ପିଲାଙ୍କୁ ଆକୃଷ୍ଟ କରିଛି ମେଟାର ପ୍ଲାଟଫର୍ମ ଡିଜାଇନ୍‌

ସାନ୍‌ ଫ୍ରାନ୍ସିସ୍କୋ,୨୮ା୧୧: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ଏହାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ଡିଜାଇନ୍‌ କରିଛି। ଇନ୍‌ଷ୍ଟାଗ୍ରାମରେ କମ୍‌ ବୟସର ୟୁଜରଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ନେଇ ଏହି ସଂସ୍ଥାକୁ ଲକ୍ଷ ଲକ୍ଷ ଅଭିଯୋଗ ମିଳୁତ୍ଥିବାବେଳେ ଏହା ଖୁବ୍‌ କମ୍‌ ଦର୍ଶାଇଥାଏ ବୋଲି ଏକ ସଦ୍ୟ ଆଇନଗତ ଅଭିଯୋଗରୁ ଜଣାପଡ଼ିଛି। ଆମେରିକାର ୩୩ ରାଜ୍ୟର ଆଟର୍ନି ଜେନେରାଲମାନେ ଗତ ଅକ୍ଟୋବରରେ ଏନେଇ ମୋକଦ୍ଦମା ଦାଏର କରିଛନ୍ତି।
ଅଭିଯୋଗ ଅନୁଯାୟୀ ମେଟା ଏହାର ପ୍ରଡକ୍ଟଗୁଡ଼ିକୁ ଯୁବ ମନସ୍ତତ୍ତ୍ୱକୁ ଆକୃଷ୍ଟ କରିବା ପାଇଁ ଡିଜାଇନ୍‌ କରିଛି, ଯାହାକୁ ଏହାର ଅଧିକାରୀମାନେ ଜାଣିଛନ୍ତି। ଏଥିରେ ଆବେଗତାପୂର୍ଣ୍ଣ ଆଚରଣ, ସାଥୀମାନଙ୍କ ଦ୍ୱାରା ପ୍ରଭାବିତ ହେବାର ସମ୍ବେଦନଶୀଳତା ଏବଂ କୌଣସି ବିପଦକୁ ନୂ୍ୟନ ଆକଳନ କରିବା ଆଦି ଦେଖାଯାଇଥାଏ ବୋଲି ଅଭିଯୋଗରେ କୁହାଯାଇଛି। ଏପରିକି ୧୩ ବର୍ଷରୁ କମ୍‌ ପିଲାମାନଙ୍କ ମଧ୍ୟରେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ବେଶ୍‌ ଲୋକପ୍ରିୟ । ଏତେ କମ୍‌ ବୟସର ପିଲାଙ୍କୁ ଏହି ସେବା ବ୍ୟବହାର ଅନୁମତି ଦିଆଯାଇ ନ ଥାଏ ବୋଲି କମ୍ପାନୀ ନୀତିରେ କୁହାଯାଇଛି। ୨୦୧୯ର ଏକ ଇମେଲ୍‌ରେ ଫେସ୍‌ବୁକ୍‌ର ଜଣେ ନିରାପତ୍ତା କାର୍ଯ୍ୟନିର୍ବାହୀ ପିଲାମାନଙ୍କ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ଏହା କମ୍ପାନୀର ବ୍ୟବସାୟ ଗୁରୁତର ପ୍ରଭାବିତ କରିବା ସମ୍ଭାବନା ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ରେକର୍ଡ ଦେଖି ଏମିତି କହିଦେଲେ ମେଲୋନି: ସରା ବିଶ୍ୱରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଦୀର୍ଘ ଦିନ ଧରି ନିରନ୍ତର କାର୍ଯ୍ୟକାଳ ପାଇଁ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବୁଧବାର କେନ୍ଦ୍ର ସରକାରଙ୍କ ମୁଖ୍ୟ ଭାବରେ…

