଘଣ୍ଟାରେ ୨୫ ରୋଗୀଙ୍କ ମୃତ୍ୟୁ
ନାଗପୁର,୪।୧୦: ମହାରାଷ୍ଟ୍ରର ନନ୍ଦେଡ ଓ ଔଉରାଙ୍ଗବାଦ ପରେ ନାଗପୁରର ସରକାରୀ ଡାକ୍ତରଖାନାରେ ୨୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ୨୪ଘଣ୍ଟା ଭିତରେ ଦୁଇଟି ଭିନ୍ନ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିବା ଜଣାପଡିଛି। ଏହାପୂର୍ବରୁ ମହାରାଷ୍ଟ୍ରର ଛତ୍ରପତି ସମଭାଜିନଗରସ୍ଥିତ ସରକାରୀ ମେଡିକାଲ…
Archives


