ନଷ୍ଟ ହୋଇଗଲାଣି ବାଉଁଶ ବ୍ୟାରିକେଡ୍‌

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ ଜନପଥକୁ ଅଧିକ ସୁନ୍ଦର କରିବା ଉଦ୍ଦେଶ୍ୟରେ ମେଡିଆନ୍‌ରେ ପରିବେଶ ଅନୁକୂଳ ବାଉଁଶ ବ୍ୟାରିକେଟ୍‌ ଲଗାଯାଇଥିଲା। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଶିଶୁ ଭବନ ଛକଠାରୁ ବାଣୀବିହାର (୩.୯ କିଲୋମିଟର) ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଅଳ୍ପ କିଛିଦିନ ମଧ୍ୟରେ ଏଗୁଡିକ ନଷ୍ଟ ହେବାକୁ ବସିଲାଣି। କେଉଁଠି ବାଉଁଶ ଭାଙ୍ଗି ରାସ୍ତାକୁ ନଇଁଯାଇଛି ତ ଆଉ କେଉଁଠି ଭାଙ୍ଗି ତଳେ ପଡିଛି। ବିଶେଷକରି ରୁପାଲି ଛକ ପାଖରେ ବ୍ୟାରିକେଡ୍‌ ନାହିଁ କହିଲେ ଚଳେ। ଏଠାରେ ଖଣ୍ଡେ କି ଦୁଇଖଣ୍ଡ ବାଉଁଶ ନୁହେଁ ବରଂ ପୂରା ବ୍ୟାରିକେଡ୍‌ ହିଁ ଉଭାନ୍‌ ହୋଇଯାଇଛି। ଫଳରେ ଲୋକେ ମନଇଚ୍ଛା ଏହିବାଟ ଦେଇ ରାସ୍ତା ପାର ହେଉଛନ୍ତି। ସେହିପରି ବାଉଁଶ ବାଡ଼ ହୋଇଥିବାରୁ କେତେକ ବ୍ୟକ୍ତି ଏହାକୁ ଭାଙ୍ଗିଦେଇ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି। ମାଷ୍ଟରକ୍ୟାଣ୍ଟିନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ମୁଖ୍ୟତଃ ବ୍ୟସ୍ତବହୁଳ ଅଞ୍ଚଳ ହୋଇଥିବାରୁ ଏଭଳି ଭାବେ ରାସ୍ତା ପାର ହେବା ପଥଚାରୀଙ୍କ ପାଇଁ ବିପଜ୍ଜନକ ହେବାର ଯଥେଷ୍ଟ ଆଶଙ୍କା ରହିଛି।
ମେଡିଆନ୍‌ରେ ଲୁହା ଗ୍ରୀଲ ଲଗାଇବା ଦ୍ୱାରା ଏହା ଚୋରି ହୋଇଯାଉଥିଲା। ଅନେକ ସମୟରେ ଦୁର୍ଘଟଣା ଘଟୁଥିବାବେଳେ ଲୋକେ ଏହି ଲୁହାଗ୍ରୀଲ୍‌ରେ ମାଡ଼ ହୋଇ ଅଧିକ ଆହତ ହେଉଥିଲେ। ସେହିପରି ଲୁହାଗ୍ରୀଲ ମହଙ୍ଗା ଏବଂ କଳଙ୍କି ରୋକିବା ପାଇଁ ଅତ୍ୟଧିକ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ୨୦୨୧ରେ ବିଏସ୍‌ସିଏଲ୍‌ ପକ୍ଷରୁ ବାଉଁଶ ବ୍ୟାରିକେଡ ଲଗାଯାଇଥିଲା। କୋଲକାତାର ଅନେକ ସ୍ଥାନରେ ଏଭଳି ବାଉଁଶ ବ୍ୟବହାର କରାଯାଇଛି। ତେଣୁ ସେଠାକାର ମଡେଲକୁ ଦୃଷ୍ଟିରେ ରଖି ଏହି ଯୋଜନା ହାତକୁ ନିଆଯାଇଥିଲା। ଏହାଦ୍ୱାରା କମ୍‌ ବଜେଟ୍‌ରେ ବ୍ୟାରିକେଡ୍‌ ଲଗାଯିବା ସହ ଏହା ଇକୋ-ଫ୍ରେଣ୍ଡ୍‌ଲି ମଧ୍ୟ ହୋଇପାରିବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଥିଲା। ତେବେ ବାଉଁଶରେ କଳଙ୍କି ନ ଲାଗିଲେ ବି ଏହାର ମଧ୍ୟ ରକ୍ଷଣାବେକ୍ଷଣ ଆବଶ୍ୟକ ବୋଲି କର୍ତ୍ତୃପକ୍ଷ ଭୁଲିଗଲେ। ଫଳରେ ଏଗୁଡ଼ିିକ ନଷ୍ଟ ହେବାକୁ ବସିଲାଣି। ଅପରପକ୍ଷେ ଅଳ୍ପ କିଛିଦିନ ମଧ୍ୟରେ ୬୮ ଲକ୍ଷ ଟଙ୍କାରୁ ଅଧିକ ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଏହି ବ୍ୟାରିକେଡ୍‌ ନଷ୍ଟ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏନେଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri