ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କୁ ଧକ୍କାଦେଲା ଟ୍ରେଲର

ଚୌଦ୍ୱାର,୨୦ା୩(ଡି.ଏନ୍‌.ଏ.): ସୋମବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ସେ ଗୁରୁତର ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାନୁଯାୟୀ, ଚୌଦ୍ୱାର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଓଟିଏମ୍‌ ବଜାରରେ ବାଇକ୍‌ରେ ବାପାଙ୍କ ସାଙ୍ଗରେ ପରୀକ୍ଷା ଦେଇ ଫେରୁଥିବା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଏକ ଟ୍ରେଲର ଧକ୍କା ଦେଇଥିଲା। ଛାତ୍ରୀଙ୍କ ଗୋଡ଼ରେ ଧକ୍କା ଲାଗି ସେ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ମେଡିକାଲ ନେଇଛନ୍ତି। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ଦିନ ଧରି ଅଧା ପନ୍ତରିଆ ପଡ଼ିରହିଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ସର୍ଭିସ ରୋଡରେ ଭାରୀଯାନ ଚଳାଚଳ ଉପରେ ରୋକୋ ଲଗାଇବା ପାଇଁ ଅଞ୍ଚଳବାସୀ ଦାବି କରୁଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାରିବା ବାଜି ଜିତିଲା ରାଜସ୍ଥାନ, ୪୦ ରନରେ ଲକ୍ଷ୍ନୌ ପରାସ୍ତ

ଲକ୍ଷ୍ନୌ,୨୨ା୪: ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଓ ବୋଲରଙ୍କ ଘାତକ ବୋଲିଂ ବଳରେ ରାଜସ୍ଥାନ ରୟାଲ୍ସ ୪୦ ରନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଏହା…

ବ୍ରେକ୍‌ ଫେଲ୍‌ ସାଜିଲା କାଳ: ଦୁଇଟି ଟ୍ରକ୍‌ ମଧ୍ୟରେ ଚାପି ହୋଇଗଲା ବୋଲେରୋ, ଜୀବନ୍ତ ଜଳିଗଲେ ୬ ଯାତ୍ରୀ, ମୃତ୍ୟୁର ଚିତ୍କାରରେ…

ମିର୍ଜାପୁର,୨୨।୪: ମିର୍ଜାପୁର-ରିୱା ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗାଡ଼ି ଦୁଇଟି ଟ୍ରକ ମଝିରେ ଚାପି ହୋଇଯିବା…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ବାଉଁଶ ବଣ, ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ…

ବନ୍ତ,୨୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମୁଖରେ ଥିବା ଏକ ବାଉଁଶ ବଣରେ ବୁଧବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଅଗ୍ନିକାଣ୍ଡରେ ସ୍ଥାନୀୟ…

କଲ୍ୟାଣ ମଣ୍ଡପ ଏବେ ଅସ୍ଥାୟୀ ଗଞ୍ଜାମ ଏନ୍‌ଏସି କାର୍ଯ୍ୟାଳୟ

ଗଞ୍ଜାମ,୨୩।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାର ସ୍ଥିତ ଏନ୍‌ଏସି (NAC) କାର୍ଯ୍ୟାଳୟ ଏବେ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତରିତ ହେବାକୁ ଯାଉଛି। ପୁରୁଣା କାର୍ଯ୍ୟାଳୟ ଗୃହକୁ ଭାଙ୍ଗି…

ବୈତରଣୀରେ ବେଆଇନ ବାଲି ଉଠାଣ ଉପରେ ଲାଗିଲା ଲଗାମ, ଧାରା ୧୬୩ ଜାରି

ଭଦ୍ରକ, ୨୨।୪(ସନାତନ ରାଉତ)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧିନରେ ବୈତରଣୀ ନଦୀରେ ବିଭିନ୍ନ ବାଲି ଘାଟରୁ ବେଆଇନ ବାଲି ଉଠାଣ ବଢ଼ି ଚାଲିଛି। ଏହି ଅବୈଧ ବାଲି…

ଅସହ୍ୟ ତାତି: ବରଗଡ଼ ଜିଲାରେ ଏହି ତାରିଖ ପର୍ଯ୍ୟନ୍ତ ବଢ଼ିଲା ସ୍କୁଲ, କଲେଜ ଛୁଟି

ବରଗଡ଼, ୨୨।୪ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ତାତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

ବନ ବିଭାଗର ବର୍ବରତା: ଗଣମାଧ୍ୟମରେ ଖବର ପ୍ରକାଶ ପରେ ଓଡ଼ିଶା ମାନବାଧିକାର କମିଶନଙ୍କ ହସ୍ତକ୍ଷେପ

ଥୁଆମୂଳ ରାମପୁର, ୨୨ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ତେନ୍ତୁଳିପଦର ଗ୍ରାମରେ ଜଣେ ପଟ୍ଟାଧାରୀ ଆଦିବାସୀଙ୍କୁ ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଅମାନୁଷିକ…

ଆଉ ୧୫ ଦିନ ପରେ ବଢ଼ିପାରେ ତେଲ ଦର! ପେଟ୍ରୋଲିୟମ ଡିଲର୍ସ ସଂଘ କହିଲା….

ନୂଆଦିଲ୍ଲୀ,୨୨।୪: ତୈଳ ଦରକୁ ନେଇ ପେଟ୍ରୋଲିୟମ ଡିଲର୍ସ ସଂଘର ଆକଳନ । ଆଉ ୧୫ ଦିନ ଯୁଦ୍ଧ ସ୍ଥିତି ଲାଗିଲ ରହିଲେ, ବଢ଼ିପାରେ ତେଲ ଦର। ଅଶୋଧିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri