Home Middle

‘ଭାରତ ଯୋଡ ଯାତ୍ରା’ରେ ଟଙ୍କା ସାରିଦେଲା କଂଗ୍ରେସ! ଖର୍ଚ୍ଚ ହୋଇଛି ଏତେ…

ନୂଆଦିଲ୍ଲୀ,୨।୨: ୨୦୨୨ ସେପ୍ଟେମ୍ବରରୁ ୨୦୨୩ ଜାନୁଆରୀ ମଧ୍ୟରେ କନ୍ୟାକୁମାରୀରୁ କଶ୍ମୀର ଯାଏଁ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଯାତ୍ରାରେ କଂଗ୍ରେସର ମୋଟ ୭୧.୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏକଥା ଆମେ ନୁହେଁ ନିର୍ବାଚନ ଆୟୋଗଙ୍କ ପାଖରେ…

ଖାର୍ଗେଙ୍କ କଥା ଶୁଣି ସ୍ମିତହାସ୍ୟ ଦେଲେ ମୋଦି

ନୂଆଦିଲ୍ଲୀ,୨।୨: କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ଏମପି ଡି.କେ ସୁରେଶଙ୍କ ଏକ ପୃଥକ ଦେଶ ଦାବି କରିବାକୁ ବାଧ୍ୟ ହୋଇଥିବା ବିବୃତ୍ତିରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଖାର୍ଗେ ରାଜ୍ୟ ସଭାରେ କହିଛନ୍ତି…

ରାଜସ୍ଥାନରୁ ସୋନିଆଙ୍କୁ ରାଜ୍ୟ ସଭା ପଠାଇବାକୁ ହେଉଛି ଯୋଜନା

ନୂଆଦିଲ୍ଲୀ,୨।୨: ରାଜସ୍ଥାନର ତିନୋଟି ଆସନରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଯେଉଁଠି ଭାଜପା ପକ୍ଷରୁ ହାଇକମାଣ୍ଡ ନିଷ୍ପତ୍ତି ନେବେ। ଏଥର କଂଗ୍ରେସର ଏକ ନାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ।…

ମୋଦିଙ୍କ ପ୍ରଶଂସକ ପାଲଟିଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ,୨।୨: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କିଛି ସମୟ ପାଇଁ ତାଙ୍କ ଦଳ ଉପରେ ରାଗିଛନ୍ତି। ସେପଟେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ମୋଦିଙ୍କୁ ଭେଟିବା ପରେ ଭାଜପା ସହ ତାଙ୍କର ଘନିଷ୍ଠତା ନେଇ କଳ୍ପନାଜଳ୍ପନା କରାଯାଉଛି। ଏଥିସହ…

ଘୋଡାବେପାର ଭୟ: ଶପଥ ପରେ ହାଇଦ୍ରାବାଦ୍‌ ଅଭିମୁଖେ ଜେଏମ୍‌ଏମ୍‌-କଂଗ୍ରେସ ବିଧାୟକ

ରାଞ୍ଚି,୨।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ଆରଜେଡିର ସତ୍ୟନନ୍ଦ ଭୋକ୍ତା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ଜେଏମଏମ, କଂଗ୍ରେସ ଏବଂ…

ଜ୍ଞାନବାପିରେ ପୂଜାପାଠ ଉପରେ ଲାଗିବନି କୌଣସି ରୋକୋ: ହାଇକୋର୍ଟ

ବାରାଣସୀ,୨ା୨: ଜ୍ଞାନବାପି ମସ୍‌ଜିଦ୍‌ର ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ବିରୋଧରେ ମୁସ୍‌ଲିମ୍‌ ପକ୍ଷର ଆବେଦନ ଉପରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ହାଇକୋର୍ଟ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ…