ମୋଦିଙ୍କୁ ନେଇ ଏମିତି ଲେଖିଲେ ରାଘବ ଚଢା, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ୧୨ ବର୍ଷରୁ ଅଧିକ ସମୟ ପାଇଁ କାର୍ଯ୍ୟ କରିଛନ୍ତି। ଏହା ସହିତ, ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ…

ବ୍ରାଉନସୁଗାର ସହ ନଗଦ ଟଙ୍କା ଜବତ, ଜଣଙ୍କୁ ଗିରଫ କରି…

ଧାମନଗର,୧୦ା୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତସ୍ଥିତ ବୈତରଣୀ ନଦୀପୋଲ ନିକଟରୁ ଧାମନଗର ପୋଲିସ ଜଣେ ବ୍ରାଉନସୁଗାର ବିକ୍ରେତା ଙ୍କୁ ଗିରଫ କରିଛି। ଗିରଫ…

ଆକ୍ସନ ମୋଡ୍‌ରେ ଧର୍ମଶାଳା ପୋଲିସ: ୪ ବାଇକ୍‌ ଜବତ, ଦୁଇ ଲୁଟେରାଙ୍କୁ ଗିରଫ କରି…

ଧର୍ମଶାଳାର,୧୦ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୁଇ ବାଇକ୍‌ ଲୁଟେରାଙ୍କୁ ଗିରଫ କରି ପଚରାଉଚରା କରିବା ପରେ ସେମାନଙ୍କ…

ସମୁଦ୍ରରୁ ମାଡ଼ି ଆସୁଛି ବଡ଼ ବାତ୍ୟା! ଏହିଦିନ କରିବ ଲ୍ୟାଣ୍ଡଫଲ୍‌…

ନୂଆଦିଲ୍ଲୀ,୧୦।୬: ଆସୁଛି ବଡ଼ ବାତ୍ୟା । ଯାହାକୁ ନେଇ ଛାନିଆ ହେଲେଣି ଉପକୂଳବାସୀ । ସାମୁଦ୍ରିକ ବାତ୍ୟା କ୍ରିଷ୍ଟିନାକୁ ନେଇ ଏବେ ସବୁଠି ଭୟର ମାହୋଲ ।…

ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଅନୁପ୍ରବେଶ, ଓଡ଼ିଶା ପ୍ରଶାସନ ଉପରେ…

ପଟ୍ଟାଙ୍ଗି,୧୦ା୬(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡ଼ୋଶୀ ଆନ୍ଧ୍ର ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀ ଅନୁପ୍ରବେଶ କରି ସରକାରୀ…

ମୋଦିଙ୍କୁ ପ୍ରଶଂସାରେ ପୋତିଲା ପାକିସ୍ତାନର ବନ୍ଧୁ ଦେଶ: ଦିନେ କହୁଥିଲେ ‘ଇଣ୍ଡିଆ ଆଉଟ’ ଏବେ କହୁଛନ୍ତି…

ନୂଆଦିଲ୍ଲୀ,୧୦।୬: ନରେନ୍ଦ୍ର ମୋଦି ସ୍ବାଧୀନ ଭାରତର ଇତିହାସରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସର୍ବାଧିକ ଦୀର୍ଘ ଦିନ ଧରି ରହିବାର ରେକର୍ଡ ସ୍ଥାପନ କରିଥିଲେ। ଏହି ଐତିହାସିକ ସଫଳତା…

ପେଟ୍ରୋଲ-ସିଲିଣ୍ଡର ପରେ ଏବେ ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ,୧୦।୬: ସରକାରଙ୍କ ନୂତନ ମୂଲ୍ୟ ସ୍ଥିରୀକରଣ ଯୋଜନା ଅନୁଯାୟୀ, ଘରୋଇ ବିମାନ କମ୍ପାନୀଗୁଡ଼ିକ ଏବେ ତିନି ବର୍ଷ ପର୍ଯ୍ୟନ୍ତ ବିମାନ ଟର୍ବାଇନ ଇନ୍ଧନ (ATF) ମୂଲ୍ୟ ସ୍ଥିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri