୧୪ରେ ଟାଉନ୍‌ ହଲ୍‌ରେ ପ୍ରଦର୍ଶନ ହେବ ‘ପ୍ରତୀକ୍ଷା’

ପୁରୀ ଅଫିସ,୧୦ା୨: ଅନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କଠାରୁ ବହୁ ପ୍ରଶଂସା ପାଇଥିବା ‘ଦମନ’ ଚଳଚ୍ଚିତ୍ରକୁ ପୁରୀବାସୀଙ୍କ ପାଇଁ ଟାଉନହଲରେ କେତେଜଣ କଳାପ୍ରେମୀ ପ୍ରଦର୍ଶିତ କରିଥିଲେ। ଏବେ ସେମାନେ ପୁଣି ଏକ ଚର୍ଚ୍ଚିିତ ଓଡ଼ିିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଭେଟି ଦେବାକୁ ଯାଉଛନ୍ତି। ପୁରୀ ଟାଉନ ହଲରେ ଏହି ଚଳଚ୍ଚିତ୍ର ଚଳିତ ମାସ ୧୪ ତାରିଖରେ ପ୍ରଦର୍ଶନ କରାଯିବ। ଉକ୍ତଦିନ ୫ଟି ଶୋ ଅର୍ଥାତ ସକାଳ ୯ଟା, ମଧ୍ୟାହ୍ନ ୧୨ଟା, ଅପରାହ୍ନ ୩ଟା, ସନ୍ଧ୍ୟା ୬ଟା ଏବଂ ରାତି ୯ଟାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ହେବ। ଟାଉନ ହଲରେ ୨୪ ଫୁଟର ଲମ୍ବା ବଡ଼ ଏଲ୍‌ଇଡି ପରଦା ଲଗାଯିବ। ସରାଉଣ୍ଡ ସାଉଣ୍ଡ, ଏୟାର କଣ୍ଡିଶନର ହଲ୍‌ ଭଳି ଅନେକ ଅତ୍ୟାଧୁନିକ ସୁବିଧା ରହିବ। ସାଧାରଣ ଦର୍ଶକଙ୍କ ପାଇଁ ଟିକେଟର ମୂଲ୍ୟ ୧୨୦ ଟଙ୍କା ରଖାଯାଇଛି। ଶୁକ୍ରବାରଠାରୁ ସକାଳ ୧୦ରୁ ଅପରାହ୍ନ ୫ଟା ମଧ୍ୟରେ ଟାଉନ୍‌ ହଲ୍‌ ନିକଟରେ ଟିକେଟ୍‌ ବିକ୍ରି କରାଯିବ। ଟିକେଟ ବୁକିଂ ନିମନ୍ତେ ମୋବାଇଲ ନଂ. ୭୩୭୭୨୯୦୫୦୧ ଏବଂ ୮୬୩୭୨୯୦୫୦୧ରେ ଯୋଗାଯୋଗ କରିବାକୁ ପିନାକୀ ଶ୍ରୀଚନ୍ଦନ ଗୁରୁବାର ଭକ୍ତ ସାଲବେଗ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଆୟୋଜକମାନେ କହିଛନ୍ତି, ବାତ୍ୟା ଫନୀଠାରୁ ପୁରୀର ପ୍ରାୟ ସମସ୍ତ ପ୍ରେକ୍ଷାଳୟ ଅବସ୍ଥା ଖରାପ ହୋଇପଡ଼ିଛି। ଭିଭିଭୂମିର ଅଭାବ ଯୋଗୁ ସ୍ବଳ୍ପ ସମୟ ମଧ୍ୟରେ କୌଣସି ପ୍ରେକ୍ଷାଳୟ ମରାମତି ହୋଇପାରିବା ମଧ୍ୟ ସମ୍ଭବପର ନୁହେଁ। ତେଣୁ ଲୋକଙ୍କ ଦାବିକୁ ନେଇ ଟାଉନ୍‌ହଲ୍‌ରେ ପ୍ରତୀକ୍ଷା ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବାକୁ ସ୍ଥିର ହୋଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ୫୦ରୁ ଊର୍ଦ୍ଧ୍ୱ ଦିନ ସିନେମା ହଲ୍‌ରେ ପ୍ରତୀକ୍ଷା ପ୍ରଦର୍ଶିତ ହେବା ସହ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଗୋଆରେ ଅନୁଷ୍ଠିତ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ-୨୦୨୨ରେ ଉକ୍ତ ଫିଲ୍ମ ଚୟନ ହେବା ସହିତ ଉଚ୍ଚ ପ୍ରଶଂସିତ ହୋଇଥିଲା। ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅନୁପମ ଖେର୍‌ ଏହାକୁ ହିନ୍ଦୀରେ ରିମେକ୍‌ କରିବା ପାଇଁ ଘୋଷଣା କରିଥିଲେ। ଏହାର ହିନ୍ଦୀ ରିମେକ୍‌ ଏବେ ନିର୍ମାଣ ହେବାକୁ ଯାଉଛି। ଅନୁପମ ଏଥିରେ ଅଭିନୟ କରୁଛନ୍ତି। ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପକୁ ଆଧାର କରି ପ୍ରତୀକ୍ଷାର କାହାଣୀ ପର୍ଯ୍ୟବସିତ। ସରକାରୀ ଚାକିରୀ କରିଥିବା ଜଣେ ବାପା ଓ ବେରୋଜଗାର ପୁଅ ମଧ୍ୟରେ ଥିବା ସମ୍ପର୍କର କାହାଣୀ, ଜୀବନରେ ମା’, ବାପାଙ୍କ ମୂଲ୍ୟ କ’ଣ ତାହା ଏହି ସିନେମାରୁ ଯୁବପିଢ଼ିଙ୍କୁ ଶିକ୍ଷା ମିଳିବ। ଏହା ଏକ ପ୍ରେରଣାଦାୟୀ ସିନେମା ବୋଲି ଆୟୋଜକମାନେ କହିଛନ୍ତି। ଉକ୍ତ ଖବରଦାତା ସମ୍ମିଳନୀରେ ପିନାକୀ ଶ୍ରୀଚନ୍ଦନଙ୍କ ସମେତ ସୌମ୍ୟରଞ୍ଜନ ଶତପଥୀ, ନିହାରିକା ତ୍ରିପାଠୀ, ବାଳକୃଷ୍ଣ ପୂଜାପଣ୍ଡା ଏବଂ ଅଭିଷେକ ଶ୍ରୀଚନ୍ଦନ ପ୍ରମୁଖ ଆୟୋଜକମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri