ରାଜ୍ୟରେ ୨ ନୂଆ ଜିଲା ଘୋଷଣା କରିବେ ମୁଖ୍ୟମନ୍ତ୍ରୀ
କୋଲକାତା,୨୮।୧୧: ପଶ୍ଚିମବଙ୍ଗରେ ସୁନ୍ଦରବନ ଏବଂ ବସିରହାଟବାସୀଙ୍କୁ ରାଜ୍ୟ ସରକାର ଏକ ଉପହାର ଭେଟି ଦେବାକୁ ଯାଉଛନ୍ତି। ବର୍ତ୍ତମାନ ସୁନ୍ଦରବନ ଏବଂ ବସିରହାଟ ଏହି ଦୁଇଟି ନୂଆ ଜିଲା ହେବାକୁ ଯାଉଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ହେବାକୁ ଥିବା ଏକ…
ଉର୍ବଶୀଙ୍କୁ ମିଳିଲା ୨ ଡବ୍ଲ୍ୟୁବିସି ଟାଇଟଲ
ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ମହିଳା ବକ୍ସର ଉର୍ବଶୀ ସିଂଙ୍କୁ ମିଳିଛି ବଡ଼ ସଫଳତା। ସେ ୨ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଛନ୍ତି। କଲମ୍ବୋରେ ଅନୁଷ୍ଟିତ ୧୦ ରାଉଣ୍ଡବିଶିଷ୍ଟ ମୁକାବିଲାରେ ଥାଇଲାଣ୍ଡ ନ୍ୟାଶନାଲ ଚାମ୍ପିୟନ ଥାନଚାନୋକ ଫାନାନଙ୍କୁ ପରାସ୍ତ କରି ଡବ୍ଲ୍ୟୁବିସି ଇଣ୍ଟରନ୍ୟାଶନାଲ ସୁପର…
ସାମୁହିକ ଭୋଜନ ବେଳେ ଯୁବକଙ୍କୁ ଆକ୍ରମଣ: ବନ୍ଧା ହେଲେ ୨
ବ୍ରହ୍ମପୁର ଅଫିସ,୨୮ା୧୧: ହତ୍ୟା ଉଦ୍ୟମ ମାମଲାରେ ବ୍ରହ୍ମପୁର ସଦର ଥାନା ପୋଲିସ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନୂଆ ଯୋଗିଆପଲ୍ଲୀର ଜୀବନ ଦାସ(୨୪) ଓ ଲିଲୁ ନାୟକ(୧୯)। ପୋଲିସ ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଲୁହାଛଡ଼ ଓ…
ସ୍ତ୍ରୀ ହତ୍ୟାକରୀଙ୍କୁ ଆଜୀବନ ଜେଲ୍
କେନ୍ଦୁଝର, ୨୮।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ସୋମବାର ଏକ ହତ୍ୟା ମାମଲା ଶୁଣାଣି କରିଛନ୍ତି। ଏହି ଘଟଣାରେ ତେଲକୋଇ ଥାନା ବଡଖମଣର ବାବୁଲି ମଲ୍ଲାର ନାମକ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦…
୧୧ କୁଇଣ୍ଟାଲ ମହୁଲ ଜବତ: ବ୍ୟବସାୟୀ ଗିରଫ
ମୋରଡ଼ା,୨୮ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ସୋମବାର ଦାନ୍ତିଆମୁଁହା ପଞ୍ଚାୟତର ବଡ଼ଜାମବଣି ଗ୍ରାମରେ ଚଢ଼ାଉ କରି ୧୧ କୁଇଣ୍ଟାଲ ମହୁଲ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ତପନ କୁମାର ପାତ୍ର। ଅବକାରୀ…
ବାପାର ଋଣ ବୋଝ ଝିଅର ନେଲା ଜୀବନ
ବେଙ୍ଗାଲୁରୁ,୨୮।୧୧: ରୁଣ ବୋଝ ସାଙ୍ଗକୁ ଚାକିରି ହରାଇବା ଭୟ ଏବଂ କାଳେ ଝିଅକୁ ଦି’ଅଳି ଖାଇବାକୁ ଦେଇପାରିବେ ନାହିଁ ବୋଲି ଭାବି ଭାଙ୍ଗିପଡ଼ିଥିଲେ ବାପା। ଯାହାର କରୁଣ ପରିଣତି ଏବେ ସମସ୍ତଙ୍କ ସାମ୍ନାରେ। ନିଜ ୨ ବର୍ଷର ଝିଅଙ୍କୁ ସାଙ୍ଗରେ ଧରି…
ପୁଣି ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର
ଭୁବନେଶ୍ୱର,୨୮।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ସୋମବାର ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ଇଡି କାର୍ଯ୍ୟାଳୟରେ ପୁଣି ହାଜର ହୋଇଛନ୍ତି। ଅର୍ଚ୍ଚନାଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ତାଙ୍କୁ ପଚରାଉଚରା କରୁଛି।…
କତରରେ ଚାଲିଥିବା ଫିଫା ୱାର୍ଲଡ କପ ଯୋଗୁ ସାରା ବିଶ୍ୱରେ କ୍ୟାମେଲ ଫ୍ଲୁ ବ୍ୟାପିବାର ଆଶଙ୍କା?
