Advertisement

ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ୨୪ ବର୍ଷ ବୟସରେ ପରଲୋକ

କୋଲକାତା: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଏଣ୍ଡ୍ରିଲାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ଅଭିନେତ୍ରୀ କୋମାରେ ଥିଲେ । ତାଙ୍କର ପ୍ରଶଂସକ, ବନ୍ଧୁ ପରିଜନ ତଥା ସାଥି କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଥିଲେ । ହେଲେ ରବିବାର ଏଣ୍ଡିଲାଙ୍କର ମୃତ୍ୟୁରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।

ମାତ୍ର ୨୪ ବର୍ଷ ବୟସରେ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଜୀବନରେ କ୍ୟାନସର ଭଳି ଜଟିଳ ରୋଗକୁ ହରାଇଥିବା ଅଭିନେତ୍ରୀ ଶେଷରେ ବ୍ରେନ ଷ୍ଟ୍ରୋକ ଯୋଗୁ ପ୍ରାଣ ହରାଇଛନ୍ତି । ନଭେମ୍ବର ୧ରେ ତାଙ୍କୁ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ୧୪ ନଭେମ୍ବରକୁ ତାଙ୍କୁ ଏକାସହ କିଛି ଥର ହାର୍ଟ ଆଟାକ ହୋଇଥିଲା । ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥିଲା । ଏହାପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ୨୦ ନଭେମ୍ବରରେ ଏଣ୍ଡ୍ରିଲା କୋଲକାତାର ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ଏହା ପୂର୍ବରୁ ଅଭିନେତ୍ରୀଙ୍କ ପୁରୁଷ ବନ୍ଧୁ ସବ୍ୟସାଚୀ ଚୌଧୁରୀ ସୋସିଆଲ ମିଡିଆର ସାହାରା ଏଣ୍ଡ୍ରିଲାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏହାସହ ସେ ଏକ ଇମୋଶନାଲ ପୋଷ୍ଟ ବି ଲେଖିଥିଲେ । ହେଲେ ଏଣ୍ଡ୍ରିଲାଙ୍କ ମୃତ୍ୟୁ ସବ୍ୟସାଚୀଙ୍କ ଜୀବନରେ ଏକ ବଡ ଧକ୍କା ଦେଇଛି । ଖୁବ୍ କମ ସମୟ ମଧ୍ୟରେ ଏଣ୍ଡ୍ରିଲା କିଛି ଟେଲିଭିଜନ ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଖୋଲିଲେ ମଲ୍ଲିକା: ହାତରୁ କାହିଁକି ଚାଲିଗଲା ୨୦-୩୦ ଫିଲ୍ମ କହିଲେ

ଅଭିନେତ୍ରୀ ମଳ୍ଲିକା ଶେରାଓ୍ବତ୍‌ ବୋଲ୍ଡ ଦୃଶ୍ୟ ପାଇଁ ବଲିଉଡ୍‌ରେ ବେସ୍‌ ପରିଚିତ। ଅନେକ ଫିଲ୍ମରେ କାମକରି ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି...

ଦୁରଦର୍ଶନରେ ‘ଓମ୍‌ ନମଃ ଶିବାୟ’ର ପୁନଃ ପ୍ରସାରଣ, ଦର୍ଶକଙ୍କୁ ମୁଗ୍ଧ କରିଥିଲା ଧାରାବାହିକରେ ଥିବା ୫୨ ଗୀତ

ବମ୍ବେ: ସାରାଦେଶରେ ଲକ୍‌ଡାଉନ୍‌ ଯୋଗୁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଥିଲା। ଏହି ସମୟରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା ଦୁରଦର୍ଶନ। ନବେ ଦଶକରେ ଜନ୍ମିତ ପିଲାଦିନକୁ...

ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା; ନଭେମ୍ବରରେ କରିଥିଲେ ବିବାହ

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ ଭାବେ ପରିଚିତ ସାହିର ଶେଖ। ନଭେମ୍ବରରେ ସେ ପ୍ରେମିକା ରୁଚିକା କପୁରଙ୍କୁ ବିବାହ କରିଥିଲେ।...

ନିର୍ମାଣ ହେବ ସରୋଜ ଖାଁଙ୍କ ବାୟୋପିକ

ମୁମ୍ବାଇ,୪ ।୭: ବଲିଉଡ୍‌ର ବେଶ ନାଁ କରା କୋରିଓଗ୍ରାଫର ସରୋଜ ଖାଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶନିବାର ପାଳନ କରାଯାଇଛି । ଏହି ଅବସରରେ ଆଗାମୀ...

ପ୍ରମୋଶନରେ ବ୍ୟସ୍ତ ସ୍ବରା

ମୁମ୍ବାଇ:ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଜାହାଁ ଚାର୍‌ ୟାର୍‌’  ଆସନ୍ତା ୧୬ ତାରିଖରେ ମୁକ୍ତିଲାଭ କରିବ। ସ୍ବରାଙ୍କ ସହିତ ଫିଲ୍ମରେ ଶୀଖା...

ରାପର ରଫ୍‌ତାରଙ୍କୁ କରୋନା, ପ୍ରଂଶସକଙ୍କ ଉଦ୍ଦେଶ୍ୟରେ କହିଲେ ଏମିତି

ମୁମ୍ବାଇ: ବଲିଉଡ୍‌ ରାପର ତଥା ସଙ୍ଗୀତ ନିର୍ଦ୍ଦେଶକ ରଫ୍‌ତାର କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ସେ ନିଜେ ସୋସିଆଲ ମିଡିଆରେ...

ଲକ୍‌ଡାଉନ ହୋଇ ନ ଥିଲେ ଏବେ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିଥାନ୍ତେ ସୁଶାନ୍ତ: ବଲିଉଡ୍‌ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ଏବେ ତାଙ୍କ ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସମସ୍ତେ ତାଙ୍କ ମୃତ୍ୟୁ ପଛରେ...

ମା’ଙ୍କ ମୃତ୍ୟୁ ପରେ କାନ୍ଦି ନ ଥିଲେ ସଞ୍ଜୟ ଦତ୍ତ: ଜାଣନ୍ତୁ କାହିଁକ…

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଫୁସ୍‌ଫୁସ୍‌ କର୍କଟ (କ୍ୟାନସର) ରୋଗରେ ପୀଡିତ ଅଛନ୍ତି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍‌ରେ ଅଛି। ଏହି ଖବର ଜଣାପଡ଼ିବା ପରେ...

Advertisement
Archives

Model This Week