ଓଡ଼ିଆ ଭାଷାର ବିକାଶ ପାଇଁ ପଦକ୍ଷେପ ନିଆଯାଉନି

ରାୟଗଡା ଅଫିସ,୨୦ା୩: ଏପ୍ରିଲ ୧ ତାରିଖରେ ଓଡ଼ିଶା ଦିବସ। ବ୍ଲକଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟସ୍ତରରେ ଏହି ଦିବସ ପାଳନ କରାଯିବ। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଇତିମଧ୍ୟରେ ୮ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଥିଲେ ମଧ୍ୟ ନାମକୁ ମାତ୍ର ପାଳନ ହେଉଛି ଓଡ଼ିଶା ଦିବସ। ଭାଷାର ବିକାଶ ପାଇଁ ପଦକ୍ଷେପ ନିଆଯାଉନି। ଏପରିକି ଓଡିଆରେ ଭୁଲ ଲେଖାଥିଲେ ବି ତାହାକୁ ସଂଶୋଧନ କରିବାକୁ ତତ୍ପରତା ପ୍ରକାଶ ପାଉ ନ ଥିବା ଦେଖିବାକୁ ମିଳୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ରାୟଗଡ଼ା ଜିଲାର ଏକ ସରକାରୀ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି। ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯାଳୟ ପ୍ରବେଶ ପଥରେ ସମନ୍ବିତ ବଦଳରେ ‘ସମନ୍ନିତ’ ଲେଖା ଯାଇଛି।
ଓଡିଆ ଭାଷାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଅନେକ ଯୋଜନା ଓ ନିୟମ ପ୍ରଣୟନ କରୁଛନ୍ତି। ରାଜ୍ୟ ସରକାର ଓଡ଼ିଆ ଭାଷାର ଉନ୍ନତିି ପାଇଁ ବିଶ୍ୱ ବିଦ୍ୟାଳୟ ସ୍ଥାପନ କରିବାକୁ ଯାଉଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ବିଶ୍ୱ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଦେଶର ଷଷ୍ଠ ତମ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ବିକାଶ ତଥା ସମୃଦ୍ଧି ଉଦେଶ୍ୟରେ ଏହି ବିଶ୍ୱ ବିଦ୍ୟାଳୟ ସ୍ଥାପନ ହେଉଛି। ଏପଟେ କିନ୍ତୁ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ରାୟଗଡା ଜିଲାରେ ଓଡିଆ ଭାଷା ଓ ଲେଖାର ସ୍ଥିତି ଉଦବେଗଜନକ ରହିଛି। ଜିଲା ସଦର ମହକୁମା ଠାରେ ଅଧିକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ରାୟଗଡା ସହରରେ ଥିବା ସରକାରୀ ପ୍ରତିଷ୍ଠାନଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକଗୁଡିକରେ କ୍ୱଚିତ୍‌ ଓଡ଼ିଆ ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି । କେତେକ ସରକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ଫଳକ ବି ଓଡ଼ିଆରେ ଲେଖା ଯାଉନାହିଁ । ଜିଲା ଶ୍ରମ ବିଭାଗ ପାଖରେ ପୂର୍ବରୁ ଯେଉଁମାନେ ପଞ୍ଜୀକରଣ କରିସାରିଛନ୍ତି ସେମାନଙ୍କ କ୍ଷେତ୍ରରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଥିବା ନାମଫଳରେ ଓଡିଆରେ ଲେଖାଯାଉଥିବା ବେଳେ ବର୍ତ୍ତମାନ ସହରରେ ଗଢିଉଠୁଥିବା ଅନେକ ଆପାର୍ଟମେଣ୍ଟ, ରେଷ୍ଟରାଣ୍ଟ, ସୋ’ରୁମ,ହୋଟେଲ ଆଦିଗୁଡିକରେ ନାମଫଳକରେ ଓଡିଆ ଲେଖାନାହିଁ। ଯଦି ବି କାଁ ଭାଁ କେଉଁଠି ଲେଖାହୋଇଥାଏ ତାହା ଅତି କଦର୍ଯ୍ୟ ଭାବେ ଓଡିଆ ଶଦ୍ଦ ଲେଖାଯାଇଥାଏ। ଅନେକ ଠାରେ ଓଡିଆ ବନାନ ଠାରୁ ଆରମ୍ଭ କରି ଅକ୍ଷରଗୁଡିକୁ ଭୁଲ ଲେଖାଯାଉଛି । ଏସବୁ ପ୍ରତି କାର୍ଯ୍ୟାନୁଷ୍ଠାନ ମଧ୍ୟ ଶୂନ। ଜିଲାପାଳଙ୍କ ଗାଡି ଠାରୁ ଆରମ୍ଭ କରି ଅତିରିକ୍ତ ଜିଲାପାଳ ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀଙ୍କ ଗାଡିରେ ଆଜି ବି ଇଂଲିଶରେ ବୋର୍ଡ ଲଗାଯାଇଛି। ଆନ୍ତଃରାଜ୍ୟ ବସରେ ମଧ୍ୟ ଓଡ଼ିଆରେ ଲେଖିବାର ନିୟମ ରହିଛି। ହେଲେ ତାହାକୁ କେହି ମାନୁନାହାନ୍ତି। ରାୟଗଡ ବୋଲି ସରକାରୀ ଭାବେ ଡିଆରଏ କାର୍ଯ୍ୟାଳୟରେ ଲେଖାଯାଉଛି, ଏପଟେ ରେଳ ଷ୍ଟେଶନରେ ରାୟଗଡା ଲେଖା ଯାଉଛି। ଭାଷାର ସୁରକ୍ଷା ପାଇଁ ସରକାରୀ ସ୍ତରରେ ଚେଷ୍ଟା ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଆନ୍ଧ୍ର ସୀମାନ୍ତ ରାୟଗଡାରେ ତେଲୁଗୁ ଭାଷା ବହୁଳ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ଜିଲାସ୍ତରୀୟ ଓଡିଶା ଦିବସ ପ୍ରସ୍ତୁତି ବୈଠକ ସମୟରେ ଅତିରିକ୍ତ ଜିଲାପାଳଙ୍କୁ ବୁଦ୍ଧିଜୀବୀମାନେ ଅବଗତ କରିଛନ୍ତି। ଓଡିଆ ଭାଷାକୁ ଲେଖିବା ଏବଂ ଭୁଲ ଲେଖୁଥିବା ଲୋକଙ୍କୁ ତାଗିଦ କରିବାର ଆବଶ୍ୟକ ରହିଛି। ନଚେତ ଆଗାମୀ ଦିନରେ ଏହି ଭାଷା ଲୋପ ପାଇବାର ସମ୍ଭାବନା ରହିଛି। ଏନେଇ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ସୁଶାନ୍ତ ନାୟକ କହିଛନ୍ତି ଓଡ଼ିଆ ଭାଷାର ବ୍ୟବହାର କମି ଯାଉଛି। ସରକାରୀ ସ୍ତରରେ ସାଇନ ବୋର୍ଡ ଓଡ଼ିଆରେ ଲେଖା ଯାଉନାହିଁ । ଏହା ଦ୍ୱାରା ସାହିତ୍ୟ ପାଇଁ ଆଦର କମୁଛି। ତେଣୁ ସରକାରୀ ସ୍ତରରେ ଏବଂ ଜନ ସଚେତନତା ଆବଶ୍ୟକତା ରହିଛି। ସମସ୍ତଙ୍କ ମିଳିତ ଉଦ୍ୟମରେ ଓଡ଼ିଆ ଭାଷା ବଞ୍ଚିରହିବ ଓ ଏହାର ବିକାଶ ହେବ। ଓଡ଼ିଆ ଭାଷା ବିକାଶ ହେଲେ ଓଡିଶା ଦିବସର ଉଦେଶ୍ୟ ସାଧିତ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?