କଶ୍ମୀର ବିଶ୍ୱବିଦ୍ୟାଳୟରେ ପ୍ରଥମ ମହିଳା କୁଳପତି
ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଗୁରୁବାର ହୋମ୍ ସାଇନ୍ସ ବିଭାଗର ପ୍ରୋଫେସର ଡା. ନିଲୋଫର ଖାନ୍ଙ୍କୁ କଶ୍ମୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି କରିଛନ୍ତି। ଏହାପରେ ସେ କଶ୍ମୀର ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହୋଇଛନ୍ତି। ଭୂ-ତତ୍ତ୍ୱବିତ୍ ପ୍ରଫେସର…
ପୁରୁଷ ଫୁଟ୍ବଲ ବିଶ୍ୱକପ୍ରେ ମହିଳା ରେଫରି
କାତାର,୧୯।୫: ଚଳିତ ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଫୁଟ୍ବଲ ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ମହିଳା ରେଫରି ମ୍ୟାଚ୍ ପରିଚାଳନା କରିବେ। ଏ ନେଇ ଗୁରୁବାର ବିଶ୍ୱ ଫୁଟ୍ବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ନଭେମ୍ବର…
ମୁହଁ ଘୋଡ଼ାଇ ନ୍ୟୁଜ୍ ପଢ଼ିବେ ମହିଳା ଉପସ୍ଥାପିକା
କାବୁଲ,୧୯।୫: ଆଫଗାନିସ୍ତାନରେ ଏବେ ତାଲିବାନୀ ଶାସନ ଚାଲିଛି। ଦିନକୁ ଦିନ ତାଲିବାନ ସରକାରଙ୍କ କ୍ରୁରତା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ବର୍ତ୍ତମାନ ଆଫଗାନିସ୍ତାନରେ ସମସ୍ତ ଟିଭି ଚ୍ୟାନେଲର ମହିଳା ଉପସ୍ଥାପିକା କାର୍ଯ୍ୟକ୍ରମ ପ୍ରସାରଣ କଲା ବେଳେ ନିଜ ମୁହଁକୁ ଘୋଡ଼ାଇ ରଖିବେ। ତାଲିବାନ…
ଆର୍ସିବି ଆଗରେ ୧୬୯ ରନ୍ର ଟାର୍ଗେଟ୍
ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୬୭ତମ ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍ କରିଛି ଗୁଜରାଟ।…
୫ବର୍ଷ ଧରି ଜେଲେନ୍ସ୍କିଙ୍କୁ ଡେଟ୍ କରୁଛନ୍ତି ପୁଟିନ୍ଙ୍କ ଲଳନା
ମସ୍କୋ, ୧୯ା୫: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସାନ ଝିଅ କ୍ୟାଟେରିନା ଟିଖୋନୋଭାଙ୍କ ନୂଆ ପ୍ରେମିକଙ୍କ ନାଁ ଏବେ ଚର୍ଚ୍ଚାରେ। ଏହି ରୁଷୀୟ ବାଲେଟ୍ ଡ୍ୟାନ୍ସର ତଥା ନିର୍ଦ୍ଦେଶକଙ୍କ ନାମ ଆଇଗୋର୍ ଜେଲେନ୍ସ୍କି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ରୁଷିଆ ଆକ୍ରମଣ…
ୱାଟର ହିଟରରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ
ନବରଙ୍ଗପୁର, ୧୯।୫(ବି.ପ୍ର.): ପାଣି ଗରମ କଲା ବେଳେ ୱାଟର ହିଟରର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନବରଙ୍ଗପୁର ସହର ସଙ୍ଖାରିସାହିର କିଶୋର କୁମାର ବେହେରାଙ୍କ ସ୍ତ୍ରୀ ପ୍ରତିମା ବେହେରା (୨୫)। ସୂଚନାନୁଯାୟୀ, କୋରାପୁଟ…
ସୁନା ବ୍ୟବସାୟୀଙ୍କଠାରୁ ଚୋରିକରି ପଳାଉଥିଲେ ଡ୍ରାଇଭର
ଦେବଗଡ଼,୧୯ା୫(ଡି.ଏନ୍.ଏ.)-ପଶ୍ଚିମବଙ୍ଗର ଜଣେ ସୁନା ବ୍ୟବସାୟୀଙ୍କଠାରୁ ୭ଲକ୍ଷ ୧୦ ହଜାର ଟଙ୍କା ଚୋରି କରିବା ଅଭିଯୋଗରେ ଜଣେ ଡ୍ରାଇଭରଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛିି। ତାଙ୍କ ନାମ ମୁକୁଳ ସନ୍ତୋଷ ଦାଶ। ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ମିଦନାପୁର ଅଞ୍ଚଳର ନିର୍ମଳ ଚନ୍ଦ୍ର ସେନ…
ଶ୍ୱଶୁର ଘର ଯିବାକୁ ବାହାରି ଥିଲେ, ମିଳିଲା ନାଳରୁ ମୃତଦେହ
ବ୍ରହ୍ମପୁର ଅଫିସ,୧୯ା୫: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମ ନିକଟ କୁରେଇଶୁଣି ମନ୍ଦିର ପାର୍ଶ୍ୱରେ ଥିବା ଏକ ନାଳରୁ ଜଣେ ଯୁବକଙ୍କ ମୃତଦେହ ଗୁରୁବାର ପୋଲିସ ଉଦ୍ଧାର କରିଛି। ସେ ହେଲେ ସଦର ଥାନା ଅଧୀନ ନୂଆ ବଉଳଝୋଳି ଗ୍ରାମର…
ରିଙ୍ଗ୍ରେ ବକ୍ସିଂ ଷ୍ଟାରଙ୍କ ଜୀବନ ନେଲା ହୃଦ୍ଘାତ
ମୁମ୍ବାଇ,୧୯।୫: ବକ୍ସିଂ ଜଗତ ଗୁରୁବାର ଆଉ ଜଣେ ଷ୍ଟାରଙ୍କୁ ହରାଇଛି। କ୍ୟାରିୟରରେ ଅପରାଜିତ ଥିବା ଜର୍ମାନ ଚାମ୍ପିୟନ ମୁସା ୟାମାକ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ମ୍ୟୁନିକ୍ଠାରେ ଶନିବାର ଉଗାଣ୍ଡାର ହାମଜା ଓ୍ବାଣ୍ଡେରାଙ୍କ ବିପକ୍ଷ ମ୍ୟାଚ୍ ବେଳେ ୩୮ ବାର୍ଷୀୟ ବକ୍ସର ରିଙ୍ଗ୍ରେ…
ପ୍ଲେ ଅଫ୍ ପାଇଁ ଆର୍ସିବିର ଲଢେଇ
ମୁମ୍ବାଇ,୧୯।୫: ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳା ଯାଉଥିବା ୬୭ତମ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆର୍ସିବି ପ୍ରଥମେ ବୋଲିଂ କରି ଗୁଜରାଟକୁ ପ୍ରାରମ୍ଭିକ ଝଟ୍କା…
କଟକ ଚଣ୍ଡୀ ମନ୍ଦିର ବିକାଶ ପାଇଁ ଖର୍ଚ୍ଚ ହେବ ୭୨ କୋଟି
ଭୁବନେଶ୍ୱର,୧୯।୫(ବ୍ୟୁରୋ): କଟକ ଚଣ୍ଡୀ ମନ୍ଦିର ବିକାଶ ଯୋଜନାକୁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୭୨ କୋଟି। ଭକ୍ତ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।…
୨୪ରେ ଜାପାନ ଯିବେ ମୋଦି
ନୂଆଦିଲ୍ଲୀ/ଟୋକିଓ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ରେ ଜାପାନ ଗସ୍ତ କରିବେ। ଏହି ଅବସରରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଦେଶକୁ ନେଇ ଗଠିତ ହୋଇଥିବା ୪ର୍ଥ କ୍ୱାଡ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ ଆମେରିକା ରାଷ୍ଟ୍ରପତି ଜୋ…
Archives


