Home Left

ମାଓବାଦୀ ସାମଗ୍ରୀ ଜବତ

ଫୁଲବାଣୀ ଅଫିସ,୧୯।୮: କନ୍ଧମାଳ ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି। ବାଲନ୍ଦାପଡ଼ା ପଞ୍ଚାୟତ ସୁକାଙ୍ଗୀ ଜଙ୍ଗଲରେ ମିଳିତ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ସର୍ଚ ଅପରେଶନ ବେଳେ ଏହି ଜଙ୍ଗଲରେ ମାଓବାଦୀମାନେ ଏକ…

କଳାହାଣ୍ଡିରେ ବ୍ୟାପୁଛି ଝାଡ଼ାବାନ୍ତି, ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ

କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଦୁର୍ଗମ ଟର୍ଲିଆମ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଖବର ପାଇ କୋକସରା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସଙ୍କ ନେତୃତ୍ୱରେ ମେଡିକାଲ ଟିମ ଟର୍ଲିଆମ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ…

ରାଜ୍ୟରୁ ଆଉ ୪୫୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୯।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ଆଉ ୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩,୧୨,୯୦୧ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା…

ଆମପାଣି ଘାଟିରେ ବସ୍‌-ଟ୍ରକ ମୁହାଁମୁହିଁ: ୨ ଡ୍ରାଇଭରଙ୍କ ସମେତ ଯାତ୍ରୀ ଗୁରୁତର

କୋକସରା,୧୯।୮(ଡି.ଏନ୍‌.ଏ.): କଳାହାଣ୍ଡି-ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଏସ୍‌ଆର୍‌ଟିସିର ଏକ ଯାତ୍ରୀବାହୀ ବସ୍‌ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୨ ଗାଡି ଚାଳକଙ୍କ ସମେତ ବସ୍‌ର ଜଣେ…

ପୁଣି ଯାନବାହନ ଯାଞ୍ଚ: ୪୧ଜଣ ଗଣିଲେ ୧ଲକ୍ଷ ୨୭ ହଜାର ଜରିମାନା

କୋଲାବିରା,୧୯ା୮(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା କୋଲାବିରା ଥାନା ଅଧୀନ ୪୯ନଂ. ଜାତୀୟ ରାଜପଥର ଶିରିଆପାଲି ନିକଟରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଯାନବାହନ ଯାଞ୍ଚ କରାଯାଇଥିଲା। ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସ୍ବାହା ହେମ୍ବ୍ରମଙ୍କ ନେତୃତ୍ୱରେ ପରିବହନ ବିଭାଗର…

ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବାକୁ ଜିଲାପାଳଙ୍କ ପରାମର୍ଶ

ବାଲେଶ୍ୱର ଅଫିସ,୧୯।୮: ଲଘୁଚାପ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ପର୍ଯ୍ୟଟନ କ୍ଷେତ୍ରକୁ ନ ଯିବା ପାଇଁ ଜନସାଧାରଣଙ୍କୁ ବାରଣ କରାଯାଇଛି। ଏ ନେଇ ଶୁକ୍ରବାର ଜିଲାପାଳ ଦତ୍ତାତ୍ରେୟ ଭାଉସାହେ ଶିନ୍ଦେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାର ଚାନ୍ଦିପୁର,…

ସିସୋଡିଆଙ୍କ ସମେତ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ,୧୯।୮: ଏକ୍ସାଇଜ ସ୍କାମ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାରେ ସିବିଆଇ ୧୫ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିଛି। ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ସିସୋଡିଆ ରହିଥିବା ଜଣାପଡ଼ିଛି। ଏଥିରେ କେତେକ ମଦ କମ୍ପାନୀଙ୍କ ନାମ…

କୋମାରେ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ,୧୯।୮: କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ଶୁକ୍ରବାର ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ରାଜୁ ଶ୍ରୀବାସ୍ତବ କୋମାରେ ଅଛନ୍ତି। ଶୁକ୍ରବାର ଏନେଇ…

ରିଲିଜ ହେଲା ‘କଠପୁତଲି’ର ଟିଜର

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ରକୁଲ ପ୍ରୀତ ସିଂଙ୍କ ଅଭିନୀତ ଫିଲ୍ମ ‘କଟପୁତଲି’ର ଟିଜର ରିଲିଜ ହୋଇଛି । ଏଥିରେ ଅକ୍ଷୟ ପୋଲିସ ପୋଷାକରେ ନଜର ଆସୁଥିବା ବେଳେ ଜଣେ ସିରିଏଲ କିଲରର ପିଛା କରୁଥିବା ଦେଖାଯାଇଛି…

ଏନ୍‌ଏଲ୍‌ସି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଆର୍‌ପିଡିଏସି ବୈଠକ: ହିତାଧିକାରୀଙ୍କ ମୌଳିକ ସୁବିଧା ନେଇ ଗୁରୁତ୍ୱାରୋପ

ଝାରସୁଗୁଡ଼ା ଅଫିସ,୧୯।୮: ଝାରସୁଗୁଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ତଲାବିରାସ୍ଥିତ ଏନ୍‌ଏଲସି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଆରପିଡିଏସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର…

ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଜଣେ ଯବାନ ଶହୀଦ

ଅଗରତାଲା,୧୯।୮: ଉତ୍ତର ତ୍ରିପୁରା ଜିଲା କାଞ୍ଚନପୁର ସ୍ଥିତ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ସକାଳେ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ଅଫ୍‌ ତ୍ରିପୁରା(ଏନ୍‌ଏଲ୍‌ଏଫ୍‌ଟି)ର କେତେକ ସନ୍ଦିଗ୍ଧ ଉଗ୍ରପନ୍ଥୀ ଓ ବିଏସ୍‌ଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ…

ଜରୁରୀ ଅବତରଣ କଲା ନୀତୀଶଙ୍କ ହେଲିକପ୍ଟର

ପାଟନା,୧୯ ।୮: ପାଗ ଖରାପ ଯୋଗୁ ଶୁକ୍ରବାର ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଛି । ରାଜ୍ୟରେ ଉପିଜିଥିବା ମରୁଡି ପରିସ୍ଥିତିର ଅନୁଧ୍ୟାନ କରିବାକୁ ସେ ନିଜ ହେଲିକପ୍ଟରରେ ବାହାରିଥିଲେ । ହେଲେ ପାଗ ଖରାପ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri