ସ୍ତ୍ରୀଙ୍କୁ ମାରି ପାଇଖାନା ଟାଙ୍କିରେ ପକାଇଥିଲେ ସ୍ବାମୀ: ୪ ମାସ ପରେ ମିଳିଲା ମୃତଦେହ

କୋରାପୁଟ,୪।୯(ସ୍ବ.ପ୍ର.)ଷ କୋରାପୁଟ ଜିଲାର କାକିରିଗୁମ୍ମା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୪ ମାସ ତଳୁ ନିଖୋଜ ଥିବା ମହିଳାଙ୍କ ମୃତଦେହ ଏକ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି। ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ହିଁ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବୋଲି ଜଣାପଡିଛି। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ,କାକିରିଗୁମ୍ମା ଥାନା ଅନ୍ତର୍ଗତ ଦାମନଯୋଡି ଯିବା ରାସ୍ତାକଡ଼ରେ ଦଶରଥ ସାହୁ ପରିବାର ନେଇ ରହୁଥିଲେ। ପ୍ରତିଦିନ ଦଶରଥ ସାହୁ ଓ ତାଙ୍କ ସ୍ତ୍ରୀ ଗୌରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। କଳହ ଉଗ୍ର ରୂପ ନେବାରୁ ଦଶରଥ ସାହୁ ନିଜ ସ୍ତ୍ରୀକୁ ମାରି ପାଇଖାନା ଟାଙ୍କିରେ ପୋତି ଦେଇଥିଲେ। ବହୁ ଦିନ ଧରି ସାହି ପଡିଶା ଓ ବନ୍ଧୁ ବାନ୍ଧବ ଗୌରୀଙ୍କୁ ଦେଖିବାକୁ ପାଇ ନ ଥିଲେ। ଗୌରୀଙ୍କ ବିଷୟରେ ସ୍ବାମୀଙ୍କୁ ପଚାରିବାରୁ ଦଶରଥ ବିଭିନ୍ନ ସମୟରେ ବାହାନା କରୁଥିଲେ। କିଛି ଦିନ ତଳେ ଦଶରଥଙ୍କ ଶ୍ୱଶୁର ତାଙ୍କୁ ଫୋନ କରି ଝିଅ ବିଷୟରେ ପଚାରିବାରୁ ରାୟଗଡାରେ ପୁଅ ପାଖରେ ରହୁଛି ବୋଲି ଦଶରଥ ପ୍ରକାଶ କରିଥିଲେ। ସନ୍ଦେହ ହେବାରୁ ରାୟଗଡାରେ ରହୁଥିବା ନାତିକୁ ଫୋନ କରି ମା’ ବିଷୟରେ ପଚାରିଥିଲେ। କିନ୍ତୁ ମା’ ବହୁ ଦିନ ହେବ ମୋ ପାଖକୁ ଆସିନି ବୋଲି ପୁଅ କହିଥିଲେ। ଶ୍ୱଶୁର ଘର ଲୋକଙ୍କ ମନରେ ସନ୍ଦେହ ଅଧିକ ହେବାରୁ ଝିଅ ନିଖୋଜ ହୋଇଥିବା ନେଇ କାକାରିଗୁମ୍ମା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି କାକାରିଗୁମ୍ମା ପୋଲିସ ଥାନା ଅଧିକାରୀ ଦଶରଥକୁ ଥାନାକୁ ଡାକି ପଚରାଉଚରା କରିବାରୁ ଦଶରଥ ସବୁ ସତ କଥା ପ୍ରକାଶ କରିଥିଲା। ଏହା ପରେ ଲକ୍ଷ୍ମୀପୁର ଏସଡିପିଓ ଅଶିନୀ କୁମାର ନାୟକ, କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ,ମାଜିଷ୍ଟ୍ରେଟ, ଫରେନସିଭ ଟିମ ଉପସ୍ଥିତ ରେ ପାଇଖାନା ଟାଙ୍କି ଖୋଳା ଯାଇଥିଲା। ଟାଙ୍କି ମଧ୍ୟରୁ ଗୌରୀ ସାହୁଙ୍କ ମୃତଦେହକୁ ଉଦ୍ଧାର କରିବା ସହିତ ଫରେନସିଭ ଟେଷ୍ଟ ପାଇଁ ଲ୍ୟାବକୁ ପଠାଇ ଦିଆଯାଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଦଶରଥ ସାହୁକୁ ପୋଲିସ ଗିରଫ କରି ଅଧିକ ତଥ୍ୟ ଜାଣିବା ପାଇଁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?