ଅଁଳାନବମୀରେ ସାକ୍ଷୀଗୋପାଳ ଚଳଚଞ୍ଚଳ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ସାକ୍ଷୀଗୋପାଳ,୨ା୧୧(ଡି.ଏନ୍.ଏ.): ପୁରୀ ଜିଲାର ଦିତୀୟ ବୃହତ୍ତମ ଗଣପର୍ବ ସାକ୍ଷୀଗୋପାଳ ମନ୍ଦିରରେ ବୁଧବାର ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ବର୍ଷକୁ ଗୋଟିଏ ଦିନ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାଙ୍କ ଓଡ଼ିଆଣୀ ବେଶରେ ଦୁର୍ଲ୍ଲଭ ଦର୍ଶନ ସହିତ ସାକ୍ଷୀଗୋପାଳ ଠାକୁର ରାଧାଦାମୋଦର ବେଶରେ…
ଆଦିବାସୀ କାର୍ଡ ଖେଳିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ରାଞ୍ଚି,୨।୧୧: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ପଠାଇଛି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସରକାର ଏକ ଖବରଦାତା ସମ୍ମିଳନୀ ଡକାଇ ଇଡି ନାଁରେ ପ୍ରତିଶୋଧ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ…
ଟ୍ରେନ୍ ଚଳାଚଳ ବାତିଲ ନେଇ ଅସନ୍ତୋଷ
କେନ୍ଦୁଝର,୨ା୧୧(ସ୍ବ.ପ୍ର.): ଚକ୍ରଧରପୁର ଡିଭିଜନର ଡାଙ୍ଗୁଆପଶି ୟାର୍ଡରେ ତୃତୀୟ ଲାଇନ କାର୍ଯ୍ୟକ୍ଷମ ହେବାକୁ ଯାଉଥିବାରୁ ଉକ୍ତ ଲାଇନ ଦେଇ ଚଲାଚଳ କରୁଥିବା ଏବଂ କେନ୍ଦୁଝର ଜିଲାରେ ଏକାଧିକ ଟ୍ରେନ୍କୁ ୩ରୁ ୮ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଦକ୍ଷିଣପୂର୍ବ ରେଳବାଇ ବିଭାଗ ପକ୍ଷରୁ…
ଆସନ୍ତା ୧୦ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର,୨।୧୧(ବ୍ୟୁରୋ): ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ । ଅପରାହ୍ନରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ସେ ରାଜଭବନ ଯିବେ। ରାଜଭବନରେ ରାତ୍ରି ରହଣି…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୩ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨ା୧୧(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୩୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୬,୬୯୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ସ୍ତ୍ରୀ ପ୍ରତିଦିନ ପିଟୁଛନ୍ତି, ପିଏମଓରେ ଅଭିଯୋଗ କଲେ ସ୍ବାମୀ
ବେଙ୍ଗାଲୁରୁ,୨।୧୧: କର୍ନାଟକର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଅଭିଯୋଗ କରିଛନ୍ତି। ବ୍ୟକ୍ତି ଜଣକ ପିଏମଓରୁ ସାହାଯ୍ୟ ଏବଂ ସୁରକ୍ଷା ଲୋଡି କହିଛନ୍ତି, ସ୍ତ୍ରୀ ତାଙ୍କୁ ପ୍ରତିଦିନ ମାଡ ମାରୁଛନ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କଠାରୁ ହତ୍ୟା ଧମକ…
