ଗୁଲାମ ନବୀଙ୍କୁ ଝଟ୍କା: କଂଗ୍ରେସରେ ସାମିଲ ହେଲେ ଦଳର ୩୦ସଦସ୍ୟ
ଶ୍ରୀନଗର,୧୭।୧: ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ଡେମୋକ୍ରାଟିକ୍ ଆଜାଦ ପାର୍ଟି (ଡିଏପି)କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ଦଳର ମହାସଚିବ ନିଜାମୁଦ୍ଦିନ ଖତାନା ଏବଂ ଏହାର ୩୦ଜଣିଆ ସ୍ଥାୟୀ ସଦସ୍ୟ ମଙ୍ଗଳବାର ଡିଏପିକୁ ଛାଡ଼ି କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି।…
ଇଡ୍କୋ ଜମି ଅଧିଗ୍ରହଣକୁ ବିରୋଧ
ଝାରସୁଗୁଡା ଅଫିସ୍,୧୭ା୧: ଲଖନପୁର ତହସିଲ ପିପିଲିମାଲ ଆର୍ଆଇ ସର୍କଲ ଅଧୀନ ୧,୦୫୮ଏକର ସରକାରୀ ଜମିକୁ ଇଡ୍କୋ ରାଜସ୍ବ ବିଭାଗ ମାଧ୍ୟମରେ ଅଧିଗ୍ରହଣ କରିବାପାଇଁ ପ୍ରୟାସ ଆରମ୍ଭ କରିଛି। ଏଥିମଧ୍ୟରେ ଜଙ୍ଗଲ, ପତିତ, ଗୋଚର ଆଦି କିସମର ଜମି ରହିଛି। ଏହିସବୁ ଜମିକୁ…
ପଥର ଖଣିରେ ଚାଲିଛି ବେଆଇନ ବ୍ଲାଷ୍ଟିଂ
ଜମନକିରା,୧୭ା୧(ଡି.ଏନ.ଏ.): ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ କୁଇଲାରିଯୋର ପଥର ଖଣିରେ ଗତ କିଛିମାସ ହେବ ବେଆଇନ ଭାବେ ପଥର ବ୍ଲାଷ୍ଟିଂ ଓ କ୍ରଶିଂ ଚାଲିଛି। ପ୍ରଶାସନ ଏ ଦିଗରେ ପଦକ୍ଷେପ ନ ନେଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି…
ପାକିସ୍ତାନକୁ ଝଟ୍କା: ଲଶ୍କରର ‘ମକ୍କି’ ବିଶ୍ୱ ଆତଙ୍କବାଦୀ ଘୋଷିତ
ନ୍ୟୁୟର୍କ,୧୭।୧: ଆତଙ୍କବାଦ କାରଣରୁ ନିଜକୁ ସମଗ୍ର ବିଶ୍ୱରେ ପରିଚିତ କରିଥିବା ପାକିସ୍ତାନକୁ ଏଥର ଏକ ବଡ ଝଟ୍କା ଲାଗିଛି। ବିଶ୍ୱ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପାକିସ୍ତାନର ଅବଦୁଲ ରେହମାନ ମକ୍କି(ଲଶ୍କର-ଇ-ତୋଏବା ଆତଙ୍କବାଦୀ)ଙ୍କୁ ସୋମବାର ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି…
ଝୁମାଇବେ ବଲିଉଡ୍, ଓଲିଉଡ୍ କଳାକାର
ଅନୁଗୋଳ ଅଫିସ, ୧୭ା୧: ଆସନ୍ତା ୧୮ରୁ ୨୨ ତାରିଖ ଯାଏ ଉତ୍ସବମୁଖର ହେବ ଅନୁଗୋଳ ସହର। ୫ ଦିନିଆ ଜିଲା ମହୋତ୍ସବ ଆରମ୍ଭ ହେବାକୁ ଯାଉଥିବାରୁ ଜିଲାବାସୀଙ୍କୁ ଝୁମାଇବାକୁ ଆସୁଛନ୍ତି ବଲିଉଡ୍ ଓ ଓଲିଉଡ୍ର ନାମୀଦାମୀ କଣ୍ଠଶିଳ୍ପୀ ଓ କଳାକାର। ଏନେଇ…
ଓଲଟିଲା ଓଟୋ: ଜଣେ ମୃତ,୧୧ ଆହତ
ଠାକୁରମୁଣ୍ଡା,୧୭।୧(ଡି.ଏନ.ଏ.): ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼- ଅସନବଣି ରାସ୍ତାର ସାରୁବିଲ ନିକଟରେ ମଙ୍ଗଳବାର ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୧୧ ଜଣ ଆହତ…
୨୭ରୁ ମିନି ମହୋତ୍ସବ, ପଲ୍ଲିଶ୍ରୀ ମେଳା
ଢେଙ୍କାନାଳ ଅଫିସ,୧୭ା୧: ବିଶ୍ୱକପ୍ ହକି ଉପଲକ୍ଷେ ସମଗ୍ର ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ଢେଙ୍କାନାଳ ଜିଲାରେ ମଧ୍ୟ ମେଳା ମହୋତ୍ସବର ଆୟୋଜନ ହୋଇଛି। ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ମିନି ଷ୍ଟାଡିୟମ ଓ ମୁଖ୍ୟ ଷ୍ଟାଡିୟମରେ ସାଂସ୍କୃତିକ…
ନ୍ୟୁଜିଲାଣ୍ଡ ସିରିଜ ପାଇଁ ଶିବବ୍ରତ ମ୍ୟାନେଜର
ଭୁବନେଶ୍ୱର,୧୭ା୧(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ୍ ଆସୋସିଏଶନ୍ (ଓସିଏ) ସଦସ୍ୟ ରହିଥିବା ଶିବବ୍ରତ ମଲ୍ଲିକଙ୍କୁ ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ମ୍ୟାନେଜର ଘୋଷଣା କରାଯାଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଆସନ୍ତା ୧୮…
କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ
ରାଉରକେଲା ଅଫିସ, ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୭।୧: ଗତ ସଂସ୍କରଣର ରନରଅପ୍ ନେଦରଲାଣ୍ଡ୍ସ ପ୍ରଥମ ଦଳ ଭାବେ ଚଳିତ ହକି ବିଶ୍ୱକପ୍ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ପୁଲ୍ ସି’ ମ୍ୟାଚ୍ରେ ଏହି…
ଆସିଥିବା ଅନୁଦାନ ଅନ୍ୟଠି ଖର୍ଚ୍ଚ ହେଲା
ବୈପାରିଗୁଡ଼ା,୧୭ା୧ (ଡି.ଏନ୍.ଏ.):କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକରେ ପ୍ରଶାସନ ପକ୍ଷରୁ ଚାଲିଛି ମନମାନି କାର୍ଯ୍ୟ। ସାଧାରଣ ଲୋକଙ୍କ ସ୍ବାର୍ଥ ବଦଳରେ ଏଠାରେ ଠିକାଦାରଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉଛି। ଅମୃତସରୋବର ଯୋଜନା ବ୍ଲକରେ ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏହି ଯୋଜନାରେ ଏକ ପୋଖରୀ…
ଆକର୍ଷଣୀୟ ହେବ ଢେଙ୍କାନାଳ ମାର୍କା ଶାଢ଼ି ଡିଜାଇନ
ଢେଙ୍କାନାଳ ଅଫିସ,୧୭ା୧: ଢେଙ୍କାନାଳ ଜିଲା ସଦର ବ୍ଲକ ସରାଗପାଟଣା, ଚନ୍ଦ୍ରଶେଖରପ୍ରସାଦ, ଓଡାପଡା ବ୍ଲକର ରଥପଦା ଓ ପରଜଙ୍ଗ ବ୍ଲକ ଖାଲପାଳ ନିକଟସ୍ଥ ଗିରିଗୋବର୍ଦ୍ଧନ ଗ୍ରାମରେ ସ୍ଥାନୀୟ ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ କାରଗିଲ, କମ୍ପ୍ୟୁଟର, ରେଖା, ଗଙ୍ଗା-ଯମୁନା ଓ ବାଡ଼ିବନ୍ଧ ନାମରେ ନାମିତ…
୨୦୨୦ ମାର୍ଚ୍ଚ ପରେ ଆଜି ଦେଶରେ ସର୍ବନିମ୍ନ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨୦୨୦ ମାର୍ଚ୍ଚ ୨୭ ପରେ ଏହା ଦେଶରେ ସର୍ବନିମ୍ନ…
Archives


