Posted inଜାତୀୟ

ସୁଡ଼ଙ୍ଗରେ ମାନୁଆଲ ଖନନ ଆରମ୍ଭ

ନୂଆଦିଲ୍ଲୀ,୨୮ା୧୧: ଉତ୍ତରକାଶୀର ସିଲ୍‌କ୍ୟାରା ସୁଡ଼ଙ୍ଗରେ ୧୬ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସୋମବାର ହାତ ମେଶିନ୍‌ରେ ଖନନ ଆରମ୍ଭ ହୋଇଛି। ସେମାନେ ସମାନ୍ତରାଳ ଦିଗରେ ଖନନ କରୁଥିବାବେଳେ ମେଶିନ୍‌ ସହାୟତାରେ ଭୂଲମ୍ବ ଦିଗରେ ମଧ୍ୟ ଖନନ ଜାରି ରହିଛି। ଭୂଲମ୍ବ ଖନନ ୩୬ ମିଟରରୁ ଅଧିକ ହେଲାଣି। ଆମେରିକାର ଔଗର ଡ୍ରିଲିଂ ମେଶିନ୍‌ରେ ସମାନ୍ତରାଳ ଭାବେ ୪୬.୮ ମିଟର ଖୋଳାଯିବା ପରେ ଏହାର ଯନ୍ତ୍ରାଂଶ ଭାଙ୍ଗି ଭିତରେ ରହିଯିବାରୁ ଦୁଇଦିନ ହେଲା ଖୋଳା ବନ୍ଦ ରହିଥିଲା। ମେଶିନ୍‌ ଦ୍ୱାରା ଖୋଳିବା ସମ୍ଭବ ନ ହେବାରୁ ଏବେ ର଼୍ୟାଟ୍‌ ହୋଲ୍‌ ମାଇନିଂ ପ୍ରକ୍ରିୟା ଆପଣାଯାଇଛି। ମାନୁଆଲ ଖନନ କାର୍ଯ୍ୟରେ ସରକାରଙ୍କ ବିଭିନ୍ନ ସଂସ୍ଥା ସମେତ ସେନା ମଧ୍ୟ ସାମିଲ ହୋଇଛି। ଭାଙ୍ଗିଥିବା ଔଗର ମେଶିନ୍‌ର ଯନ୍ତ୍ରାଂଶଗୁଡ଼ିକୁ ମାଟିତଳୁ ବାହାର କରାଗଲାଣି। ଦକ୍ଷ ଖନନକାରୀମାନଙ୍କ ଦ୍ୱାରା ମାନୁଆଲ ଖନନ ଆରମ୍ଭ ହୋଇଥିବା ସୀମା ସଡ଼କ ସଂଗଠନ (ବିଆର୍‌ଓ)ର ପୂର୍ବତନ ଇଞ୍ଜିନିୟର ଇନ୍‌ ଚିଫ୍‌ ଲ୍ୟୁଟ୍‌ନାଣ୍ଟ ଜେନେରାଲ ହରପାଲ୍‌ ସିଂ କହିଛନ୍ତି।
ଅନ୍ୟପକ୍ଷରେ ଉତ୍ତରକାଶୀରେ ବର୍ଷା, ଘଡ଼ଘଡ଼ି, କୁଆପଥର ବର୍ଷା ହେବା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ୟେଲୋ ଓ୍ବାର୍ନିଂ ଜାରି କରିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର, ସ୍ବରାଷ୍ଟ୍ର ସଚବ ଅଜୟ ଭାଲ୍ଲା ଏବଂ ଉତ୍ତରାଖଣ୍ଡ ମୁଖ୍ୟ ସଚିବ ଏସ୍‌.ଏସ୍‌. ସାନ୍ଧୁ ସୋମବାର ଉଦ୍ଧାର ସ୍ଥଳରେ ପହଞ୍ଚତ୍ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସୁଡ଼ଙ୍ଗରେ ଫସିଥିବା ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ସେମାନଙ୍କ ପାଖକୁ ପଠାଯାଉଥିବା ଖାଦ୍ୟ ସମ୍ପର୍କରେ ସେ ପଚାରି ବୁଝିଥିଲେ।
ଉପର ଆଡ଼ୁ ୩୬ ମିଟର ଖୋଳା ସରିଥିବାବେଳେ ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ବାକୁ ଆଉ ୫୦ ମିଟର ଖୋଳିବାକୁ ହେବ। ଭୂଲମ୍ବ ଦିନରେ ୧.୨ ମିଟର ଓସାରର ପାଇପ୍‌ ଭର୍ତ୍ତି କରାଯାଉଛି। ଉକ୍ତ ପାଇପ୍‌ ଦେଇ ଶ୍ରମିକମାନଙ୍କୁ ଟନେଲରୁ ବାହାର କରାଯିବ। ସେହିପରି ସମାନ୍ତରାଳ ଭାବେ ଆଉ ୧୦ ମିଟର ଖୋଳିବାକୁ ଥିବାବେଳେ ସୋମବାର ଅଧା ମିଟରରୁ ଅଧିକ ଖୋଳାଯାଇଛି। ଯଦି ସବୁ ଠିକ୍‌ ଚାଲେ, ତେବେ ୨୪ରୁ ୩୬ ଘଣ୍ଟା ଲାଗିବ ବୋଲି ହରପାଲ ସିଂ କହିଛନ୍ତି। ର଼୍ୟାଟ୍‌ ହୋଲ୍‌ ମାଇନରମାନେ ପୂର୍ବରୁ ଦିଲ୍ଲୀ ଏବଂ ଅହମଦାବାଦରେ ଏଭଳି ଅପରେଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?