ମୋଦି ଜୀ ତୁମକୁ ରକ୍ଷା କଲେ, ଏବେ ଆମକୁ ରକ୍ଷା କର:ନଡା
ବିଳାସପୁର,୨।୧୦: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭାଜପା ମୁଖ୍ୟ ଜେପି ନଡା ବୁଧବାର ପ୍ରଚାର ପାଇଁ ବିଲାସପୁରରେ ପହଞ୍ଚିଥିଲେ। ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ ମୋଦି ସରକାରଙ୍କ ସଫଳତାକୁ ବଖାଣିବା କରିବା…
ଶାହାରୁଖଙ୍କ ସହ ଛାଇ ଭଳି ରହିଥାନ୍ତି ଏହି ମହିଳା; ଗୋଟିଏ ଦିନରେ ଉଭୟଙ୍କ ଜନ୍ମଦିନ…
ବମ୍ବେ: ବେଳେବେଳେ ରକ୍ତର ସମ୍ପର୍କଠାରୁ ବି ଗାଢ଼ ହୋଇଥାଏ ହୃଦୟର ସମ୍ପର୍କ। କିଙ୍ଗ ଖାଁ ଶାହାରୁଖଙ୍କ ଜୀବନରେ ମଧ୍ୟ ସ୍ତ୍ରୀ ଗୌରୀଙ୍କୁ ଛାଡ଼ିଥିଲେ ଏଭଳି ଜଣେ ମହିଳା ଅଛନ୍ତି, ଯିଏ ସବୁବେଳେ ତାଙ୍କ ସୁଖଦୁଃଖରେ ଛାଇ ହୋଇ ରହିଥାନ୍ତି। ସେ ହେଉଛନ୍ତି…
ଶାହାରୁଖଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଝିଅ ଲେଖିଲେ ଏମିତି…
ମୁମ୍ବାଇ: ନଭେମ୍ବର ୨ ଅର୍ଥାତ୍ ଆଜି କିଙ୍ଗ୍ଖାନ ଶାହାରୁଖଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଝିଅ ସୁହାନା ଶାହାରୁଖଙ୍କୁ ୫୭ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ରାତି ୧୨ରୁ କିଙ୍ଗ୍ଖାନ୍ଙ୍କ ପ୍ରଶଂସକମାନେ ତାଙ୍କ ଝଲକ ପାଇବା ପାଇଁ ଅଭିନେତା ବଙ୍ଗଳା ‘ମନ୍ନତ’…
ଆମ୍ ଆଦ୍ମୀ ପାର୍ଟିକୁ ବଡ଼ ଝଟ୍କା
ଶିମ୍ଲା,୨।୧୧: ହିମାଚଳ ପ୍ରଦେଶ ଆମ ଆଦମୀ ପାର୍ଟିର ରାଜ୍ୟ ସହ-ଦାୟିତ୍ୱ ତଥା ଦିଲ୍ଲୀ ଏସଜିପିସି ସଦସ୍ୟ କୁଲୱନ୍ତ ସିଂ ଭାଟ ବୁଧବାର ଶିମଲା ପ୍ରଦେଶ କାର୍ଯ୍ୟାଳୟରେ ଭାଜପାରେ ଯୋଗ ଦେଇଛନ୍ତି। କୁଲୱନ୍ତ ଭାଜପା ଦାୟିତ୍ୱରେ ଥିବା ଅବିନାଶ ରାୟ ଖାନ୍ନା ଏବଂ…
ଜଳଯୋଗାଣ ଦାବିରେ କୃଷକଙ୍କ ଧାରଣା
କଣ୍ଟାପଡ଼ା,୨ା୧୧(ଡି.ଏନ୍.ଏ.): ପ୍ରତାପନଗରୀ ଜଳସେଚନ ବିଭାଗ ଫୁଲନଖରା ଡିଷ୍ଟ୍ରିବ୍ୟୁଟାରି କେନାଲ ପାର୍ଶ୍ୱରେ ଥିବା କଣ୍ଟାପଡ଼ା ଓ ଶିଶୁଆ ମୌଜାର ଶତାଧିକ ଏକର ଜମିରେ କେନାଲ ଜଳ ଅଭାବରୁ ଜମିଫାଟି ଆଁ କରିଛି। ଫଳରେ ଜଳ ଅଭାବରୁ ଏଠାରେ ଏକପ୍ରକାର ମରୁଡ଼ି ପରିସ୍ଥିତି ଉପୁଜିଛି।…
ପାକିସ୍ତାନକୁ ବଡ ଝଟ୍କା
ସିଡନୀ,୨।୧୧: ପାକିସ୍ତାନ ଗୁରୁବାର ଟି୨୦ ବିଶ୍ୱକପ୍ର ସୁପର-୧୨ ମୁକାବିଳାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ହେଲେ ଏହାପୂର୍ବରୁ ଦଳକୁ ବଡ ଝଟ୍କା ଲାଗିଛି। ଆଣ୍ଠୁରେ ଆଘାତ ଲାଗିବା କାରଣରୁ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଫଖର ଜମାନ ଦଳରୁ ବାଦ ପଡ଼ିଛନ୍ତି। ଏଣୁ ବାକିଥିବା ମ୍ୟାଚ୍…
Archives


