ରାଜଧାନୀରେ ଗ୍ୟାଙ୍ଗ୍ ସକ୍ରିୟ, ଟ୍ରାକିଂରେ ପୋଲିସ ଫେଲ୍
ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରିଠୁ ଆରମ୍ଭ କରି ଛିନ୍ତାଇ, ଅପହରଣ, ମାର୍ପିଟ ଭଳି ଘଟଣା ପ୍ରତ୍ୟହ ଘଟିବାରେ ଲାଗିଛି। ଏହିସବୁ ଘଟଣା ପଛରେ ଏକାଧିକ ଗ୍ୟାଙ୍ଗ୍ର…
ମାନହାନି ମାମଲା କରିବେ ଆସାମ ମୁଖ୍ୟମନ୍ତ୍ରୀ
ଗୁଆହାଟୀ,୧୦ା୪: ଆଦାନୀ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ କରିଥିବା ଏକ ପୋଷ୍ଟ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ବିରୋଧରେ ମାନହାନି ମାମଲା ଦାଏର କରିବେ ବୋଲି କହିଛନ୍ତି। ଆଦାନୀ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ଅଦାନୀଙ୍କ…
ହାତୀ ଦଳିଦେବା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଖୋର୍ଦ୍ଧା ଅଫିସ,୧୦ା୪: ସୋମବାର ସକାଳେ ଖୋର୍ଦ୍ଧା ଟାଉନ ଥାନା ପାନବରଜ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଫୁଲ ତୋଳିବାକୁ ଯାଇ ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ କିରଣବାଳା ମାନ୍ଧାତା(୫୭)।…
୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ସମ୍ପୃକ୍ତି
ବଲାଙ୍ଗୀର ଅଫିସ, ୧୦ା୪: ଜାଲ୍ ସାର୍ଟିଫିକେଟ୍ ମାମଲାର କ୍ରାଇମ୍ବ୍ରାଞ୍ଚସ୍ତରୀୟ ତଦନ୍ତ ନବମ ଦିନରେ ପହଞ୍ଚିଛି। ଏହି ମାମଲାର ୪ ଅଭିଯୁକ୍ତଙ୍କୁ କ୍ରାଇମ୍ବ୍ରାଞ୍ଚ ଟିମ୍ ତିନିଦିନିଆ ରିମାଣ୍ଡରେ ଆଣି ଜେରା କରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତରେ ଲାଗିଥିବା କହିଥିଲା। ଶନିବାର…
ସୁଧୁରୁନି ସମସ୍ୟା, ବଢୁଛି ଅସନ୍ତୋଷ
ଖୋର୍ଦ୍ଧା ଅଫିସ,୧୦ା୪: ଖୋର୍ଦ୍ଧା ସହରର ବିକାଶ ସ୍ଥାଣୁ ପାଲଟିଛି। ୩ ବର୍ଷ ପରେ ଜନତା ସିଧାସଳଖ ପୌରାଧ୍ୟକ୍ଷ ଏବଂ କାଉନସିଲରମାନଙ୍କୁ ଭୋଟ ଦେଇ ନିର୍ବାଚିତ କରିଥିଲେ। ପ୍ରଶାସନ ପାଖରୁ କ୍ଷମତା ନିର୍ବାଚିତ ପ୍ରତିନିଧିଙ୍କ ହାତକୁ ଆସିଲା। ଫଳରେ ସହରବାସୀ ଆଶା କରିଥିଲେ,…
ନେତାଙ୍କ ଟଙ୍କା, ମୁହଁ ଖୋଲିବାକୁ ଭୟ
ସମ୍ବଲପୁର,୧୦ା୪(ବ୍ୟୁରୋ): ଦେବଗଡ ଜିଲାରେ ଘଟିଥିବା ଏକ ମାମଲାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସମ୍ବଲପୁର ଜିଲା ରେଙ୍ଗାଲି ଥାନା ପଣ୍ଡଲୋଇ ଗ୍ରାମରେ ପୋଲିସ ଟିମ୍ ଗତ ୬ ତାରିଖ ରାତିରେ ଚଢାଉ କରିଥିଲା। ଏହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଉଠାଇ ନେଇଥିଲା।…
ସୁଇପର ଭରସାରେ ଚାଲିଛି ରୋଗୀ ସେବା
ନୂଆପଡ଼ା ଅଫିସ,୧୦।୪: ରାଜ୍ୟ ସରକାର ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ନୂଆପଡା ଜିଲାରେ ସବୁ ଫେଲ ମାରୁଛି। ପାର୍ଟଟାଇମ ସୁଇପର ରୁପସିଂ ମାଝିଙ୍କ ଭରସାରେ…
ଖୁଣ୍ଟୁଣୀ ବନାଞ୍ଚଳରେ ଚନ୍ଦକାର ୨୪ ହାତୀଙ୍କ ଉତ୍ପାତ
ଖୁଣ୍ଟୁଣୀ,୧୦ା୪(ଡି.ଏନ୍.ଏ.): ଚନ୍ଦକା ଜଙ୍ଗଲରୁ ଆସିଥିବା ୨୪ ଟିକିଆ ହାତୀପଲ କିଛିଦିନ ହେବ ଖୁଣ୍ଟୁଣୀ ବନାଞ୍ଚଳରେ ପ୍ରବେଶ କରିଛିି। ଏହାକୁ ନେଇ ଧାନ ଓ ପରିବା ଫସଲ କରିଥିବା ଚାଷୀ ଆତଙ୍କିତ ହୋଇପଡିଛନ୍ତି। ହାତୀପଲ ଧାନ ଓ ଆଖୁ ଖାଇବା ସହ ଲୋକଙ୍କ…
ଖାଲଖମା ଭର୍ତ୍ତି କରୁଛନ୍ତି ଲୋକେ, ପ୍ରଶାସନ ନୀରବ
ପାରଳାଖେମୁଣ୍ଡି,୧୦ା୪(ଡି.ଏନ୍.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାସ୍ତାଘାଟ ଅବସ୍ଥା କଦର୍ଯ୍ୟ ହୋଇପଡିଥିବା ବେଳେ ଖାଲଖମା ସୃଷ୍ଟି ହେଉଛି। ହେଲେ ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷ ନିଘୋଡ ନିଦ୍ରାରେ ରହିଥିବାରୁ ଲୋକେ ଏହି ଖାଲଖମା ଗୁଡିକରେ ନିଜସ୍ବ ଉଦ୍ଦ୍ୟମରେ ମାଟି,…
ନିମ୍ନମାନର ରାସ୍ତା କାମ ଅଭିଯୋଗ
ଖଡ଼ିଆଳ,୧୦।୪(ଡି.ଏନ.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ପଞ୍ଚାୟତ କୁଶମାଲ ଗ୍ରାମ ମାଲିମୁଢ଼ିଆ ପଡାକୁ ହେଉଥିବା ରାସ୍ତା କାର୍ଯ୍ୟ ବିନା ସୂଚନା ଫଳକରେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ପଡାବାସୀଙ୍କ ଅଭିଯୋଗ ଅନୁଯାୟୀ ଲାଞ୍ଜିକୁ ସଂଯୋଗ କରୁଥିବା…
ଅବ୍ୟବସ୍ଥାରେ କେରେଡାଙ୍ଗ ଉଚ୍ଚ ବିଦ୍ୟାଳୟ
ନୂଆଗଡ଼,୧୦ା୪: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଛାତ୍ରୀଛାତ୍ରମାନଙ୍କୁ ଉନ୍ନତ ମାନର ପାଠପଢା ସହିତ ଅନ୍ୟାନ୍ୟ ଜ୍ଞାନକୌଶଳର ଅଭିବୃଦ୍ଧି ପାଇଁ ବିଦ୍ୟାଳୟଗୁଡିକର ରୂପାନ୍ତରଣ କାର୍ଯ୍ୟ କରୁଛନ୍ତି। ଏଥିସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରି ସରକାରୀ ବିଦ୍ୟାଳୟଗୁଡିକ ରୂପାନ୍ତରଣ କାର୍ଯ୍ୟ…
ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଅଙ୍ଗନଓ୍ବାଡି ଚାକିରି
ଭବାନୀପାଟଣା,୧୦।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଦେପୁର ସେକ୍ଟର ଅଧୀନ ଉପକାଭଟ୍ଟାର ଅଙ୍ଗନଓ୍ବାଡ଼ି କର୍ମୀ ଝୁନୁପମା ଶତପଥୀ ନକଲି ସ୍କୁଲ ଲିଭିଂ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଛି। ଏହା ପରେ ତାଙ୍କୁ ବହିଷ୍କାର ପାଇଁ ଭବାନୀପାଟଣା ଡିଏସ୍ଡବ୍ଲ୍ୟୁ ପକ୍ଷରୁ…
Archives


