ନଷ୍ଟ ହୋଇଗଲାଣି ବାଉଁଶ ବ୍ୟାରିକେଡ୍‌

ଭୁବନେଶ୍ୱର, ୨୯।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ସ୍ମାର୍ଟ ଜନପଥକୁ ଅଧିକ ସୁନ୍ଦର କରିବା ଉଦ୍ଦେଶ୍ୟରେ ମେଡିଆନ୍‌ରେ ପରିବେଶ ଅନୁକୂଳ ବାଉଁଶ ବ୍ୟାରିକେଟ୍‌ ଲଗାଯାଇଥିଲା। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ଶିଶୁ ଭବନ ଛକଠାରୁ ବାଣୀବିହାର (୩.୯ କିଲୋମିଟର) ପର୍ଯ୍ୟନ୍ତ ବ୍ୟାରିକେଡ୍‌ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଅଳ୍ପ କିଛିଦିନ ମଧ୍ୟରେ ଏଗୁଡିକ ନଷ୍ଟ ହେବାକୁ ବସିଲାଣି। କେଉଁଠି ବାଉଁଶ ଭାଙ୍ଗି ରାସ୍ତାକୁ ନଇଁଯାଇଛି ତ ଆଉ କେଉଁଠି ଭାଙ୍ଗି ତଳେ ପଡିଛି। ବିଶେଷକରି ରୁପାଲି ଛକ ପାଖରେ ବ୍ୟାରିକେଡ୍‌ ନାହିଁ କହିଲେ ଚଳେ। ଏଠାରେ ଖଣ୍ଡେ କି ଦୁଇଖଣ୍ଡ ବାଉଁଶ ନୁହେଁ ବରଂ ପୂରା ବ୍ୟାରିକେଡ୍‌ ହିଁ ଉଭାନ୍‌ ହୋଇଯାଇଛି। ଫଳରେ ଲୋକେ ମନଇଚ୍ଛା ଏହିବାଟ ଦେଇ ରାସ୍ତା ପାର ହେଉଛନ୍ତି। ସେହିପରି ବାଉଁଶ ବାଡ଼ ହୋଇଥିବାରୁ କେତେକ ବ୍ୟକ୍ତି ଏହାକୁ ଭାଙ୍ଗିଦେଇ ରାସ୍ତା ପାର ହେଉଥିବା ଦେଖିବାକୁ ମିଳୁଛି। ମାଷ୍ଟରକ୍ୟାଣ୍ଟିନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ମୁଖ୍ୟତଃ ବ୍ୟସ୍ତବହୁଳ ଅଞ୍ଚଳ ହୋଇଥିବାରୁ ଏଭଳି ଭାବେ ରାସ୍ତା ପାର ହେବା ପଥଚାରୀଙ୍କ ପାଇଁ ବିପଜ୍ଜନକ ହେବାର ଯଥେଷ୍ଟ ଆଶଙ୍କା ରହିଛି।
ମେଡିଆନ୍‌ରେ ଲୁହା ଗ୍ରୀଲ ଲଗାଇବା ଦ୍ୱାରା ଏହା ଚୋରି ହୋଇଯାଉଥିଲା। ଅନେକ ସମୟରେ ଦୁର୍ଘଟଣା ଘଟୁଥିବାବେଳେ ଲୋକେ ଏହି ଲୁହାଗ୍ରୀଲ୍‌ରେ ମାଡ଼ ହୋଇ ଅଧିକ ଆହତ ହେଉଥିଲେ। ସେହିପରି ଲୁହାଗ୍ରୀଲ ମହଙ୍ଗା ଏବଂ କଳଙ୍କି ରୋକିବା ପାଇଁ ଅତ୍ୟଧିକ ରକ୍ଷଣାବେକ୍ଷଣ ଆବଶ୍ୟକ କରିଥାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ୨୦୨୧ରେ ବିଏସ୍‌ସିଏଲ୍‌ ପକ୍ଷରୁ ବାଉଁଶ ବ୍ୟାରିକେଡ ଲଗାଯାଇଥିଲା। କୋଲକାତାର ଅନେକ ସ୍ଥାନରେ ଏଭଳି ବାଉଁଶ ବ୍ୟବହାର କରାଯାଇଛି। ତେଣୁ ସେଠାକାର ମଡେଲକୁ ଦୃଷ୍ଟିରେ ରଖି ଏହି ଯୋଜନା ହାତକୁ ନିଆଯାଇଥିଲା। ଏହାଦ୍ୱାରା କମ୍‌ ବଜେଟ୍‌ରେ ବ୍ୟାରିକେଡ୍‌ ଲଗାଯିବା ସହ ଏହା ଇକୋ-ଫ୍ରେଣ୍ଡ୍‌ଲି ମଧ୍ୟ ହୋଇପାରିବ ବୋଲି ବିଏସ୍‌ସିଏଲ୍‌ ପକ୍ଷରୁ କୁହାଯାଇଥିଲା। ତେବେ ବାଉଁଶରେ କଳଙ୍କି ନ ଲାଗିଲେ ବି ଏହାର ମଧ୍ୟ ରକ୍ଷଣାବେକ୍ଷଣ ଆବଶ୍ୟକ ବୋଲି କର୍ତ୍ତୃପକ୍ଷ ଭୁଲିଗଲେ। ଫଳରେ ଏଗୁଡ଼ିିକ ନଷ୍ଟ ହେବାକୁ ବସିଲାଣି। ଅପରପକ୍ଷେ ଅଳ୍ପ କିଛିଦିନ ମଧ୍ୟରେ ୬୮ ଲକ୍ଷ ଟଙ୍କାରୁ ଅଧିକ ବଜେଟ୍‌ରେ ପ୍ରସ୍ତୁତ ହୋଇଥିବା ଏହି ବ୍ୟାରିକେଡ୍‌ ନଷ୍ଟ ହେବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏନେଇ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?