ସ୍ତ୍ରୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲେ ସ୍ବାମୀ: ୪ ମାସ ପରେ ମିଳିଲା ମୃତଦେହ

କୋରାପୁଟ,୪।୯(ସ୍ବ.ପ୍ର.)ଷ କୋରାପୁଟ ଜିଲାର କାକିରିଗୁମ୍ମା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୪ ମାସ ତଳୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି। ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ହିଁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ଜଣାପଡିଛି। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ,କାକିରିଗୁମ୍ମା ଥାନା ଅନ୍ତର୍ଗତ ଦାମନଯୋଡି ଯିବା ରାସ୍ତାକଡ଼ରେ ଦଶରଥ ସାହୁ ପରିବାର ନେଇ ରହୁଥିଲେ। ପ୍ରତିଦିନ ଦଶରଥ ସାହୁ ଓ ତାଙ୍କ ସ୍ତ୍ରୀ ଗୌରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। କଳହ ଉଗ୍ର ରୂପ ନେବାରୁ ଦଶରଥ ସାହୁ ନିଜ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଥିଲେ। ବହୁ ଦିନ ଧରି ସାହି ପଡିଶା ଓ ବନ୍ଧୁ ବାନ୍ଧବ ଗୌରୀଙ୍କୁ ଦେଖିବାକୁ ପାଇ ନ ଥିଲେ। ଗୌରୀଙ୍କ ବିଷୟରେ ସ୍ବାମୀଙ୍କୁ ପଚାରିବାରୁ ଦଶରଥ ବିଭିନ୍ନ ସମୟରେ ବାହାନା କରୁଥିଲେ। କିଛି ଦିନ ତଳେ ଦଶରଥଙ୍କ ଶ୍ୱଶୁର ତାଙ୍କୁ ଫୋନ କରି ଝିଅ ବିଷୟରେ ପଚାରିବାରୁ ରାୟଗଡାରେ ପୁଅ ପାଖରେ ରହୁଛି ବୋଲି ଦଶରଥ ପ୍ରକାଶ କରିଥିଲେ। ସନ୍ଦେହ ହେବାରୁ ରାୟଗଡାରେ ରହୁଥିବା ନାତିକୁ ଫୋନ କରି ମା’ ବିଷୟରେ ପଚାରିଥିଲେ। କିନ୍ତୁ ମା’ ବହୁ ଦିନ ହେବ ମୋ ପାଖକୁ ଆସିନି ବୋଲି ପୁଅ କହିଥିଲେ। ଶ୍ୱଶୁର ଘର ଲୋକଙ୍କ ମନରେ ସନ୍ଦେହ ଅଧିକ ହେବାରୁ ଝିଅ ନିଖୋଜ ହୋଇଥିବା ନେଇ କାକାରିଗୁମ୍ମା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି କାକାରିଗୁମ୍ମା ପୋଲିସ ଥାନା ଅଧିକାରୀ ଦଶରଥକୁ ଥାନାକୁ ଡାକି ପଚରାଉଚରା କରିବାରୁ ଦଶରଥ ସବୁ ସତ କଥା ପ୍ରକାଶ କରିଥିଲା। ଏହା ପରେ ଲକ୍ଷ୍ମୀପୁର ଏସଡିପିଓ ଅଶିନୀ କୁମାର ନାୟକ, କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ,ମାଜିଷ୍ଟ୍ରେଟ, ଫରେନସିଭ ଟିମ ଉପସ୍ଥିତ ରେ ପାଇଖାନା ଟାଙ୍କି ଖୋଳା ଯାଇଥିଲା। ଟାଙ୍କି ମଧ୍ୟରୁ ଗୌରୀ ସାହୁଙ୍କ ମୃତଦେହକୁ ଉଦ୍ଧାର କରିବା ସହିତ ଫରେନସିଭ ଟେଷ୍ଟ ପାଇଁ ଲ୍ୟାବକୁ ପଠାଇ ଦିଆଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦଶରଥ ସାହୁକୁ ପୋଲିସ ଗିରଫ କରି ଅଧିକ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ଲୋକେ ଡହଳବିକଳ

ଧର୍ମଶାଳା,୧୭।୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକଙ୍କୁ ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏନେଇ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ମଧ୍ୟ...

ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଶିକ୍ଷଣ କମିଟି ବୈଠକ: ‘କର୍ମଠ ହୁଅ, ବିପର୍ଯ୍ୟୟ ମୁକାବିଲା କର’

ଢେଙ୍କାନାଳ ଅଫିସ, ୨୦ା୭ – ଗ୍ରାମ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ସଦସ୍ୟମାନେ ଉତ୍ସାହୀ, ଦକ୍ଷ, କର୍ମଠ ହେଲେ ପ୍ରାକୃତିକ ବିପତ୍ତିର ସଫଳ ମୁକାବିଲା କରାଯାଇପାରିବ। ସମସ୍ତେ...

ମଦ ନିଶା ଜୀବନ ନେଲା: କଟୁରୀରେ ହାଣି ପୁତୁରାକୁ ହତ୍ୟା, କକା ଗିରଫ

କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ପୁତୁରାଙ୍କୁ...

ବସ୍‌ରେ ଲାଗିଲା ନିଆଁ

ବାଲେଶ୍ୱର ଅଫିସ,୧୧।୧: ବାଲେଶ୍ୱର ଜିଲା ରେମୁଣା ବ୍ଲକ ୬ନଂ. ଜାତୀୟ ରାଜପଥ ପଦ୍ମପୁର ନିକଟରେ ଏକ ଯାତ୍ରୀବାହୀ ବସ୍‌ ଶତାଧିକ ଯାତ୍ରୀ ନେଇ ଯାଉଥିବାବେଳେ ଶନିବାର...

ଚନ୍ଦନ ଗଛ ଉପରେ ମାଫିଆଙ୍କ ନଜର

କେନ୍ଦୁଝର, ୮।୨ (ସ୍ବ.ପ୍ର./ ଡି.ଏନ.ଏ.) କେନ୍ଦୁଝର ଜିଲାରେ ଚନ୍ଦନ ତସ୍କରୀ ଉପରେ ପ୍ରଶାସନର ଅଙ୍କୁଶ ଲାଗିପାରୁନାହିଁ। ଫଳରେ ଜିଲାରେ ଚନ୍ଦନ ଗଛ ଚୋରି ବଢ଼ିବାରେ ଲାଗିଛି।...

ଝରଣାସାହି ଚୋରି ଘଟଣାରେ ୪ ଗିରଫ

ଉଦଳା,୫ା୮(ଡି.ଏନ୍‌.ଏ.)-ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମ ଚୋରି ଘଟଣାର ୩ ସପ୍ତାହ ପରେ ପୋଲିସ୍‌ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଦୁଇଟି...

ନଦୀରେ ବୁଡି ଜଣଙ୍କ ଜୀବନ ଗଲା

ଜଗନ୍ନାଥ ପ୍ରସାଦ,୩୦।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦସ୍ଥିତ ବୋଡା ନଦୀରୁ ସୋମବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତକ ହେଲେ ଜଗନ୍ନାଥ ପ୍ରସାଦ ଲକ୍ଷ୍ମୀବଜାରର...

ମନ୍ତ୍ରୀଙ୍କ ନାଁ କହି ଠକେଇ: କିନ୍ନର ଗିରଫ

ପୁରୁଷୋତ୍ତମପୁର,୨୦।୬(ଡି.ଏନ୍‌.ଏ.): ବର୍ତ୍ତମାନର ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀଙ୍କ ନାଁ କହି ଜଣେ ରାଜନୈତିକ ବ୍ୟକ୍ତି ତଥା ହୋଟେଲ ମାଲିକଙ୍କଠାରୁ ୭୦ ହଜାର ଟଙ୍କା ଠକେଇ ହୋଇଛି। ଟଙ୍କା...

Advertisement
Archives

Model This Week