Home Left

ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର, ୧।୩(ବ୍ୟୁରୋ): ୬୬୨ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁ ଯୁକ୍ତ୨ ପରୀକ୍ଷା ପରିଚାଳନା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିରୁ ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ସହଯୋଗ କରିବ ବୋଲି ୬୬୨ ବର୍ଗ ଅଧ୍ୟାପକ ସଂଘ କହିଛି।…

୩ ବର୍ଷରେ ୨୪୫ ହାତୀ ମୃତ

ଭୁବନେଶ୍ୱର,୧ା୩(ବ୍ୟୁରୋ): ଗତ ୩ ବର୍ଷ(୨୦୧୯-୨୦ରୁ ୨୦୨୧-୨୨) ମଧ୍ୟରେ ରାଜ୍ୟରେ ୨୪୫ ହାତୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଟି ହାତୀ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି। ଏହି ସମୟ ଭିତରେ ୪୭ଜଣ ଗିରଫ ହୋଇଛନ୍ତି। ଶାସକ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲିଖିତ…

ପାନୀୟଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଖୋର୍ଦ୍ଧା ଅଫିସ,୧ା୩: ଏବେଠାରୁ ତାପମାତ୍ରା ବଢ଼ିଲାଣି। ଗ୍ରୀଷ୍ମଜନିତ ଅଂଶୁଘାତ ଓ ଜଳକଷ୍ଟ ନିରାକରଣ ଲାଗି ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅଂଶୁଘାତ ମୁକାବିଲା ଏବଂ ଜଳ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ…

ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସରେ ଜାତୀୟ ବିଜ୍ଞାନ ଦିବସ

ଭୁବନେଶ୍ୱର,୧।୩(ବ୍ୟୁରୋ): ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫିଜିକ୍ସ ପକ୍ଷରୁ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ୧୨୦ ସ୍କୁଲରୁ ୧୦୦୦ ଜଣ ଛାତ୍ରୀଛାତ୍ର ଯୋଗଦେଇଥିଲେ। ୨୦ଟି ଷ୍ଟଲ ଆୟୋଜିତ ହୋଇଥିଲା। ଚଳିତବର୍ଷର ‘ଥିମ୍‌ ଥିଲା ଗ୍ଲୋବାଲ ସାଇନ୍ସ ଫର୍‌ ଗ୍ଲୋବାଲ ୱେଲ୍‌ବିଙ୍ଗ୍‌’।…

ନଷ୍ଟ ହୋଇଗଲାଣି ବାଉଁଶ ବ୍ୟାରିକେଡ୍‌

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ ଜନପଥକୁ ଅଧିକ ସୁନ୍ଦର କରିବା ଉଦ୍ଦେଶ୍ୟରେ ମେଡିଆନ୍‌ରେ ପରିବେଶ ଅନୁକୂଳ ବାଉଁଶ ବ୍ୟାରିକେଟ୍‌ ଲଗାଯାଇଥିଲା। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଶିଶୁ ଭବନ ଛକଠାରୁ ବାଣୀବିହାର (୩.୯ କିଲୋମିଟର) ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଥିଲା।…

ବଦଳିଲା ଶେଷ ପରୀକ୍ଷା ତାରିଖ

କଟକ ଅଫିସ,୧ା୩: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ର ମୁଖ୍ୟ ଲିଖିତ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି। ଏ ନେଇ ମଙ୍ଗଳବାର ଓପିଏସ୍‌ସି ପକ୍ଷରୁ ସଂଶୋଧିତ ପରୀକ୍ଷା ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ମାର୍ଚ୍ଚ…

ଏପ୍ରିଲରୁ ଜୁନ୍‌ ୧୫ଯାଏ ଖରାରେ କାମ ମନା

ଭୁବନେଶ୍ୱର, ୧ା୩(ବ୍ୟୁରୋ): ଚଳିତ ବର୍ଷ ଏପ୍ରିଲରେ ରୌଦ୍ରତାପ ବୃଦ୍ଧି ପାଇବାକୁ ଥିବାରୁ ଗ୍ରୀଷ୍ମଋତୁରେ ଅଂଶୁଘାତ ହେବାର ଆଶଙ୍କା ରହିଛି। ତେଣୁ ରାଜ୍ୟ ଶ୍ରମ ବିଭାଗ ଶ୍ରମିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏପ୍ରିଲରୁ ଜୁନ୍‌ ୧୫ତାରିଖ ପର୍ଯ୍ୟନ୍ତ ଶ୍ରମିକଙ୍କୁ ଖରାରେ…

ଗ୍ରହ ମିଳନ: ଆଜି ଶୁକ୍ର, ବୃହସ୍ପତି ନିକଟତର ଦେଖାଯିବ

ଭୁବନେଶ୍ୱର,୧।୩(ବ୍ୟୁରୋ): ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଏବଂ ବୃହସ୍ପତି ବୁଧବାର ସନ୍ଧ୍ୟାରେ ଖୁବ୍‌ ନିକଟତର ଦେଖାଯିବ। ଫେବୃୟାରୀ ଶେଷ ସପ୍ତାହରେ ସବୁଦିନ ସନ୍ଧ୍ୟାରେ ପ୍ରାୟ ଏକଘଣ୍ଟା ଧରି ଏହି ଦୁଇ ଉଜ୍ଜ୍ୱଳ ଗ୍ରହ ପଶ୍ଚିମ ଆକାଶରେ ପାଖାପାଖି ଦେଖାଯାଉଥିଲେ। ଯାହାକୁ ଖାଲି…

ଗାନ୍ଧୀମାର୍ଗ ରଣକ୍ଷେତ୍ର, ବିଧାନସଭା ଅଚଳ

ଭୁବନେଶ୍ୱର,୧ା୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଇତିମଧ୍ୟରେ ମାସେ ପୂରିଥିବାବେଳେ ସରକାର ହତ୍ୟାର କାରଣ ଜାଣିବାରେ ବିଫଳ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିଧାନସଭାରେ ତୁମ୍ବିତୋଫାନ ଚାଲିଥିବାବେଳେ ରାଜ୍ୟରେ ଆଇନଶୃଙ୍ଖଳା, ଅରାଜକତା ଓ କୁଶାସନ ବିରୋଧରେ…

ମୁକେଶ ଅମ୍ବାନୀଙ୍କ ସହ ତାଙ୍କ ପରିବାରକୁ ଦେଶ ତଥା ବିଦେଶରେ ମିଳିବ ଜେଡ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ,୧ ।୩: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଜେଡ ପ୍ଲସ ସୁରକ୍ଷା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୁରକ୍ଷା କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଦିଆଯିବ । କୋର୍ଟ କହିଛନ୍ତି…

ନିର୍ଦ୍ଦେଶକ ବିଶ୍ୱନାଥଙ୍କ ମୃତ୍ୟୁର ୨୫ ଦିନ ପରେ ଆଖି ବୁଜିଲେ ପତ୍ନୀ

ହାଇଦ୍ରାବାଦ: ନିର୍ଦ୍ଦେଶକ ସ୍ବାମୀଙ୍କ ପଛେପଛେ ଦୁନିଆରୁ ବିଦାୟ ନେଲେ ପତ୍ନୀ। ଏଭଳି ଏକ ଦୁଃଖଦ ଖବର ଦକ୍ଷିଣ ଭାରତୀୟ ସିନେମାଜଗତରୁ ଆସିଛି। ଲୋକପ୍ରିୟ ଫିଲ୍ମ ନିର୍ମାତା ସ୍ବର୍ଗତ କେ. ବିଶ୍ୱନାଥଙ୍କ ପତ୍ନୀ ଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଛି। ସ୍ବାମୀ ବିଶ୍ୱନାଥଙ୍କ ମୃତ୍ୟୁର ୨୫…

ବିଗ୍‌ବସ୍‌ରୁ ବାହାରିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ଅର୍ଚ୍ଚନା

ବମ୍ବେ: ବିଗ୍‌ବସ୍‌ ଘରୁ ଲୋକପ୍ରିୟତା ହାସଲ କରିବା ପରେ ଏବେ ରାଜନୀତି ମୁହାଁ ହୋଇଛନ୍ତି ପ୍ରତିଯୋଗୀ ତଥା ମଡେଲ ଅର୍ଚ୍ଚନା ଗୌତମ। ନିକଟରେ ସେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ସୋସିଆଲ ମିଡିଆରେ ଏହି ଭେଟଘାଟର ଫଟୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?