ପୁଅ ପାଇଁ ସହାୟତା ଅପେକ୍ଷାରେ ମା’ବାପା

ଅସ୍ତରଙ୍ଗ,୧୦।୨(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଞ୍ଚାୟତ କରଞ୍ଜପୁର ଗ୍ରାମର ସୁଦର୍ଶନ ପଣ୍ଡାଙ୍କ ୧୨ ବର୍ଷର ପୁଅ ଆୟୁଷ ହୃଦ୍‌ ଆଉ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ହୋଇ ଜୀବନମରଣ ସହିତ ଲଢ଼େଇ କରୁଛନ୍ତି। ବେଙ୍ଗାଲୁରୁ, କଟକ ଓ ଭୁବନେଶ୍ୱରରେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୨ଟିଯାକ ଅଙ୍ଗ ପ୍ରତିରୋପଣ ପାଇଁ ପ୍ରାୟ ୨୦ ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିବା ପରେ ସୁଦର୍ଶନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସୁଦର୍ଶନଙ୍କ ଆର୍ଥିକ ରୋଜଗାର କହିଲେ ଆଖପାଖ ଗ୍ରାମରେ କିଛି ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରି ପରିବାରର ଗୁଜୁରାଣ ମେଣ୍ଟାନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ପୁଅର ଚିକିତ୍ସା ପାଇଁ ମାଆବାପା ଚିନ୍ତାରେ ଥିବାବେଳେ କୌଣସି ସହୃଦୟ ବ୍ୟକ୍ତି କିମ୍ବା ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ସୁଦର୍ଶନଙ୍କ ସ୍ତ୍ରୀ କୁହନ୍ତି, ଯଦି କେହି ବଦାନ୍ୟ ବ୍ୟକ୍ତି ମୋର ପୁଅକୁ ଉକ୍ତ ଦୁଇଟି ଅଙ୍ଗ ଦାନ କରନ୍ତି ମୁଁ ଆଉ ମୋ ସ୍ବାମୀ ନିଜ ଆଖି ଆଉ କିଡ୍‌ନୀ ବିକ୍ରି କରିଦେବୁ। ଯଦି ଏହା ସମ୍ଭବ ନ ହୁଏ କି କୌଣସି ସାହାଯ୍ୟ ନ ମିଳେ ତଥାପି ଆମେ ସ୍ବାମୀ ସ୍ତ୍ରୀ ପୁଅର ଜୀବନ ବଞ୍ଚାଇବା ପାଇଁ କିଡ୍‌ନୀ ଆଉ ଆଖି ବିକ୍ରି କରି ଚିକିତ୍ସା କରାଇବୁ ବୋଲି ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି। ଜନ୍ମର ୫ ମାସରୁ ଆୟୁଷୁ ଏହି ରୋଗରେ ପୀଡ଼ିତ ଥିବା ସୁଦର୍ଶନ ଜାଣିବା ପରେ ବାରମ୍ବାର ବାହାର ମେଡିକାଲରେ ଦେଖାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଥିବା କହିଛନ୍ତି। ଏବେ ପ୍ରତି ମାସରେ ଆୟୁଷର ଔଷଧ ଖାଇବା ପାଇଁ ଖର୍ଚ୍ଚ ହେଉଛି ୧ ହଜାର ଟଙ୍କା। ଏହି ଟଙ୍କା ଖର୍ଚ୍ଚ କରିବା ପାଇଁ ଏବେ ସମ୍ଭବ ହୋଇପାରୁନି। ଆର୍ଥିକ ଆଉ ମାନସିକ ଭାରସାମ୍ୟ ହରାଇ ବସିଲୁଣି ସ୍ବାମୀ ସ୍ତ୍ରୀ। ସୁଦର୍ଶନଙ୍କର ଦୁଇ ପୁଅ ଦୁଇ ଝିଅ ଓ ବିଧବା ମା ଏବେ ଘରେ ଅଛନ୍ତି। ତେଣୁ ପୁଅର ଚିକିତ୍ସା ପାଇଁ ରାଜ୍ୟ ସରକାର ଓ ବଦାନ୍ୟ ବ୍ୟକ୍ତିମାନେ ଆର୍ଥିକ ସାହାଯ୍ୟ ସହାୟତା ଯୋଗାଇଦେବାକୁ ସୁଦର୍ଶନ ଏବଂ ତାଙ୍କ ସ୍ତ୍ରୀ ତୃପ୍ତିରେଖା ଅନୁରୋଧ କରିଛନ୍ତି। କାନାରା ବ୍ୟାଙ୍କ ଆକାଉଣ୍ଟ ନଂ./ ୧୧୦୦୬୯୭୬୩୦୧୯, IFSC Code/ CNRB OOO୬୦୧୫,ଏହିନଂ ରେ ପଠାଇବାକୁ ସେ ନିବେଦନ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଏକ ଲାଇଭ୍ ଇଭେଣ୍ଟରେ ରୁବିଓଙ୍କୁ ଫୋନ କଲେ ଟ୍ରମ୍ପ, କହିଲେ I Love ମୋଦି

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ବର୍ତ୍ତମାନ ଭାରତରେ ଅଛନ୍ତି । ରବିବାର ଦିନ ମାର୍କୋ ରୁବିଓ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭାରତରେ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଶୁଭାରମ୍ଭ; ଜଳ କଳସଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁ ସାମିଲ, ସୋମବାରଠୁ ଶତରୁଦ୍ର ମହାଯଜ୍ଞ 

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri