ଏକଦା ଗାଙ୍ଗୁଲିଙ୍କୁ ବୋହୂ ଭଳି ସଜାଇ ମଇଦାନକୁ ଛାଡ଼ିଥିଲେ ସେହ୍ବାଗଙ୍କ ସହ ସାଥୀ ଖେଳାଳି: ବାଧ୍ୟରେ…

ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍‌ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି କିଛି କଥା କେବିସିର ଏପିସୋଡ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ ଅତିଥି ଭାବେ ଟିମ୍‌ ଇଣ୍ଡିଆର ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହ୍ବାଗ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ଅମିତାଭଙ୍କୁ ସହ କ୍ରିକେଟର ଅନେକ ମଜାଦାର କାହାଣୀ ଶୁଣାଇଥିଲେ।

ଅମିତାଭ ସେହ୍ବାଗଙ୍କୁ ଡ୍ରେସିଂ ରୁମ୍‌ର କାହାଣୀ କହିବାକୁ କହିଥିଲେ। ଏହାର ଜବାବରେ ସେହ୍ବାଗ ମଜାଦାର ଘଟଣା ଶୁଣାଇଥିଲେ। ଏକ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କୁ ୪ର୍ଥ ଖେଳାଳି ଭାବେ ଖେଳିବାର ଥିଲା। ହେଲେ ମ୍ୟାଚ୍‌ରେ ଉଇକେଟ ଶୀଘ୍ର ଯାଉଥିଲା। ଅପରପକ୍ଷେ ଫିଲ୍ଡିଂ ପରେ ଡ୍ରେସିଂ ରୁମ୍‌ ଆସିଥିବାରୁ ୧୦ ମିନିଟ୍‌ ଯାଏ ସେ ବ୍ୟାଟିଂ କରିବାକୁ ଯାଇପାରି ନ ଥିଲେ। ଭିଭିଏସ୍‌ ଲକ୍ଷ୍ମଣ ସେତେବେଳେ ଗାଧାଉଥିଲେ। ଏଭଳି ସମୟରେ ସୌରଭଙ୍କୁ ପଠାଇବା ଛଡ଼ା ଅନ୍ୟ ବିକଳ୍ପ ନ ଥିଲା। ସେ କିନ୍ତୁ କହିଲେ ମୁଁ ତ ୬ନଂରେ ଯିବି। ଲକ୍ଷ୍ମଣ ଆସିଲେ ନାହିଁ ଏବଂ ଉଇକେଟ ଯାଇଥିଲା। ଶେଷରେ ବାଧ୍ୟ ହୋଇ ସବୁ ଖେଳାଳିମାନେ ମିଶି ଗାଙ୍ଗୁଲିଙ୍କୁ ବୋହୂ ଭଳି ପ୍ରସ୍ତୁତ କରିଥିଲେ। କେହି କେହି ତାଙ୍କୁ ପ୍ୟାଡ୍‌ ପିନ୍ଧାଉଥିବା ବେଳେକେହି ଥାଇ ଗାର୍ଡ ବାନ୍ଧିଥିଲେ। ପରେ ଡ୍ରେସିଂ ରୁମ୍‌ରୁ ବାହାରିବା ବେଳେ ସେ ବ୍ୟାଟ୍‌ ନେଇ ନ ଥିବା ଦେଖିଥିଲେ। ସେ ବଡ଼ ପାଟିକରି ବ୍ୟାଟ୍‌ ମାଗିଥିଲେ। ଲକ୍ଷ୍ମଣକୁ ପଠାଅ ବୋଲି ବାରମ୍ବାର କହୁଥିଲେ। ହେଲେ ତାଙ୍କୁ ବ୍ୟାଟ୍‌ ଦେବା ପରେ ସେ ମଇଦାନକୁ ଓହ୍ଲାଇଥିଲେ। ଉକ୍ତ ମ୍ୟାଚ୍‌ରେ ସେ ୪୦ ରନ୍‌ କରି ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର...

କପି ପେଷ୍ଟ କରି ପୁଣି ଟ୍ରୋଲ ହେଲେ ଉର୍ବଶୀ

ମୁମ୍ବାଇ: ବଲିଉଡ୍‌ର କେତେଜଣ ନାୟିକା ବୋଲ୍ଡନେସ୍‌ ପାଇଁ ବେଶ୍‌ ପରିଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଉର୍ବଶୀ ରୌତେଲା ଅନ୍ୟତମ। ଏହି ଅଭିନେତ୍ରୀ ମଧ୍ୟ ଅନେକ...

ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌...

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ...

ଘରୁ ପଳାଇଯାଇ ମନ୍ଦିରରେ କରିଥିଲେ ବିବାହ

ବମ୍ବେ: ସ୍କୁଲରେ ପଢ଼ୁଥିବା ବେଳେ ପ୍ରେମରେ ପଡ଼ିଥିଲେ। ପ୍ରେମିକଙ୍କୁ ଜୀବନସାଥୀ କରିବାକୁ ମନସ୍ଥ କରିଥିଲେ। ହେଲେ ପରିବାରଲୋକ ସମ୍ପର୍କକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା।...

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଘଟଣାରେ ଫିଲ୍ମ ନିର୍ଦ୍ଦେଶକଙ୍କୁ ସମନ ଜାରି କଲା ବାନ୍ଦ୍ରା ପୋଲିସ

ମୁମ୍ବାଇ,୨।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ପରିବାର ଲୋକେ, ସମ୍ପର୍କୀୟ ଓ ପ୍ରଶଂସକ ଏହାକୁ ଗ୍ରହଣ...

ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଜାଳିବେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନସରର ତୃତୀୟ ପର୍ଯ୍ୟାୟ ଦେଇ ଗତି କରୁଛି। ଏହି ସୂଚନା ମିଳିବା ପରେ ସଞ୍ଜୟ ଦତ୍ତଙ୍କ ପାଇଁ ତାଙ୍କ...

ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ମୁମ୍ବାଇ,୨ ।୯: ଅଭିନେତା ତଥା ବିଗ୍ ବସ୍ ୱିନର ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଛି । ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ...

Advertisement
Archives

Model This Week