ନିଜ ରାଜନୈତିକ ଦଳର ନାଁ ଘୋଷଣା କଲେ ତାମିଲ ସୁପରଷ୍ଟାର ଥାଲପଥି ବିଜୟ

ନୂଆଦିଲ୍ଲୀ,୨।୨: ରାଜନୀତିରେ ଏଣ୍ଟ୍ରି ମାରିଲେ ତାମିଲ ସୁପରଷ୍ଟାର ଥାଲପଥି ବିଜୟ। ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଶୁକ୍ରବାର ବିଜୟ ନିଜର ରାଜନୈତିକ ଦଳ ‘ତାମିଝା ଭେଟ୍ରି କାଝାଗମ’ ଘୋଷଣା କରିଛନ୍ତି। ଗତ ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ବୈଠକରେ ନିଜର…

ଝାଡ଼ଖଣ୍ଡର ନୁଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି,୨।୨: ଚମ୍ପାଇ ସୋରେନ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଅନ୍ୟ ଅନେକ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ କଂଗ୍ରେସ ନେତା ଆଲାମଗିର ଆଲାମ ଏବଂ ସତ୍ୟନାଥ ଭୋକ୍ଟା…

ପୁରୀରୁ ସୋନପୁରକୁ ଗଡ଼ିବ ଟ୍ରେନ୍‌

ପୁରୀ,୨ା୨: ଶ୍ରୀକ୍ଷେତ୍ର ପୁରୀରୁ ପାତାଳି ଶ୍ରୀକ୍ଷେତ୍ର ସୋନପୁରକୁ ଗଡ଼ିବ ଟ୍ରେନ୍‌। ସପ୍ତାହକୁ ଏହି ଟ୍ରେନ୍‌ ଥରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଅର୍ଥାତ୍‌ ଶନିବାର ଏହି ଟ୍ରେନ୍‌ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ଝଟକା

ନୂଆଦିଲ୍ଲୀ,୨।୨: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଶୁଣାଣି ନ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟ ସୋରେନଙ୍କୁ କହିଛନ୍ତି ଆପଣ କାହିଁକି ହାଇକୋର୍ଟକୁ ଯାଉନାହାଁନ୍ତି। ସୋରେନଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ କପିଲ ସିବଲ କହିଛନ୍ତି…

ଗ୍ୟାସ୍‌ ରିଫିଲିଂ କମ୍ପାନୀ ବିଲ୍ଡିଂରେ ଅଗ୍ନିକାଣ୍ଡ: ୨ ଜିଅନ୍ତା ଜଳିଗଲେ, ୧୬୫ ଆହତ

ନାଇରୋବି,୨ା୨: ଗ୍ୟାସ୍‌ ଲିକ୍‌ ହେତୁ ଅଗ୍ନିକାଣ୍ଡ ଯୋଗୁ ନାଇରୋବିରେ ଏକ ବଡ଼ ଅଘଟଣ ଘଟିଛି। ଅଗ୍ନିକାଣ୍ଡ ପରେ ଭୟଙ୍କର ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୨ ଜଣ ଜିଅନ୍ତା ଜଳି ଯାଇଥିବା ବେଳେ ୧୬୫ ଜଣ ଆହତ ହୋଇଥିବା କୁହାଯାଉଛି। ନାଇରୋବିରେ ଅବସ୍ଥିତ…

ପ୍ରତିଦିନ ଦୁଇଥର ଖାଲି କରିବାକୁ ପଡୁଛି ରାମଲାଲାଙ୍କ ଦାନ ବାକ୍ସ

ଅଯୋଧ୍ୟା,୧।୨: ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ୧୧ ଦିନ ବିତିଗଲାଣି। ଏହି ସମାରୋହ ପରଠାରୁ ପ୍ରାୟ ୨୫ ଲକ୍ଷ ଭକ୍ତ ରାମ ଜନ୍ମଭୂମିରେ ରାମଲାଲାଙ୍କୁ ଦର୍ଶକ କରିଛନ୍ତି। ରାମ ଜନ୍ମଭୂମି ତିର୍ଥ ଟ୍ରଷ୍ଟ କହିଛନ୍ତି ଯେ ଗତ ୧୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri