ଆସନ୍ତା ୧ରୁ ୧୭ ଜିଲାରେ ରବି ଧାନ ସଂଗ୍ରହ ଆରମ୍ଭ ହେବ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜ୍ୟର ୧୭ ଜିଲାରେ ରବିଧାନ ସଂଗ୍ରହ କାର୍ଯ୍ୟ ଆସନ୍ତା ୧ ତାରିଖରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମଣ୍ଡିରେ ପ୍ରବେଶ କରି ନ ପାରିବ ସେଥିପ୍ରତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ…
ବାରାଣସୀରେ ଭାଜପା ହାରିଲା
ଲକ୍ଷ୍ନୌ,୧୩ା୪: ଉତ୍ତର ପ୍ରଦେଶର ବିଧାନ ପରିଷଦ ନିର୍ବାଚନରେ ଶାସକ ଭାଜପାକୁ ବଡ଼ ସଫଳତା ମିଳିଛି। ଭୋଟ ଗ୍ରହଣ କରାଯାଇଥିବା ୨୭ରୁ ୨୪ ଆସନକୁ ଭାଜପା ଦଖଲ କରିବାରେ ସକ୍ଷମ ହୋଇଥିବାବେଳେ ଦଳର ୯ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ…
୧୮ରୁ ଉଚ୍ଚଶିକ୍ଷାନୁଷ୍ଠାନରେ ପୁଣି ବାୟୋମେଟ୍ରିକ୍ ଉପସ୍ଥାନ
ଭୁବନେଶ୍ୱର,୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ବିଭିନ୍ନ କ୍ଷେତ୍ରରେ ଲାଗିଥିବା କଟକଣାକୁ କୋହଳ କରାଯାଉଛି। ଏହିକ୍ରମରେ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ପୁଣିଥରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା ହେବ। ଆସନ୍ତା ୧୮ ତାରିଖରୁ ଏହା ଆରମ୍ଭ ହେବ। ଗତ ଜାନୁଆରୀ ୭ ତାରିଖରେ କରୋନା ସ୍ଥିତିକୁ…
ଉପରମୁହାଁ ପାରଦ: ଆଜି ୪୩ ଡିଗ୍ରୀ ଛୁଇଁଲା ତାପମାତ୍ରା
ଭୁବନେଶ୍ୱର,୧୨ା୪(ବ୍ୟୁରୋ)-ଗତ କିଛିଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହୁଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବଢ଼ିବାରେ ଲାଗିଛି ତାତି। ମଙ୍ଗଳବାର ବଲାଙ୍ଗୀର ଓ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।…
ପାକିସ୍ତାନ ଅଭିନେତ୍ରୀଙ୍କ ସହ ସିଗାରେଟ୍ ଟାଣି ଚର୍ଚ୍ଚାକୁ ଆସିଥିଲେ ରଣବୀର
ମୁମ୍ବାଇ: ଦିନ କେଇଟାରେ ମିସେସ୍ କପୁର ହେବେ ଚୁଲ୍ବୁଲୀ ଆଲିଆ ଭଟ୍ଟ। ଏକଦା ଅନେକ ଯୁବତୀଙ୍କ ମନର ମଣିଷ ସାଜିଥିବା ରଣବୀର କପୁରଙ୍କ ହାତ ଧରିବେ ସେ। ଜଣେ ପ୍ରଶଂସିକା ସହ ନମ୍ବର ଓ୍ବାନ୍ ପ୍ରେମିକା ବୋଲି ତାଙ୍କୁ କୁହାଯାଏ। କାରଣ…
ବ୍ରୁକ୍ଲିନ୍ ମେଟ୍ରୋ ଷ୍ଟେଶନରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ଆକ୍ରମଣକାରୀ …
ନ୍ୟୁୟର୍କ, ୧୨।୪ : ନ୍ୟୁୟର୍କର ବ୍ରୁକ୍ଲିନ୍ର ୩୬ ଷ୍ଟ୍ରିଟ ମେଟ୍ରୋ ଷ୍ଟେଶନରେ ଜଣେ ଆକ୍ରମଣକାରୀ ମଙ୍ଗଳବାର ସକାଳେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି ସମୟରେ ଏଠାରେ ବିସ୍ଫୋରଣର ଶବ୍ଦ ମଧ୍ୟ ଶୁଣାଯାଇଛି। ବର୍ତ୍ତମାନ ଏହି ଆକ୍ରମଣରେ୫ ଜଣ ଆହତ…
ଶାମୀଙ୍କୁ ଗାଳି ଦେଲେ ହାର୍ଦ୍ଦିକ; ଭିଡିଓ ଭାଇରାଲ ପରେ…
ମୁମ୍ବାଇ,୧୨।୪: ଗୁଜରାଟ ଟାଇଟନ୍ସ ଆଇପିଏଲ୍ ୨୦୨୨ରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି । ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଏକତରଫା ଭାବେ ମ୍ୟାଚ୍କୁ ୮ ଉଇକେଟରେ ଜିତି ନେଇଥିଲା। ତେବେ ହାଇଦ୍ରାବାଦର ବ୍ୟାଟିଂ ସମୟରେ ହାର୍ଦ୍ଦିକ ଖରାପ ଫିଲ୍ଡିଂ ପାଇଁ…
ବାଇକ ମୁହାଁମୁହିଁ: ୨ ମୃତ, ୨ ଗୁରୁତର
ପାରଳାଖେମୁଣ୍ଡି,୧୨।୪(ଡି.ଏନ୍.ଏ.): ଗଜପତି ଜିଲା ଗୋସାଣି ବ୍ଲକର ଗାରବନ୍ଧ ଥାନା ଅନ୍ତର୍ଗତ ରାଉତପୁର ଗ୍ରାମରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର…
୩ ଜିଲାରେ ବଜ୍ରପାତ ସହ ବର୍ଷା ଲାଗି ସତର୍କତା ଜାରି
ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟର ୩ ଜିଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବା ମଙ୍ଗଳବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୩ ଜିଲାର କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ। ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦୁଝର ଜିଲାର କିଛି…
ମଧ୍ୟାହ୍ନ ଭୋଜନ ପାଇଁ ମିଳିବ ଅଧଘଣ୍ଟା
ଲକ୍ଷ୍ନୌ,୧୨।୪: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ ମୁଡରେ ଆସିଯାଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବଡ ନିର୍ଦ୍ଦେଶ ଜାରି କରିଛନ୍ତି। ବର୍ତ୍ତମାନ ସରକାରୀ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ସମୟ ଅଧଘଣ୍ଟାରୁ ଅଧିକ…
ଫିଲ୍ମ ‘ଧାକଡ଼’ର ଟିଜର ରିଲିଜ୍
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ଅଭିନୀତ ଫିଲ୍ମ ‘ଧାକଡ଼’ର ଟିଜର ମଙ୍ଗଳବାର ରିଲିଜ ହୋଇଛି। ଟିଜରରେ କଙ୍ଗନାଙ୍କୁ ଜବରଦସ୍ତ ଲୁକ୍ରେ ଦେଖିବାକୁ ମିଳିଛି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିବା ଜଣାପଡିଛି। ତେବେ ରିଲିଜ୍ ହୋଇଥିବା ଟିଜରରେ କଙ୍ଗନା ଜବରଦସ୍ତ…
ଆଇପିଏଲ୍ ଛାଡ଼, ଦେଶର ସମର୍ଥନରେ ଛିଡ଼ା ହୁଅ: ରଣତୁଙ୍ଗା
କଲମ୍ବୋ,୧୨।୪: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କା ନିଜକୁ ଦେବାଳିଆ ଘୋଷଣା କରିଛି। ସ୍ଥିତି ଦିନକୁ ଦିନ ବିଗିଡ଼ୁଥିବାରୁ ଏସବୁର ପ୍ରଭାବ ଏବେ ଆଇପିଏଲ୍ ଉପରେ ପଡ଼ିବା ଆଶଙ୍କା ପ୍ରକାଶ ପାଇଛି। କାରଣ ଆଇପିଏଲ ଖେଳୁଥିବା କିମ୍ବା ଏହା…
Archives


