ଅଭିଯୋଗ ଶୁଣାଣି ବେଳେ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାୟଗଡ଼ା,୯।୧(ସ୍ବ.ପ୍ର.): ଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପୋଲିସ ତାଙ୍କୁ ଉଦ୍ଧାରକରି ଉଠାଇନେଇଛି। ଦମ୍ପତି ହେଲେ ଫିଲିପ୍ସ ବେହେରା, ସ୍ତ୍ରୀ ବାସନ୍ତୀ ତୁରୁକ।

ଉତ୍କଳ ଆଲୁମିନା କାରଖାନା ଜମି ଜବରଦଖଲ କରିଥିବା ନେଇ ଫିଲିପ୍ସ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ଦମ୍ପତି କହିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଉତ୍କଳ ଆଲୁମିନା କାରଖାନା ପାଇଁ ଜମି ଅଧିଗ୍ରହଣ ସମୟରେ ଫିଲିପ୍ସଙ୍କର ୨୪ ସେଣ୍ଟ ଜମି ଅଧିଗ୍ରହଣ ହୋଇଥିଲା। ଏହି ଜମି ବାବଦ କ୍ଷତିପୂରଣ ଦେଇ କାରଖାନା କିନ୍ତୁ ୪୦ସେଣ୍ଟ ଅଧିକ ଜମି ଅକ୍ତିଆର କରିଥିବା ନେଇ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଫିଲିପ୍ସ ଅଭିଯୋଗ କରିଛନ୍ତି। ହେଲେ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଦମ୍ପତି କାନ୍ଦି କାନ୍ଦି ଦୁଃଖ ବଖାଣିଛନ୍ତି। ସବୁଠି ନିରାଶ ହୋଇ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ବୃଦ୍ଧ ଦମ୍ପତି କହିଛନ୍ତି। ଏହି ଘଟଣା ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ବନିତାଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର

ନୂଆଦିଲ୍ଲୀ/ନବରଙ୍ଗପୁର,୨୫।୧: କ୍ଷୁଦ୍ର ଗ୍ରହ ଆବିଷ୍କାର କରିଥିବା ଓଡ଼ିଶାର ନବରଙ୍ଗପୁର ଜିଲାର ବନିତା ଦାସଙ୍କୁ ସୋମବାର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ଦିନ ୧୧ଟାରେ...

ମିଶ୍ରପଡ଼ାରେ ଏମ୍‌ସିସି ନିର୍ମାଣକୁ ବିରୋଧ ଜାରି:ସଚେତନ କରି ନ ପାରି ଫେରିଲେ ପୌର କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ, ୪।୧୨-ଅନୁଗୋଳ ପୌରାଞ୍ଚଳର ମିଶ୍ରପଡ଼ା ହାଇଟେକ୍‌ ନର୍ସରୀ ନିକଟରେ ନିର୍ମାଣ ହେବାକୁ ଥିବା ମାଇକ୍ରୋ କମ୍ପୋଷ୍ଟି ସେଣ୍ଟର(ଏମ୍‌ସିସି)କୁ ବିରୋଧ ଜାରି ରହିଛି। ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ସାବୁଳିଆ ଚିଲିକା କୂଳରେ ମୃତ ଡଲ୍‌ଫିନ୍‌

ରମ୍ଭା,୧୯।୧: ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ସାବୁଳିଆ ନିକଟ ଚିଲିକା କୂଳରେ ମଙ୍ଗଳବାର ଏକ ମୃତ ଡଲ୍‌ଫିନ୍‌ ଭାସୁଥିବା ଦେଖିବାକୁ ମିଳିଛି। ଡଲଫିନ୍‌ର ଲମ୍ବ ୫...

କାଳବୈଶାଖୀ: ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡିଲା

ଦାରିଙ୍ଗବାଡ଼ି,୨୧।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ କାଳବୈଶାଖୀ ଜାରି ରହିଛି। ମଙ୍ଗଳବାର ଅପରାହ୍ନ ୩ଟାରୁ ପ୍ରବଳ ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ପବନ ଯୋଗୁ ବହୁ ଘରର...

ଯୁବକଙ୍କୁ ହତ୍ୟା: ୩ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ନିରପେକ୍ଷ ତଦନ୍ତ ଦାବିରେ ଧାରଣା

କୋକସରା,୧୧ା୫(ଡି.ଏନ୍‌.ଏ.): ପ୍ରଥମେ ଯୁବକଙ୍କୁ ହତ୍ୟା କରି ବେକରେ ଫାଶ ଦେଇ ଏକ ଶାଗୁଆନ ଗଛରେ ଝୁଲାଇ ଆତ୍ମହତ୍ୟାର ନାଟକ ରଚିଥିଲେ ଅଭିଯୁକ୍ତ । ହେଲେ ପରିବାରର...

ଦନ୍ତା ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର, ୨୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଭାଜପା (ଭୂୟାଁ ଓ ଜୁଆଙ୍ଗ ପିଢ଼) ରେଞ୍ଚ ଫୁଲଝର ପଞ୍ଚାୟତ ଶଙ୍କରୀ ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦ୍ୱାଦଶତମ ଦିବସ:ଆଇଆରବି ନାଇଥ୍‌ ବାଟାଲିୟନ୍‌ ବିଜୟୀ

ଭବାନୀପାଟଣା,୨୮।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଶୁକ୍ରବାର ୧୩ ତମ ମ୍ୟାଚ୍‌ରେ ଗୁଡମର୍ନିଂ...

୧୦ ଫୁଟର ଅହିରାଜ ଉଦ୍ଧାର

ବାଲିଗୁଡ଼ା,୨୪ା୪: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ସଗଡ଼ିଆ ସାହିରୁ ଶନିବାର ୧୦ଫୁଟର ଲମ୍ବର ଏକ ଅହିରାଜ ସାପ ବନ ବିଭାଗ ଉଦ୍ଧାର କରିଛି।...

Advertisement
Archives

Model This Week