Posted inଖେଳ

ରେକର୍ଡ ବର୍ଷା କଲେ ସୂର୍ଯ୍ୟକୁମାର

ମାଉଣ୍ଟ ମାଙ୍ଗାନୁଇ,୨୦।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ମାଉଣ୍ଟ ମାଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟ୍ସମ୍ୟାନ ଭାରତର ସୂର୍ଯ୍ୟକୁମାର ଯାଦବ ୫୧ ବଲରେ ୧୧୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଅନ୍ତର୍ଜାତୀୟ ଟି-୨୦ ରେ ଏହା ତାଙ୍କର ଦ୍ୱିତୀୟ ଶତକ। ଏହାପୂର୍ବରୁ ସୂର୍ଯ୍ୟକୁମାର ଇଂଲଣ୍ଡ ବିପକ୍ଷରେ ୫୫ ବଲରେ ୧୧୭ ରନ ସଂଗ୍ରହ କରିଥିଲେ। ସେହି ମ୍ୟାଚ୍‌ରେ ସେ ୪୮ ବଲରେ ଶତକ ହାସଲ କରିଥିବାବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ସୂର୍ଯ୍ୟ ୪୯ ବଲରେ ଶତକ ପୂରଣ କରିଥିଲେ। ଏକ କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ ଟି-୨୦ରେ ୨ଟି ଶତକ ହାସଲ କରିବାରେ ସୂର୍ଯ୍ୟକୁମାର କେବଳ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏହାପୂର୍ବରୁ ୨୦୧୮ରେ ରୋହିତ ଶର୍ମା ଏହା କରିଥିଲେ। ରୋହିତ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି। ସେ ଏହି ଫର୍ମାଟରେ ଚାରି ଶତକ ହାସଲ କରିଛନ୍ତି। ଏଥି ସହିତ ଚେକ ରିପବ୍ଲିକର ଏସ ଡିଭିଜି, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲ ଏବଂ ନ୍ୟୁଜିଲାଣ୍ଡର କଲିନ ମୁନରୋ ପ୍ରତ୍ୟେକ ତିନି ଶତକ ହାସଲ କରିଛନ୍ତି। ଏଥି ସହିତ, ୧୫ ଜଣ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ଟି-୨୦ରେ ଦୁଇ ଶତକ ହାସଲ କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ସୂର୍ଯ୍ୟକୁମାରଙ୍କ ୧୧୧ ଶ୍ରେଷ୍ଠ ସ୍କୋର। ଭାରତ ପାଇଁ ଟି-୨୦ରେ ଏହା ହେଉଛି ଚତୁର୍ଥ ଶ୍ରେଷ୍ଠ ଇନିଂସ। ଚଳିତ ବର୍ଷ ଦୁବାଇରେ ଆଫଗାନିସ୍ତାନ ବିପକ୍ଷରେ ୬୧ଟି ବଲରେ ବିରାଟ କୋହଲି ୧୨୨ ରନର ଅପରାଜିତ ଇନିଂସ ଖେଳିଥିଲେ।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ ସ୍କୋର କରିବାରେ ସୂର୍ଯ୍ୟକୁମାର ରେକର୍ଡ ରଖିଛନ୍ତି। ୨୦୨୨ ମସିହାରେ ସେ ୩୦ଟି ମ୍ୟାଚରେ ୧୧୫୧ ରନ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଦୁଇ ଶତକ ଏବଂ ନଅ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ତାଲିକାରେ ପାକିସ୍ତାନର ମହମ୍ମଦ ରିଜୱାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରିଜୱାନ ୨୫ଟି ମ୍ୟାଚରେ ୯୯୬ ରନ ସଂଗ୍ରହ କରିଛନ୍ତି।
ଏକ କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ କରିବାର ରେକର୍ଡ ପାକିସ୍ତାନର ମହମ୍ମଦ ରିଜୱାନଙ୍କ ନାମରେ ଅଛି। ରିଜୱାନ ୨୦୨୧ରେ ୨୯ଟି ମ୍ୟାଚରେ ୧୩୨୬ ରନ ସ୍କୋର କରିଥିଲେ। ସୂର୍ଯ୍ୟକୁମାର ଯାଦବ ଏହି ରେକର୍ଡ ହାସଲ କରିବା ଠାରୁ ମାତ୍ର ୧୭୫ ରନ ଦୂରରେ ଅଛନ୍ତି। ତେବେ ଚଳିତ ବର୍ଷ ଖେଳିବାକୁ ଭାରତକୁ ଆଉ ଗୋଟିଏ ଟି-୨୦ ଖେଳିବାକୁ ଅଛି। ସେଥିରେ ସୂର୍ଯ୍ୟକୁମାରଙ୍କ ପାଇଁ ୧୭୫ ରନ ସ୍କୋର କରିବା ଅତ୍ୟନ୍ତ କଷ୍ଟକର ହେବ। ସୂର୍ଯ୍ୟକୁମାର ମଧ୍ୟ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ଏକ କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ ଟି-୨୦ରେ ୧୦୦୦ ରନ ପୂରଣ କରିଛନ୍ତି।
ଏକ କ୍ୟାଲେଣ୍ଡର ବର୍ଷରେ ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଛକା ମାରିବାରେ ସୂର୍ଯ୍ୟକୁମାର ମଧ୍ୟ ରେକର୍ଡ ରଖିଛନ୍ତି। ସେ ଚଳିତ ବର୍ଷ (୨୦୨୨) ମୋଟ ୬୭ ଛକା ମାରିଛନ୍ତି। ଏହି ମାଇଲଖୁଣ୍ଟକୁ ଛୁଇଁଥିବା ସୂର୍ଯ୍ୟ ହେଉଛନ୍ତି ପ୍ରଥମ ଖେଳାଳି। ଏହାପୂର୍ବରୁ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାର ରେକର୍ଡ ମହମ୍ମଦ ରିଜୱାନଙ୍କ ନାମରେ ଥିଲା। ୨୦୨୧ରେ ରିଜୱାନ ୪୨ ଛକା ମାରିଥିଲେ। ଏଥି ସହିତ, ମାର୍ଟିନ ଗୁପ୍ଟିଲ ମଧ୍ୟ ୨୦୨୧ରେ ୪୧ ଛକା ମାରି ତାଲିକାରେ ତିନି ନମ୍ବର ସ୍ଥାନରେ ରହିଛନ୍ତି। ଏଥି ସହିତ, ସୂର୍ଯ୍ୟକୁମାର ମଧ୍ୟ ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ୧୦୦ ଚୌକା ପୂରଣ କରିଛନ୍ତି। ଚଳିତ ବର୍ଷ ସେ ଟି-୨୦ରେ ୧୦୫ ଚୌକା ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ସ୍ଥାନାନ୍ତରକୁ ନେଇ ସ୍ପଷ୍ଟ କଲା ବିସିସିଆଇ, ଜାଣନ୍ତୁ…

ନୂଆଦିଲ୍ଲୀ,୧୨ା୧୦: ଆସନ୍ତା ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଓପନିଂ ମ୍ୟାଚ୍‌ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତର ହେବ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଏହା ସଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?