Posted inଫୁରସତ

ନିଜ ଅଞ୍ଚଳ ପାଇଁ ପାଠାଗାର

ପୁସ୍ତକ ପଠନ ପ୍ରତି ସମସ୍ତେ କିପରି ଆଗ୍ରହୀ ହେବେ । ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ଭାଷାର ସୁରକ୍ଷା ଉଦ୍ଦେଶ୍ୟରେ କିପରି ଜନସଚେତନତା ସୃଷ୍ଟି ହୋଇପାରିବ। ସେଥିପାଇଁ ଖୋର୍ଦ୍ଧା ଜିଲାର ଜଟଣୀ ବ୍ଲକର ବିକାଶ ନଗରଠାରେ ଗଢ଼ିଉଠିଛି ଏକ ଅନୁଷ୍ଠାନ। ବିପିନ ବିହାରୀ ମହାନ୍ତି କୁହନ୍ତି, ‘୧୯୬୧ରେ ଆମ ଗାଁର କେତେଜଣ ସାଙ୍ଗ ଏକାଠି ହୋଇ ଜନପ୍ରିୟ ପାଠାଗାର, ନାରଗଦା ନାମରେ ଏକ ପାଠାଗାର ସ୍ଥାପନ କରିଥିଲୁ। ଏଥିପାଇଁ କେତେଜଣ ବ୍ୟକ୍ତିଙ୍କଠାରୁ ବିଭିନ୍ନ ବହି ମାଗି ଆଣି ପ୍ରାୟ ୫ଶହ ପୁସ୍ତକ ମହଜୁଦ ରଖିଥିଲୁ। ଏହି ପାଠାଗାର ଅନେକ ଦିନ ଭଲରେ ଚାଲିଲା । କିନ୍ତୁ ଯେତେବେଳେ ସାଙ୍ଗମାନେ ଉଚ୍ଚତର ଶିକ୍ଷା ପାଇଁ ବାହାରକୁ ଆସି ବିଭିନ୍ନ ସ୍ଥାନରେ ଚାକିରି କଲୁ, ପାଠାଗାରଟି ତତ୍ତ୍ୱାବଧାନ ଅଭାବରୁ କିଛିଦିନ ଧରି ବନ୍ଦ ହୋଇ ରହିଥିଲା। ୧୯୯୯ରେ ପ୍ରାୟ ୮ହଜାର ପୁସ୍ତକକୁ ସାଇତି ରଖି ପୁଣି ଏହି ପାଠାଗାରର ଉନ୍ନତି ପାଇଁ ପ୍ରଚେଷ୍ଟା ଜାରି ରଖିଲି। ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବୁଲିଯିବା ସମୟରେ ଅନେକ ବଦାନ୍ୟବ୍ୟକ୍ତିଙ୍କଠାରୁ ନାନାପ୍ରକାର ପୁସ୍ତକ ସଂଗ୍ରହ କରିଥିଲି। ଏହି ପାଠାଗାରକୁ ଆସୁଥିବା ପିଲାମାନେ ମୋର ପରିଚୟ ଜାଣିବା ପରେ ୨୦୦୧, ଅଗଷ୍ଟ ୧୧ରୁ ପାଠାଗାରର ନାମ ବିପିନ ବିହାରୀ ପାଠାଗାର ରଖିଲେ। ଏହି ପାଠାଗାରଟି ଜଟଣୀ ବ୍ଲକଠାରୁ ମାତ୍ର ଶହେମିଟର ଦୂର ନାଇଜରର ପଶ୍ଚମ ପଟକୁ ଲମ୍ବିଥିବା ଭୀମପୁର ରାସ୍ତାକଡ଼ରେ ଅବସ୍ଥିତ। ପାଠାଗାରଟି ଓଡ଼ିଶା ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇସାରିଛି। ଆଉ ଓଡ଼ିଶା ପାଠାଗାର ମହାସଂଘରେ ଯୋଡ଼ି ହୋଇଛି। ଏଠାରେ ଥିବା ପ୍ରାୟ ୧ ଲକ୍ଷ ପୁସ୍ତକ ଛାତ୍ର ଛାତ୍ରୀ, ଶିକ୍ଷକ, ଅଧ୍ୟାପକ, ଗବେଷକ ଓ ସାହିତି୍ୟକମାନଙ୍କୁ ସୃଜନଶୀଳତାର ସେବା ଯୋଗାଇ ଆସୁଛି। ପ୍ରାୟ ୫୦ ହଜାର ପୁସ୍ତକ ଓ ୩୦ହଜାର ବିଭିନ୍ନ ପତ୍ରପତ୍ରିକା ଏଠାରେ ସାଇତା ହୋଇରହିଛି। ପ୍ରତ୍ୟହ ସକାଳ ୭ଟାରୁ ୧୧ଟା ପୁଣି ଦିନ ୧ଟାରୁ ୩ଟା ଯାଏ ଏହା ଖୋଲା ରହେ । ବିଭିନ୍ନ ପ୍ରକାର ଭାଷାର ପୁସ୍ତକ ଏଠାରେ ରହିଛି। ସର୍ବୋପରି ନିମ୍ନସ୍ତରରୁ ପ୍ରଶାସନିକସ୍ତରୀୟଓ ଉଚ୍ଚପଦପଦବୀ ପାଇଁ ପରୀକ୍ଷାଦେବା ନିମନ୍ତେ ଅନେକ ପୁସ୍ତକ ପଢ଼ିବାର ସୁବିଧା ଏଠାରେ ରହିଛି। ଛାତ୍ରୀଛାତ୍ରମାନଙ୍କ ବୌଦ୍ଧିକ ଓ ଶୈକ୍ଷିକ ବିକାଶରେ ଏହା ସହାୟକ ହୋଇପାରୁଛି। ପାଠାଗାର ତରଫରୁ ବିଭିନ୍ନ ସମୟରେ କବିତା ପାଠୋତ୍ସବ, ପ୍ରତିମାସ ଶେଷରେ ସାହିତ୍ୟ ଆସର ବି ହୋଇଥାଏ। ଓଡ଼ିଶାର ବିଭିନ୍ନ ଅଧିବାସୀଙ୍କ ଭାଷା ବିକାଶ ପାଇଁ କର୍ମଶାଳାର ଆୟୋଜନ ମଧ୍ୟ କରାଯାଇଥାଏ ଏବଂ ମହାପୁରୁଷଙ୍କ ଜନ୍ମଦିନ ପାଳନ କରାଯାଇଥାଏ। ପ୍ରତିବର୍ଷ ପାଠାଗାରର ବାର୍ଷିକ ମୁଖପତ୍ର ଉଡ୍ରଜା ପ୍ରକାଶିତ ହୋଇଥାଏ। ଏଥିରେ ପରିଚାଳନା କମିଟିରେ ପ୍ରାୟ ୧୨ଜଣ ସଦସ୍ୟା ଓ ସଦସ୍ୟ ରହିଛନ୍ତି । ସେମାନଙ୍କ ମଧ୍ୟରେ ତ୍ରିଲୋଚନ ମହାପାତ୍ର, ଭିକାରୀ ଧଳ, ପ୍ରଭାତ କୁମାର ସାହୁ, ରବି ସ୍ବାଇଁ, ରାଜେନ୍ଦ୍ର ନାୟକ, ରବୀନ୍ଦ୍ର ରାଉତରାୟ, ପ୍ରହଲ୍ଲାଦ ସ୍ବାଇଁ, ରମାକାନ୍ତ ମିଶ୍ର, ଦେବଯାନୀ ରାଉତରାୟ, ସୁମିତାମୟୀ ସାହୁ, ଗୀତା ରଥ, ସୁକାନ୍ତ ମହାପାତ୍ର, ଜଗଦୀଶ ମହାପାତ୍ର, ସଂଯୁକ୍ତା ଷଡ଼ଙ୍ଗୀ, ରଶ୍ମିତା ନାୟକ ପ୍ରମୁଖ ପରିଚାଳନା କାର୍ଯ୍ୟ କରୁଛନ୍ତି।
-ବନବିହାରୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?