ହତ୍ୟା କରି ପାଣିଟାଙ୍କି ଉପରେ ଲୁଚିଥିବା ଅଭିଯୁକ୍ତ ପିଇଦେଲେ ବିଷ, ତା’ପରେ…
ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ। ହତ୍ୟା କରି ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ଗାଁର ପାଣି ଟାଙ୍କି ଉପରେ ଲୁଚିଥିବା ଦେଖିବାକୁ ମିଳିଛି। ତେବେ ଅଭିଯୁକ୍ତ ଜଣଙ୍କ ପାଣିଟାଙ୍କି ଉପରେ ବିଷ ପିଇ…
ସାହସ ଆଗରେ ହାର ମାନିଛି ଭିନ୍ନକ୍ଷମ: ସାଉଁଟୁଛନ୍ତି ପ୍ରଶଂସା
ଭବାନୀପାଟଣା,୧୪ା୩(ଉତ୍ତମ କୁମାର ଦାଶ):ଜନ୍ମରୁ ଭିନ୍ନକ୍ଷମ ହୋଇ ବି ସକ୍ଷମ ଭାବରେ ଜୀବନଯାପନ କରୁଛନ୍ତି। ଜୀବନ ଯୁଦ୍ଧରେ କେବେ ହାର ନ ମାନି ସୃଷ୍ଟି କରିପାରିଛନ୍ତି ନିଜର ସ୍ବତନ୍ତ୍ର ପରିଚୟ। ସେ ହେଲେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନକଟିଗୁଡା ଗ୍ରାମର କ୍ଷୀରାଦ୍ଧି…
ବିପଦସଙ୍କୁଳ ଅବସ୍ଥାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଛାତରୁ ଗଳୁଛି ପାଣି
ଲାଞ୍ଜିଗଡ଼,୧୪ା୩(ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୧୮୯୧ ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟକୁ ଇତିମଧ୍ୟରେ ୧୩୫ ବର୍ଷ ବିତିବାକୁ ବସିଥିବାବେଳେ ଅଣଦେଖା କରାଯିବା ଘଟଣା ଆଲୋଚନାର ବିଷୟ…
ଆମେରିକା ତଦନ୍ତରେ ଭାରତ-ଚାଇନା ଦୋଷୀ ସାବ୍ୟସ୍ତ ହେଲେ କ’ଣ ହେବ? କେଉଁ କାର୍ଯ୍ୟାନୁଷ୍ଠାନ ନେବେ ଟ୍ରମ୍ପ, ଜାଣନ୍ତୁ…
ନୂଆଦିଲ୍ଲୀ,୧୪।୩: ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକା ରାଷ୍ଟ୍ରପତି ପଦକୁ ଫେରିବା ବିଶ୍ୱ ବାଣିଜ୍ୟର ଗତିଶୀଳତାକୁ ଦୋହଲାଇ ଦେଇଛି। ଏଥର, ଟ୍ରମ୍ପ ପ୍ରଶାସନର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ହେଉଛି “ଧାରା ୩୦୧” ତଦନ୍ତ, ଯାହା ସିଧାସଳଖ ଭାରତ ଏବଂ ଚାଇନା ଭଳି ପ୍ରମୁଖ ବାଣିଜ୍ୟିକ…
ଇରାନରେ ସବୁଠାରୁ ଶକ୍ତିଶାଳୀ ଆକ୍ରମଣ! ଖାର୍ଗ ଦ୍ୱୀପରେ ବୋମା ପକାଇଲା ଆମେରିକା, ଧ୍ବଂସ ହେଲା…
ନୂଆଦିଲ୍ଲୀ,୧୪।୩: ଆମେରିକୀୟ ସେନା (CENTCOM) ଇରାନର ଗୁରୁତ୍ୱପୂର୍ଣ୍ଣ ଖାର୍ଗ ଦ୍ୱୀପରେ ସବୁଠାରୁ ଶକ୍ତିଶାଳୀ ବିମାନ ଆକ୍ରମଣ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରି କହିଛନ୍ତି, ଏହି ଆକ୍ରମଣ ଇରାନର ସାମରିକ ପ୍ରତିଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଦେଇଛି।…
ସ୍ତ୍ରୀ, ବୋହୁ, ନାତୁଣୀଙ୍କୁ ହାତୁଡିରେ ପିଟି ନିର୍ମମ ହତ୍ୟା: ପାଣିଟାଙ୍କି ଉପରେ ଲୁଚିଛନ୍ତି ଫେରାର୍ ଅଭିଯୁକ୍ତ
ଦେବଗଡ଼,୧୪।୩(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣା। ଗାଁର ପାଣି ଟାଙ୍କି ଉପରେ ଲୁଚିଛନ୍ତି ଫେରାର୍ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପାଣିଟାଙ୍କି ତଳେ ଘେରି ଯାଇଛନ୍ତି ଗାଁ ଲୋକେ। ସ୍ତ୍ରୀ , ବୋହୂ…
ଇରାକ୍ରେ ଖସିଲା ଆମେରିକା ବିମାନ: ୪ ମୃତ
ଦୁବାଇ,୧୪ା୩: ଇରାନ୍ ବିରୋଧୀ ଯୁଦ୍ଧରେ ଆମେରିକାର ସାମରିକ ବିମାନଗୁଡ଼ିକୁ ତୈଳ ଯୋଗାଉଥିବା ଏକ କେସି-୧୩୫ ଏୟାରକ୍ରାଫ୍ଟ ପଶ୍ଚିମ ଇରାକ୍ରେ ଖସିପଡ଼ିଛି। ବିମାନରେ ନିଅଁା ଲାଗିଯିବାରୁ ସେଥିରେ ଥିବା ୬ କ୍ରିଉ ମେମ୍ବରଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଛନ୍ତି। ଯୁଦ୍ଧ ଉପରେ…
ସିଇସିଙ୍କ ବହିଷ୍କାର ଦାବିରେ ନୋଟିସ ଦେଲେ ବିରୋଧୀ
ନୂଆଦିଲ୍ଲୀ,୧୪ା୩: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ଦାବିରେ ବିରୋଧୀ ଏମ୍ପିମାନେ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ ନୋଟିସରେ ଲୋକ ସଭାର ୧୩୦ ଏବଂ ରାଜ୍ୟ ସଭାର ୬୩ ଏମ୍ପି ସ୍ବାକ୍ଷର…
ସମର୍ଥନ ମିଳୁଛି, ସମାଧାନ ହେଉନି: ଚେତାବନୀ ଦେଲେ ଚାଷୀ
ବରଗଡ଼,୧୪।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଶୁକ୍ରବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ସେମାନଙ୍କ ଧାନକ୍ରୟ ନେଇ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଠୋସ୍ ପ୍ରତିଶ୍ରୁତି ମିଳିପାରିନାହିଁ। ଫଳରେ ଚାଷୀମାନେ ଆନ୍ଦୋଳନରେ ଅଟଳ…
ଏଲ୍ପିଜି ଅପେକ୍ଷାରେ ହୃଦ୍ଘାତ, ବୃଦ୍ଧ ମୃତ
ଚଣ୍ଡିଗଡ଼,୧୪ା୩: ଇରାନ ଯୁଦ୍ଧକୁ ନେଇ ରନ୍ଧନ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଦେଶର ବିଭିନ୍ନ ଭାଗରେ ଏଲ୍ପିଜି ପାଇବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଶୁକ୍ରବାର ସକାଳେ ପଞ୍ଜାବର ବର୍ନାଲା ଜିଲା ଅନ୍ତର୍ଗତ ସେହନାଠାରେ ଘରୋଇ ଏଲ୍ପିଜି ସିଲିଣ୍ଡର ପାଇଁ…
ରବିବାରଠୁ ଝଡ଼ବର୍ଷା: ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୧୪ା୩(ବନ୍ଦନା ସେଠୀ):ରାଜ୍ୟରେ ଏବେ ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ବା ହିଟ୍ ଓ୍ବେଭ୍ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ରାଜ୍ୟରେ ଏବେ ହିଟ୍ ଓ୍ବେଭ୍ ଜାରି ରହିଥିବାରୁ ଭାରତୀୟ ପାଣିପାଗ ବିଭାଗ ସତର୍କ କରିଛି। ଶନିବାର ଝାରସୁଗୁଡା ଏବଂ ସମ୍ବଲପୁରରେ…
ଏଲ୍ପିଜି ସଙ୍କଟ: ପାର୍ଲାମେଣ୍ଟରେ ବିକ୍ଷୋଭ
ନୂଆଦିଲ୍ଲୀ,୧୪ା୩: ଏଲ୍ପିଜି ସଙ୍କଟକୁ ନେଇ ବିରୋଧୀ ଏମ୍ପିମାନେ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ୍ ପୁରୀଙ୍କଠାରୁ ଜବାବ ମାଗିଛନ୍ତି। ପ୍ରଥମେ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପିମାନେ ସଂସଦ ଭବନ…
Archives


