କଲ୍ୟାଣକୁମାର ଜେଏସ୍‌ଏଲ୍‌ର ନୂଆ ସିଏସ୍‌ଓ

ନୂଆଦିଲ୍ଲୀ,୧୦।୧: ଜିନ୍ଦଲ ଷ୍ଟେନଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ନୂଆ ଚିଫ ସଷ୍ଟେନବିଲିଟି ଅଫିସର (ସିଏସଓ) ଭାବେ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଜେଏସଏଲର ଶକ୍ତି ଏବଂ ଇଏସଜିର ଉପସଭାପତି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଏପରିକି ଉପସଭାପତି ଭାବେ ସେ ଏଣ୍ଟରପ୍ରାଇଜ୍‌ ଇଏସଜି ରୂପାନ୍ତରୀକରଣ, ଇସ୍ପାତ ଉତ୍ପାଦନରେ ଅଙ୍ଗାରକାମ୍ଳ ନିରପେକ୍ଷତା, ଡି. କାର୍ବୋନାଇଜେଶନ୍‌ ପଥ ଏବଂ ସ୍ଥିରତା ପାଇଁ ଆବଶ୍ୟକ କାର୍ଯ୍ୟ ଓ ନେତୃତ୍ୱ ନେଇଛନ୍ତି। ବିଶେଷ କରି ଇସ୍ପାତ ଶିଳ୍ପରେ ଭଟ୍ଟାଚାର୍ଜୀଙ୍କର ପ୍ରାୟ ୩ ଦଶନ୍ଧିର ବଳିଷ୍ଠ ଅଭିଜ୍ଞତା ରହିଛି। ଅପରପକ୍ଷରେ ପରିବେଶ, ସାମାଜିକ ଓ ଶାସନ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଦିଗରେ ଜେଏସଏଲ ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଉଲ୍ଲେଖଯୋଗ୍ୟ ଜେଏସଏଲର ପ୍ରଥମ ସିଏସଓ ଭାବେ କଲ୍ୟାଣ କୁମାର ଭଟ୍ଟାଚାର୍ଜୀ ନିଯୁକ୍ତ ହୋଇଛନ୍ତି। ସେହିଭଳି ଭଟ୍ଟାଚାର୍ଜୀ ଜିନ୍ଦଲ ଷ୍ଟେନଲେସର ସ୍ଥାୟିତ୍ୱ ପଦକ୍ଷେପ ପାଇଁ ଦାୟୀ ରହିବେ, ଯେଉଁଥିରେ ବର୍ତ୍ତମାନ ତଥା ଭବିଷ୍ୟତର କ୍ଷମତା ସମ୍ପ୍ରସାରଣ ଯୋଜନା ପାଇଁ ଡି଼କାର୍ବୋନାଇଜ୍‌ ପ୍ରୟାସ ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ନେଇ ୨୦୫୦ସୁଦ୍ଧା କମ୍ପାନୀର ନେଟ୍‌ ଜିରୋ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଜିନ୍ଦଲ ଷ୍ଟେନଲେସରେ ସିଏସଓ ପଦବୀ ବ୍ୟବସାୟ ତଥା ବାହାରେ ନିରନ୍ତର ଉତ୍କର୍ଷତା ପାଇଁ ଦିଗ ନିର୍ଦ୍ଧାରିତ କରିବା ସହ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା। ଏକ ଦାୟିତ୍ୱପୂର୍ଣ୍ଣ କର୍ପୋରେଟ ସଂସ୍ଥା ଭାବେ ସ୍ଥାୟୀ ଉତ୍ପାଦନକୁ ସ୍ଥାନାନ୍ତର କରିବାକୁ ଆମେ ପ୍ରତିବଦ୍ଧ, ଆମେ ସଚେତନତା ସହ ଆମର କାର୍ବନ ଏମିସନକୁ ହ୍ରାସ କରିବାକୁ ପଦକ୍ଷେପ ନେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସମାଧାନ ହେବ ଜମି କିଣାବିକା ସମସ୍ୟା

ଭୁବନେଶ୍ୱର,୪।୬: ବିଗତ କିଛି ମାସ ହେବ ରାଜ୍ୟରେ ଜମି କିଣାବିକା ଓ ଆପାର୍ଟମେଣ୍ଟ ମାଲିକାନାକୁ ନେଇ ସବୁସ୍ତରରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ କୋଟି କୋଟି...

ହୋଣ୍ଡା ଟୁହ୍ବିଲର୍ସ-ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଚୁକ୍ତି

ଭୁବନେଶ୍ୱର,୧୫-୫: ଗ୍ରାହକଙ୍କୁ ଫାଇନାନ୍ସର ଅଧିକ ବିକଳ୍ପ ପ୍ରଦାନ କରିବା ଲକ୍ଷ୍ୟରେ ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ସହ...

ବ୍ରିଟେନରେ ନୀରବ ମୋଦି ମାମଲାର ଶୁଣାଣି ଆଜି

ନୂଆଦିଲ୍ଲୀ,୨୫।୨: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକେଇ କରି ଲଣ୍ଡନ ଜେଲରେ ଥିବା ପଳାତକ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ମାମଲାର...

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଠକେଇ ମାମଲା;ସାମ୍ନାକୁ ଆସିଲା ଅଡିଟରଙ୍କ କାରସାଦି

ନୂଆଦିଲ୍ଲୀ,୧୦-୬: ଋଣ ସଙ୍କଟରେ ଫସିଥିବା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। କମ୍ପାନୀକୁ ଗୋଷ୍ଠୀଗତ ଭାବେ ଲୁଟ କରାଯାଇଥିବା ବେଳେ ଏହି ଧାରାରେ ଅଡିଟରମାନେ...

ନିବେଶକଙ୍କ ସ୍ବାର୍ଥକୁ ଏଲ୍‌ଆଇସିର ଗୁରୁତ୍ୱ

ନୂଆଦିଲ୍ଲୀ,୧।୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଲକ୍ଷାଧିକ ଟଙ୍କା ଆଦାନୀ ଗ୍ରୁପ୍‌ରେ ଲାଗିଥିବା(ନିବେଶ ହୋଇଥିବା)କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ରିପୋର୍ଟ ପ୍ରକାଶ...

ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୫ା୩: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଆକ୍ସିସ ଏସ୍‌ ଆଣ୍ଡ ପି ୫୦୦ଇଟିଏଫ୍‌ ଫଣ୍ଡ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି...

କରୋନା ଯୋଗୁ ଶିଳ୍ପ ଜଗତର ଆଶଙ୍କା ବଢୁଛି

ନୂଆଦିଲ୍ଲୀ, ୨୮-୨: କରୋନା ଯୋଗୁ ବିଶ୍ୱ ବଜାରର ନକାରାତ୍ମକ ପ୍ରଭାବ ପଡିପାରେ। ଏହାକୁ ନେଇ ଶିଳ୍ପ ଜଗତ ଆଶଙ୍କା ପ୍ରକଟ କରିଛି। କରୋନା ପ୍ରଭାବରେ ବିଶ୍ୱ...

ବଢ଼ିପାରେ ଟିକସ ଛାଡ଼ ସୀମା

ନୂଆଦିଲ୍ଲୀ,୩୧।୧(ଆଇଏଏନ୍‌ଏସ୍‌) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଦୁଇବର୍ଷ ହେଲା କୋଭିଡ୍‌...

Advertisement
Archives

Model This Week