Home Left

ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା

ନୂଆଦିଲ୍ଲୀ, ୨ା୧୦: ଇରାନରୁ ପେଟ୍ରୋକେମିକାଲ ଏବଂ ପ୍ରେଟ୍ରୋଲିୟମ ଉତ୍ପାଦ କିଣୁଥିବା ଭାରତର ଏକ କମ୍ପାନୀ ଉପରେ ଆମେରିକା କଟକଣା ଲଗାଇଛି। ଇରାନୀୟ ଉତ୍ପାଦ କିଣି ତାହାକୁ ଦକ୍ଷିଣ ଓ ପୂର୍ବ ଏସିଆ ପଠାଉଥିବା ୮ କମ୍ପାନୀର ଅନ୍ତର୍ଜାତୀୟ ନେଟଓ୍ବର୍କ ଉପରେ ଆମେରିକାର…

ସରିଲା ମା’ଙ୍କ ବିଲ୍ବାଧିବାସ, ଆଜି ସପ୍ତମୀ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ପୂଜା। ସୁନ୍ଦର ତୋରଣ ସାଙ୍ଗକୁ ରଙ୍ଗାରଙ୍ଗ ଆଲୋକମାଳାରେ ମଣ୍ଡପ ଝଲସୁଥିବାବେଳେ ମା’ ଦୁର୍ଗାଙ୍କ ଧରାବତରଣ ପୂରା ପରିବେଶକୁ ଭକ୍ତିମୟ କରିଦେଇଛି। ପରମ୍ପରା ଅନୁଯାୟୀ ଶନିବାର ପୀଠେ ସପ୍ତମୀ ପୂଜା ସମ୍ପନ୍ନ ହୋଇଥିବାବେଳେ ମଣ୍ଡପରେ ଷଷ୍ଠୀପୂଜା ବିଳମ୍ବିତ…

ରାସ୍ତାରେ ବୋଟ୍‌, ସମୁଦ୍ରରେ କାର୍‌

ଫର୍ଟ ମ୍ୟେର୍ସ ବିଚ୍‌/ଚାର୍ଲେଷ୍ଟନ୍‌,୨।୧୦: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ଇଆନ୍‌ ଆମେରିକାର ଫ୍ଲୋରିଡ଼ା ଉପକୂଳକୁ ବିପର୍ଯ୍ୟସ୍ତ କରିଦେଇଛି। ବାତ୍ୟାରେ ବହୁସଂଖ୍ୟାରେ ବୋଟ୍‌ ସମୁଦ୍ରରୁ ଭାସିଆସି ବିଭିନ୍ନ ରାସ୍ତାରେ ଲାଗିଥିବାବେଳେ କାର୍‌ଗୁଡ଼ିକ ସମୁଦ୍ରରେ ଭାସୁଥିବା ଦେଖାଯାଇଛି। ସମୁଦ୍ର ଜୁଆର ମାଡ଼ିଆସି ବହୁ ଅଞ୍ଚଳ ଜଳାର୍ଣ୍ଣବ…

ୟୁଏନ୍‌ଏସ୍‌ସିରେ ରୁଷିଆ ବିରୋଧରେ ନିନ୍ଦା ପ୍ରସ୍ତାବ: ବିରତ ରହିଲା ଭାରତ

ନୂଆଦିଲ୍ଲୀ,୨।୧୦: ଗଣଭୋଟ ଜରିଆରେ ୟୁକ୍ରେନ୍‌ର ୧୫ ପ୍ରତିଶତ ଅଞ୍ଚଳ ରୁଷିଆ ନିଜ ଭୂଖଣ୍ଡରେ ମିଶାଇବା ନିଷ୍ପତ୍ତିକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଅଣାଯାଇଥିବା ନିନ୍ଦା ପ୍ରସ୍ତାବରୁ ଭାରତ ଦୂରେଇ ରହିଛି। ପରିବର୍ତ୍ତିତ ସ୍ଥିତି ପାଇଁ ଭାରତ ପ୍ରସ୍ତାବରୁ ବିରତ…

ଇଲେକ୍ଟ୍ରୋନିକ ସ୍କୁଟି ନିର୍ମାଣ କାରଖାନାରେ ଅଗ୍ନିକାଣ୍ଡ

ଚଣ୍ଡିଖୋଲ,୨।୧୦ (ଡି.ଏନ.ଏ.): ବଡ଼ଚଣା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବଡ଼ଚଣା ଛକ ନିକଟ ଭାରତ ବେଞ୍ଜ କମ୍ପାନୀ ପରିସରରେ ଥିବା ଏକ ଇଲୋକ୍ଟ୍ରୋନିକ ସ୍କୁଟି ନିର୍ମାଣକାରୀ କମ୍ପାନୀ ଇଭିଇ କାରଖାନାରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି…

ଲିମ୍ୟାନ୍‌ରୁ ରୁଷୀୟ ସୈନ୍ୟଙ୍କ ପଳାୟନ: ରୁଷିଆ କବଳରୁ ମୁକୁଳିଲା ୫ ୟୁକ୍ରେନ୍‌ ଗାଁ

କିଭ୍‌/ମସ୍କୋ/ଓ୍ବାଶିଂଟନ୍‌, ୨ା୧୦: ବନ୍ଧୁକ ମୁନରେ ଭୋଟିଂ କରାଇ ରୁଷିଆ ବେଆଇନ ଭାବେ ପୂର୍ବ ୟୁକ୍ରେନ୍‌ର ଡୋନେସ୍କ, ଲୁହାନ୍‌ସ୍କ ସମେତ ଜାପୋରିଝିଆ ଏବଂ ଖେରସନ୍‌କୁ ନିଜର ବୋଲି ଘୋଷଣା କରିଛି। ହେଲେ ଏବେ ବି ୟୁକ୍ରେନ୍‌ ଉକ୍ତ ଅଞ୍ଚଳକୁ ଫେରାଇ ଆଣିବା ପାଇଁ…

ନବବିବାହିତାଙ୍କୁ ହତ୍ୟା ଅଭିଯୋଗ

ରସୁଲପୁର,୨।୧୦(ଡି.ଏନ.ଏ.): କୁଆଖିଆ ଥାନା ଅନ୍ତର୍ଗତ ବାହାଦଲାପୁର ପଞ୍ଚାୟତ ଓରାଳି ଗ୍ରାମରେ ଶୁକ୍ରବାର ରାତିରେ ଜଣେ ନବ ବିବାହିତାଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଗ୍ରାମର ରାଜକିଶୋର ମଳିକଙ୍କ ସ୍ତ୍ରୀ ପିଙ୍କି ପ୍ରଧାନ। ଏ ସମ୍ପର୍କରେ ପିଙ୍କିଙ୍କ ବାପା ରଞ୍ଜନ ପ୍ରଧାନ ଥାନାରେ…

୧୫ ଆଇସ୍‌କ୍ରିମ କାଠିରେ ମା’ ଦୁର୍ଗା

ବ୍ରହ୍ମପୁର ଅଫିସ୍‌, ୨।୧୦: ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସର୍ବଦା କିଛି ନିଆରା କଳାକୃତି ପାଇଁ ପ୍ରୟାସ ଜାରି ରଖିଥାନ୍ତି। ଯାହା ଦ୍ୱାରା ସେ ବିଭିନ୍ନ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ମର୍ମରେ ଶାରଦୀୟ ଦୁର୍ଗା ପୂଜା…

ଦାରିଦ୍ର୍ୟ ଦୂର କରିବ ରୋବୋ

ଓ୍ବାଶିଂଟନ୍‌, ୨ା୧୦: ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ ବୈଦ୍ୟୁତିକ୍‌ କାର ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ଏହାର ବାର୍ଷିକ ଏଆଇ ଦିବସ ପାଳନ ଅବସରରେ ଏକ ହୁମ୍ୟାନଏଡ୍‌ ରୋବୋ ଅପ୍ଟିମସ୍‌ର ପ୍ରଦର୍ଶନ କରାଇଛି। ଅବିକଳ ମଣିଷ ଭଳି ଏହି ରୋବୋ କାମ…

କେଡ୍ରିଟ କାର୍ଡରୁ ୫.୬୯ ଲକ୍ଷ ନେଇଗଲେ

ବ୍ରହ୍ମପୁର ଅଫିସ,୨।୧୦: ଗଞ୍ଜାମ ଜିଲାରେ ଏବେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକ ଗ୍ୟାଙ୍ଗ ବିଭିନ୍ନ ଉପାୟରେ ଲୋକମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି। ଏହି ଧାରାରେ ବ୍ରହ୍ମପୁର ସହରରେ ଥିବା ଜଣେ ବ୍ୟକ୍ତିଙ୍କଠାରୁ ଗ୍ୟାଙ୍ଗ ପ୍ରାୟ ୫.…

ଏମ୍‌କେସିଜିରେ ପ୍ଲେଟ୍‌ଲେଟ୍‌ ଅଭାବ, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ବ୍ରହ୍ମପୁର ଅଫିସ,୨।୧୦:  ଗଞ୍ଜାମ ଜିଲାରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଚାଲିଛି। ଗତ ଦୁଇ ଦିନରେ ଜଣେ ୧୧ ମାସର ଶିଶୁ ସମେତ ୧୧ ଜଣଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଶନିବାର ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା…

ଗାଁ ଶ୍ମଶାନରେ ଜାଗା ମିଳିଲାନି

ଜଳେଶ୍ୱର, ୨।୧୦(ଡି.ଏନ.ଏ.):  ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଏକ ଗାଁରେ ଜଣେ ପରିବାର ଦୀର୍ଘବର୍ଷ ଧରି ରହିଆସୁଥିବା ବେଳେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ସ୍ଥାୟୀ ବାସିନ୍ଦା ହୋଇ ନ ଥିବାରୁ ଗ୍ରାମବାସୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri