Posted inଜାତୀୟ

ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁରେ ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୪।୯: ମୁମ୍ବାଇ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ଦେଶର ବଡ ଶିଳ୍ପପତିମାନଙ୍କ ମଧ୍ୟରେ ସାଇରସ ଥିଲେ ଅନ୍ୟତମ। ତାଙ୍କର ହଠାତ୍‌ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଘଟଣାରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାଇରସ ମିସ୍ତ୍ରୀଙ୍କ ଅକାଳ ବିୟୋଗ ଆଶ୍ଚର୍ଯ୍ୟଜନକ। ସେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ, ଯିଏ ଭାରତର ଆର୍ଥିକ ଶକ୍ତି ଉପରେ ବିଶ୍ୱାସ କରୁଥିଲେ। ତାଙ୍କ ମୃତ୍ୟୁ ବାଣିଜ୍ୟ ଏବଂ ଶିଳ୍ପ ପାଇଁ ଏକ ବଡ଼ କ୍ଷତି। ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
ସେହିପରି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଦୁର୍ଘଟଣା ଖବର ପାଇଁ ଚକିତ ହୋଇପଡିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ଏହି ଖବର ହଜମ କରିବା କଷ୍ଟକର। ଟାଟା ସନ୍ସର ମୁଖ୍ୟ ଭାବରେ ତାଙ୍କର ସଂକ୍ଷିପ୍ତ କାର୍ଯ୍ୟ ସମୟରେ ମୁଁ ସାଇରସଙ୍କୁ ଭଲଭାବେ ଜାଣିଥିଲି। ସେ ଜଣେ ଭଲ ବ୍ୟକ୍ତି। ଓମ୍‌ ଶାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଆସନ୍ତୁ ଧୋନୀ: ଭାଜପା ନେତା

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ...

କରୋନାର ନୂଆ ଷ୍ଟ୍ରେନ୍ ବଢାଇଲାଣି ଚିନ୍ତା ଆଉ ୨୦ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୫ ।୧: ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରେ ସାର୍ସ କୋଭିଡ-୨ ନୂଆ ଷ୍ଟ୍ରେନରେ ଏବେ ପର୍ଯ୍ୟନ୍ତ ଦେଶରେ ୫୮ ଜଣଙ୍କୁ ଚିହ୍ନଟ କରାଗଲାଣି । ମଙ୍ଗଳବାର...

ତାଜ୍‌ ହୋଟେଲର ୬ କର୍ମଚାରୀ କରୋନା ପଜିଟିଭ୍‌

ମୁମ୍ବାଇ,୧୨।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇର ତାଜ୍‌ ହୋଟେଲରେ ୬ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ମମତାଙ୍କ ପାଇଁ ରଣନୀତି ପ୍ରସ୍ତୁତ କରିବେ ପ୍ରଶାନ୍ତ କିଶୋର

କୋଲକାତା, ୭।୬: ଗତ ଲୋକ ସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମସି) ଖରାପ ପ୍ରଦର୍ଶନ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୈତିକ କୁଟନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ...

ଏହି ଗାଁରେ ଚଳେନି ଭାରତ ସରକାରଙ୍କ ଆଇନ…

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ...

ସ୍ଫୁଟନିକ୍‌-ଭି ଉତ୍ପାଦନ ସେପ୍ଟେମ୍ବରରୁ

ନୂଆଦିଲ୍ଲୀ,୧୩।୭: ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପି ଟିକାକରଣ ଅଭିଯାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୮କୋଟି ୧୪ଲକ୍ଷ ୬୭ହଜାର ୬୪୬ଜଣ...

ସମୁଦ୍ର କୂଳରୁ ମଇଳା ଉଠାଇଲେ ମୋଦି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମାମଲ୍ଲାପୁରମ୍‌,୧୨।୧୦ ଏବେ ସୋସିଆଲ୍‌ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଶନିବାର ମର୍ନିଂ ଓ୍ବାର୍କ ସମୟରେ ତାମିଲନାଡୁର...

ଶ୍ରୀନଗରେ ସ୍ଥିତି ହେଉଛି ସ୍ବାଭାବିକ

ଶ୍ରୀନଗର,୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟିହେବା ଅନୁମାନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେବେ ୧୫ ଦିନ...

Advertisement
Archives

Model This Week