ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି
ସାଣ୍ଟିଆଗୋ,୧ା୧୦: ମ୍ୟାଚ୍ ସମୟରେ ପ୍ରଶଂସକଙ୍କ କ୍ରେଜ୍ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍ ସମୟରେ ସେମିତି ଏକ ଘଟଣା ଘଟିଛି। କୁହାଯାଉଛି, ଷ୍ଟାଡିୟମରେ ମାତ୍ର ୫୦ ହଜାର ଲୋକଙ୍କ ପାଇଁ ବସିବାର…
ଗାଈ-ବାଛୁରୀଙ୍କ ଗୁପ୍ଚୁପ୍ ଖିଆ, ଭିଡିଓ ଦେଖିଲେ…
ଗୁପ୍ଚୁପ୍ ଏମିତି ଏକ ପାଟି ସୁଆଦିଆ ଜିନିଷ ଯାହାକୁ ଅଧିକାଂଶ ଲୋକ ମଜାର ସହିତ ଖାଇବାକୁ ପସନ୍ଦ କରିଥାନ୍ତି। ମହିଳା ହୁଅନ୍ତି କି ପୁରୁଷ, ସମସ୍ତେ ପ୍ରାୟ ଗୁପ୍ଚୁପ୍ ଖାଇଥାନ୍ତି। କିନ୍ତୁ ମହିଳାମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ମସଲାଯୁକ୍ତ ଗୁପ୍ଚୁପ୍।…
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଖର୍ଗେଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ଥରୁର, କେଏନ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ରଦ୍ଦ
ନୂଆଦିଲ୍ଲୀ,୧ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖର୍ଗେ ଓ ଶଶି ଥରୁରଙ୍କ ମଧ୍ୟରେ ଲଢେଇ ହେବ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କେବଳ ଏହି ୨ ପ୍ରାର୍ଥୀ ରହିବେ ବୋଲି ଜଣାପଡିଛି । କାରଣ ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ…
ପିଏଫ୍ଆଇ ବ୍ୟାନ୍ ଉପରେ କେନ୍ଦ୍ରକୁ ସମାଲୋଚନା କଲେ ମାୟାବତୀ
ଲକ୍ଷ୍ନୌ,୧।୧୦: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବ୍ୟାନ୍ କରିବା ନେଇ ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ସରକାର…
ଯୁବକଙ୍କୁ ପଥରରେ ଛେଚି ହତ୍ୟା: କାରଣ ଖୋଜୁଛି ପୋଲିସ
ଲହୁଣୀପଡ଼ା,୧।୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ଅଧୀନ ଜାମୁଡ଼ିହି ପଞ୍ଚାୟତ କୁଞ୍ଚପାଣି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଗ୍ରାମର ସ୍ବର୍ଗତ ଲାକା ମୁଣ୍ଡାଙ୍କ ପୁଅ ବିଲିୟମ ମୁଣ୍ଡା(୩୬)। ମୃତଦେହ ସତ୍କାର ଲାଗି ଗାଁ ଲୋକଙ୍କ ସହିତ ବିଲିୟମ…
ବରା-ସାଇକେଲ ଦୋକାନୀ ମାରପିଟ, ମାମଲା ଥାନାରେ
କୁଆଁରମୁଣ୍ଡା,୧।୧୦(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଚେକ୍ଗେଟ୍ ନିକଟରେ ବରା ଓ ସାଇକେଲ ଦୋକାନୀଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏନେଇ ସାଇକେଲ ଦୋକାନୀ ରାଫେଲ ମିଞ୍ଜଭ୍କଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଉକ୍ତ ମାରପିଟ୍ ଘଟଣାରେ ବରା ଦୋକାନୀ…
ସାଇକ୍ରାଟିକ୍ ଡାକ୍ତରଙ୍କଠାରୁ ମେଡିସିନ୍ ଖାଉଥିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧।୧୦(ବ୍ୟୁରୋ): ଗୋପ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ନୂଆ ମୋଡ଼ ନେବାରେ ଲାଗିଛି। ସାଇକ୍ରାଟିକ୍ ଡାକ୍ତରଙ୍କ ପରାମର୍ଶ କ୍ରମେ ଧର୍ମେନ୍ଦ୍ର ମେଡିସିନ ଖାଉଥିବା ଜଣାପଡ଼ିଛି। ସେ ମୃତ୍ୟୁର କିଛିଦିନ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଡାକ୍ତର…
ଡେଡ୍ଲାଇନ୍ ସରିଥିଲେ ବି ଦିଆଯିବ ମାଗଣା ଟିକା
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଡେଡ୍ଲାଇନ୍ ସରିଥିଲେ ବି ମାଗଣା ଟିକା ଦିଆଯିବ। ଜୁଲାଇ ୧୫ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିଲେ ବି ବୁଷ୍ଟର ଟିକାକରଣ ଆଗକୁ ଚାଲିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।…
ପୂର୍ବ ଶତ୍ରୁତା: ଗାଁ ବଜାରରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା
ଆରଡ଼ି,୧।୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ବେତାଳି ଗାଁ ବଜାର ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଛି। ନନ୍ଦ କିଶୋର ଜେନା(୩୦) ନାମକ ଜଣେ ଯୁବକ ପାଳସାହି ଗ୍ରାମର ଦେବାଶିଷ ପ୍ରଧାନ(୨୧)ଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି।…
ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଆସିଲା ୟୁଜିସିର ନୂଆ ଗାଇଡ୍ଲାଇନ
ନୂଆଦିଲ୍ଲୀ,୧।୧୦: ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସିଟ୍ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି ଦେଇଛନ୍ତି। ସେମାନଙ୍କ ପାଇଁ ସ୍ବଚ୍ଛ ନାମଲେଖା ପ୍ରକ୍ରିୟା ଆପଣାଇବା ନିମନ୍ତେ ୟୁଜିସି ପକ୍ଷରୁ ଶୁକ୍ରବାର…
ମାନ୍ଙ୍କ ସୁରକ୍ଷାରେ ୪୨ କାର୍କୁ କଂଗ୍ରେସର ସମାଲୋଚନା
ଚଣ୍ଡିଗଡ଼,୧।୧୦: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନ୍ଙ୍କ ସୁରକ୍ଷା ପାଇଁ ୪୨ଟି କାର ବ୍ୟବହାରକୁ ନେଇ ବିରୋଧୀ କଂଗ୍ରେସ ସମାଲୋଚନା କରିଛି। ରାଇଟ୍ ଟୁ ଇନ୍ଫରମେଶନ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମାନ୍ ନିଜ ସୁରକ୍ଷା ପାଇଁ ୪୨ଟି ଦାମୀ କାର୍…
ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲ
ଥିରୁଭାଲ୍ଲା,୧।୧୦: ଜଣେ ନାବାଳିକାଙ୍କୁ ୨ ବର୍ଷ ପର୍ଯନ୍ତ ବଳାତ୍କାର କରିଥିବା ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କୁ କେରଳର ଏକ ଅଦାଲତ ଶୁକ୍ରବାର ୧୪୨ ବର୍ଷ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି। ଏଥିସହ ପଥାନାମ୍ଥିଟ୍ଟା ଅତିରିକ୍ତ ଜିଲା ଓ ଦୌରା କୋର୍ଟ ବିଚାରପତି ଜୟକୁମାର…
Archives