ଦୋହା,୨୮ ।୧୧: ଫୁଟପ୍ରେମୀଙ୍କ ପସନ୍ଦର ଟୁର୍ନାମେଣ୍ଟ ଫିଫା ୱାର୍ଲଡ କପ ୨୦୨୨ ଏବେ ଶେଷ ପର୍ଯ୍ୟାୟରେ । ଇତି ମଧ୍ୟରେ ଏକ ରିପୋର୍ଟରେ କତରରେ ବ୍ୟାପୁଥିବା କ୍ୟାମେଲ ଫ୍ଲୁ ଅବା ରେସ୍ପିରେଟରି ସିଣ୍ଡ୍ରୋମ ଏମଇଆରଏସ ରୋଗ ବ୍ୟାପିବାର ଭୟ ସୃଷ୍ଟି ହୋଇଛି…
‘ଆର୍ଆର୍ଆର୍’ ପରେ ପାନ୍ ଇଣ୍ଡିଆ ଚଳଚ୍ଚିତ୍ରରେ ନଜର ଆସିବେ ରାମ ଚରଣ
ସାଉଥ୍ ସୁପରଷ୍ଟାର ରାମ ଚରଣଙ୍କ ଫିଲ୍ମ ‘ଆର୍ଆର୍ଆର୍’ସାରା ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ଏହି ଫିଲ୍ମର ସଫଳତା ପରେ ପ୍ରଶଂସକ ତାଙ୍କ ପରବର୍ତ୍ତୀ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଅଭିନେତା ତାଙ୍କର ପରବର୍ତ୍ତୀ ପାନ୍ ଇଣ୍ଡିଆ ଫିଲ୍ମ ଘୋଷଣା କରିଛନ୍ତି।…
କୋର୍ଟରେ ପଶି ଏସ୍ଡିଜେଏମ୍ଙ୍କୁ ହତ୍ୟା ଉଦ୍ୟମ
ବ୍ରହ୍ମପୁର ଅଫିସ,୨୮।୧୧: ଗଞ୍ଜାମ ଜିଲା ଦୌରା ଜଜ୍ କୋର୍ଟ ପରିସରରେ ଥିବା ଏସ୍ଡିଜେଏମ୍ଙ୍କ କୋର୍ଟରେ ସୋମବାର ଅପରାହ୍ନରେ ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ହାତରେ ଛୁରୀ ଧରି କୋର୍ଟ ଭିତରେ ପଶି ହତ୍ୟା ଉଦ୍ୟମ କରିବାକୁ ଏସ୍ଡିଜେଏମ୍ଙ୍କୁ…
ରେସ୍ତୋରାଁ ଖୋଲିଲେ ଶିଳ୍ପା
ମୁମ୍ବାଇ: ବଲିଉଡ କୁଇନ ଶିଳ୍ପା ସେଟ୍ଟି ଏବେ ମୁମ୍ବାଇରେ ଏକ ରେସ୍ତୋରାଁ ଖୋଲିଥିବା ଜଣାପଡିଛି । ସେ ବଲିଉଡର ଏମିତି ଜଣେ କଳାକାର ଯିଏ ଅଭିନୟ ସହ କିଛି ବିଜନେସ ମଧ୍ୟ ସମ୍ଭାଳିଛନ୍ତି । କିଛି ବର୍ଷ ପୂର୍ବରୁ ଅଭିନେତ୍ରୀ ନିଜର…
ଶ୍ରଦ୍ଧା ହତ୍ୟା ମାମଲାର ପୁନରାବୃତ୍ତି, ସ୍ବାମୀଙ୍କୁ ୧୦ ଖଣ୍ଡ କଲେ ସ୍ତ୍ରୀ
ନୂଆଦିଲ୍ଲୀ,୨୮।୧୧: ଶ୍ରଦ୍ଧା ହତ୍ୟା ମାମଲା ଭଳି ଦିଲ୍ଲୀରେ ଆଉ ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ତ୍ରିଲୋକପୁରୀର ପାଣ୍ଡବନଗର ପୋଲିସ ଷ୍ଟେଶନ ଅଞ୍ଚଳରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଏହି ଘଟଣାର ଖୁଲାସା କରିଛି। ମୃତକ ଜଣଙ୍କ ବିହାରର ଅଞ୍ଜନ…
Archives


