Home Left

ନବନିର୍ବାଚିତ ସରପଞ୍ଚଙ୍କ ସମେତ ୪ ଗିରଫ

ଦେବଗଡ଼,୨୮।୩(ଡି.ଏନ୍‌.ଏ.)-ନିଜକୁ ପିଏଲ୍‌ଏଫ୍‌ଆଇ (ପିପୁଲ ଲିବରେଶନ ଫ୍ରଣ୍ଟ ଅଫ୍‌ ଇଣ୍ଡିଆ) ସଦସ୍ୟ ବୋଲି କହି ପିସ୍ତଲ ଦେଖାଇ ଭୟଭୀତ କରି ଦେବଗଡ଼ ଜିଲା ବାରକୋଟ ଥାନା ଅଞ୍ଚଳର ଜଣେ ମହିଳାଙ୍କଠାରୁ ୧ଲକ୍ଷ ଟଙ୍କା ଦାବି କରୁଥିବା ଘଟଣାରେ ସୋମବାର ପୋଲିସ ଜଣେ ନବନିର୍ବାଚିତ…

ଖେଳିବାକୁ ଯାଇଥିବା ବେଳେ ଫୁଟିଲା ବୋମା:୩ ନାବାଳିକା ଗୁରୁତର

ଭଦ୍ରକ ଅଫିସ/ବନ୍ତ,୨୮।୩(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଟିଲୋ ତ୍ରିକୋଣା ଛକସ୍ଥିତ ଇଟା ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ସୋମବାର ଅପରାହ୍ନରେ ବୋମା ଫୁଟି ୩ ନାବାଳିକା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…

ସରକାରୀ କର୍ମଚାରୀଙ୍କୁ ତାଲିବାନର କଡ଼ା ନିର୍ଦ୍ଦେଶ

କାବୁଲ,୨୮।୩: ଆଫଗାନିସ୍ତାନର ସରକାରୀ କର୍ମଚାରୀ ଦାଢ଼ି ରଖି ନ ଥିଲେ ସେମାନଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏଥିସହ ଡ୍ରେସ୍‌ କୋଡ୍‌ ନିୟମ ପାଳନ ନ କଲେ ମଧ୍ୟ ସେମାନେ ଚାକିରିରୁ ବିଦା ହେବେ। ସରକାରୀ କର୍ମଚାରୀଙ୍କୁ କିଛି…

ଦୀପିକାଙ୍କୁ ଟାଇମ୧୦୦ ଇଫେକ୍ଟ ଆୱାର୍ଡ

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ତାଙ୍କ ଅଭିନୟ ଦୁନିଆରେ ସଫଳ ଅଭିନେତ୍ରୀ ଭାବେ ସମସ୍ତଙ୍କ ହୃଦୟ ଜିତିପାରିଛନ୍ତି। ତେବେ ଦିପିକାଙ୍କ ମାନସିକ ସ୍ବାସ୍ଥ୍ୟ ସଚେତନତା ପାଇଁ ଟାଇମ୧୦୦ ଇଫେକ୍ଟ ଆୱାର୍ଡର ନିଜ ନାମରେ କରିନେଇଛନ୍ତି। ଏନେଇ ନିଜେ ଦୀପିକା ସୋସିଆଲ…

ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୮।୩: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସୋମବାର ରାଷ୍ଟ୍ରପତି ଭବନରେ ଆୟୋଜିତ ଆନୁଷ୍ଠାନିକ ସମାରୋହରେ…

ବଢ଼ିଲା ଚିତ୍ରାଙ୍କ ଅଡୁଆ

ନୂଆଦିଲ୍ଲୀ,୨୮।୩: ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେଶନ ମାମଲାରେ ସମ୍ପୃକ୍ତ ଏହାର ପୂର୍ବତନ ପରିଚାଳନା ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରା ରାମକ୍ରିଷ୍ଣାଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ଦିଲ୍ଲୀର ଏକ ଅଦାଲତ ଏପ୍ରିଲ ୧୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।…

ବୁଲ୍‌ଡୋଜର ଭୟ: ୧୪ଦିନରେ ଆତ୍ମସମର୍ପଣ କଲେଣି ୫୦ରୁ ଊର୍ଦ୍ଧ୍ୱ ଅଭିଯକ୍ତ

ଲକ୍ଷ୍ନୌ,୨୮।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ବହୁମତରେ ବିଜୟ ପରେ ଯୋଗୀ ଆଦିତ୍ୟନାଥ ସରକାର ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଯୋଗୀଙ୍କ ୨.୦ ସରକାରରେ ବୁଲ୍‌ଡୋଜର ଭୟରେ ୨ସପ୍ତାହରେ…

ଏଥର ବି ଦଶାଶ୍ବମେଧ ଘାଟରେ ବୁଡ଼ ପକାଇବେନି ଶ୍ରଦ୍ଧାଳୁ: ଲାଗିଲା ୧୪୪ ଧାରା

ଯାଜପୁର ଅଫିସ,୨୮।୩: ଯାଜପୁର ଜିଲା ପ୍ରସିଦ୍ଧ ବାରୁଣୀ ସ୍ନାନ ଉପରେ ୧୪୪ ଧାରା ଲାଗୁ କରାଯାଇଛି। ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ ସ୍ନାନ ଯୋଗ ଥିବା ବେଳେ ଜିଲା ପ୍ରଶାସନ ବୈତରଣୀ ନଦୀର ଦଶାଶ୍ବମେଧ ଘାଟ ନିକଟରେ ୧୪୪ ଧାରା…

ବିଧାନସଭାରେ ମାରପିଟ ଘଟଣାରେ ୭ଭାଜପା ବିଧାୟକ ଆହତ

କୋଲକାତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ଶେଷ ଦିନରେ ଗୃହରେ ଉତ୍ତେଜନା ଦେଖାଦେଇଛି। ଭାଜପା ବୀରଭୂଇଁ ହିଂସା ଉପରେ ଚର୍ଚ୍ଚା କରିବାକୁ ଚାହୁଁଥିବା ବେଳେ ଟିଏମ୍‌ସି ବିଧାୟକମାନେ ମାରପିଟ୍‌ ଓ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭାଜପାର…

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଗିରଫ ୮ଜଣଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଛି। ତଦନ୍ତ ଓ କ୍ରାଇମସିନ୍‌ ରିକ୍ରିଏଶନ ପାଇଁ ରିମାଣ୍ଡରେ ନେବାକୁ ଆବେଦଦ ହୋଇଛି। ଏହି ମାମଲାରେ ଅଦ୍ୟାବଧି ଗିରଫ ସଂଖ୍ୟା…

ଟସ୍‌ ଜିତି ଗୁଜରାଟର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୨୮।୩: ଚଳିତ ସିଜିନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସୋମବାର ପରସ୍ପରଙ୍କ ମଧ୍ୟରେ ମୁକାବିଲା ହେବ। ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ମୁକାବିଲାରେ ଟସ୍‌ ଜିତି ଗୁଜରାଟ…

କୋର୍ଟରେ ହାଜର ହେଲେ ଶର୍ମିଷ୍ଠା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ସୋମବାର କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟରେ ହାଜର କରିଥିବା ବେଳେ ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri