ଟ୍ରାକ୍ଟରରେ ବୁହାହେଲେ ରୋଗୀ
ସମ୍ବଲପୁର,୨୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ରାଶିଖାଇ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଯୋଗୁ ଆମ୍ବୁଲାନ୍ସ ଅଧାରେ ଅଟକି ରହିବାରୁ ରୋଗାକ୍ରାନ୍ତ ନୀରବତୀ ବେହେରାଙ୍କୁ ଟ୍ରାକ୍ଟର ଯୋଗେ ପ୍ରାୟ ୧ କିଲୋମିଟର…
‘ଆମକୁ ଆମ ସ୍କୁଲ ଫେରାଇ ଦିଅ’
ମହାକାଳପଡ଼ା,୨୨ା୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତର ଗୟସପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦ କରାଯାଇଥିଲା। ଫଳରେ ଗାଁ ପିଲାମାନେ ପାଠ ପଢ଼ିବା ପାଇଁ ବିଭିନ୍ନ…
ଆଜି ଦେବଗଡ଼ ବନ୍ଦ
ଦେବଗଡ଼,୨୨ା୮(ଡି.ଏନ୍.ଏ.): ଦେବଗଡ଼ ଜିଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଦେବଗଡ଼ ଜିଲା କୃଷକ ସଙ୍ଘର୍ଷ ସଂଘ ପକ୍ଷରୁ ସକାଳ ୬ରୁ…
ହେଭିଓ୍ବେଟ୍ ଟାଇଟଲ ବଜାୟ ରଖିଲେ ୟୁସିକ୍
କିଙ୍ଗ ଅବ୍ଦୁଲ୍ଲା ସ୍ପୋଟର୍ସ ସିଟି (ସୌଦି ଆରବ), ୨୨ା୮(ଏପି): ଆନ୍ଥୋନୀ ଜୋଶୁଆଙ୍କ ବିପକ୍ଷ ଏକ ରିମ୍ୟାଚ୍ରେ ବିଭାଜନ ନିଷ୍ପତ୍ତି ଜରିଆରେ ବିଜୟ ହାସଲ କରି ୟୁକ୍ରେନ୍ ବକ୍ସର ଓଲେକସାଣ୍ଡର ୟୁସିକ୍ ତାଙ୍କ ବିଶ୍ୱ ହେଭିଓ୍ବେଟ୍ ଟାଇଟଲ ବଜାୟ ରଖିଛନ୍ତି। ଗତବର୍ଷ ଏହି…
ଜୁନରେ ୧୮.୩୬ ଲକ୍ଷ ନୂଆ ସଦସ୍ୟ
ନୂଆଦିଲ୍ଲୀ,୨୨।୮: କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍ଓ)ର ସଦସ୍ୟ ସଂଖ୍ୟା ପୂର୍ବାପେକ୍ଷା ଅଧିକ ବୃଦ୍ଧି ପାଉଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଚଳିତବର୍ଷ ଜୁନରେ ଇପିଏଫ୍ଓରେ ୧୮.୩୬ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି। ଏପରିକି ଗତବର୍ଷ ଜୁନ ତୁଳନାରେ ପ୍ରାୟ…
ଦାବିରେ ରହିଗଲା ‘ଫିଲିଗ୍ରୀ ହବ୍’
କଟକ ଅଫିସ, ୨୨ା୮(ପୁରୁଷୋତ୍ତମ ସାହୁ): କଟକର ତାରକସି ହସ୍ତକଳା କାରୁକାର୍ଯ୍ୟ ଦିନକୁ ଦିନ ଲୁପ୍ତ ହେବାକୁ ଯାଉଛି। ଯେଉଁ ହସ୍ତକଳା କଟକକୁ ଏକଦା ରୌପ୍ୟ ନଗରୀ(ସିଲ୍ଭର ସିଟି)ର ପରିଚୟ ଦେଇଥିଲା ସେହି କାରୁକାର୍ଯ୍ୟ ଏବେ ଇତିହାସ ପାଲଟିବାକୁ ଯାଉଛି। ପାଞ୍ଚଶହ ବର୍ଷ…
ନାଲ୍କୋ ପକ୍ଷରୁ ୨୯ଶ୍ରେଷ୍ଠ ମାଟ୍ରିକ୍ୟୁଲେଟ୍ ସମ୍ବର୍ଦ୍ଧିତ
ଭୁବନେଶ୍ୱର, ୨୨।୮: ଚଳିତ ବର୍ଷର ଦଶମ ବୋର୍ଡ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ପିଲାମାନଙ୍କୁ ନାଲ୍କୋ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ କମ୍ପାନୀର ଉତ୍ପାଦନ ୟୁନିଟ୍ ଅନୁଗୁଳ ଏବଂ ଦାମନଯୋଡ଼ିର ପାରିପାର୍ଶ୍ୱିକ ବିଦ୍ୟାଳୟଗୁଡ଼ିକର ମେଧାବୀ ଛାତ୍ରୀଛାତ୍ରମାନଙ୍କୁ…
ଆଜି ସରୁଛି କଟନ୍ ଫାବ୍ ମେଳା
ଭୁବନେଶ୍ୱର,୨୨।୮: ଚଳିତବର୍ଷ ଜୁଲାଇ ୨ରୁ ଆରମ୍ଭ ହୋଇଥିବା ୧୩ତମ କଟନ୍ ଫାବ୍ ମେଳା ସୋମବାର ଶେଷ ହେଉଥିବା ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଜାରି ରହିଥିବା ଉକ୍ତ ମେଳାରେ ସାରା ଦେଶରୁ ୧୦୦ରୁ…
କ୍ରମ୍ପ୍ଟନର ସ୍ମାର୍ଟ ଷ୍ଟୋରେଜ୍ ୱାଟର ହିଟର ଉନ୍ମୋଚିତ
ନୂଆଦିଲ୍ଲୀ,୨୨।୮: ଦେଶର ପ୍ରମୁଖ ବୈଦ୍ୟୁତିକ ସାମଗ୍ରୀ ଉତ୍ପାଦକ କମ୍ପାନୀ କ୍ରମ୍ପ୍ଟନ ଗ୍ରୀଭ୍ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମତ ସ୍ମାର୍ଟ ଷ୍ଟୋରେଜ୍ ୱାଟର ହିଟରର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଶୀତର ଆଗମନ ଏବଂ ତାପମାତ୍ରାର ହ୍ରାସ…
୫ ଅଧ୍ୟାପିକାଙ୍କୁ ଦୁର୍ବ୍ୟବହାର
ନୟାଗଡ଼ ଅଫିସ,୨୨।୮: ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୫ ଅଧ୍ୟାପିକାଙ୍କୁ ୭ ଛାତ୍ର ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ଅଧ୍ୟାପିକାମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଛି।…
ରାଜପାକ୍ସେ ଭାଇଙ୍କ ନାଁରେ ହେବ ମାମଲା
କଲମ୍ବୋ,୨୨ ।୮: ଶ୍ରୀଲଙ୍କାର ମୁଖ୍ୟ ବିରୋଧିଦଳ ସମାଗି ଜନା ବାଲବେଗୟା(ଏସଜେବି) ଦେଶର ସମ୍ପତ୍ତିକୁ ଦୂରୁପଯୋଗ କରିବା ମାମଲାରେ ରାଜପାକ୍ସେ ଭାଇଙ୍କ ବିରୋଧରେ ମାମଲା କରିବାକୁ ଦାବି କରିଛି । ଏସଜେବିର ମୁଖ୍ୟ ଅଜିତ ପି ପରେରା କହିଛନ୍ତି, ସରକାର କହୁଛନ୍ତି ଗୋଟବାୟା…
୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି ଛାତ୍ରୀଛାତ୍ର
ଟେନ୍ସା,୨୨।୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ମାଲଦା ଗ୍ରାମପଞ୍ଚାୟତର ପାରମସାହି ଗ୍ରାମରୁ ବାହାରକୁ ପାଠପଢିବାକୁ ଯାଇଥିବା ଛାତ୍ରୀଛାତ୍ର ୧୦ଦିନ ହେବ ଘରକୁ ଫେରିପାରୁ ନାହାନ୍ତି। ଗ୍ରାମକୁ ଯିବା ଆସିବା କରିବାକୁ ହେଲେ ଏକ ନାଳ ପାରି ହେବାକୁ ପଡ଼ିଥାଏ। ବର୍ଷା ଯୋଗୁ…
Archives


