Odisha Elections 2024

ପୁଣିଥରେ ନିର୍ମାଣ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ, ନଜର ଆସିବେ ଏହି ସୁପରଷ୍ଟାର

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଟୟଲେଟ ଏକ ପ୍ରେମ କଥା’ର ପ୍ରଡ୍ୟୁସର ପ୍ରେରଣା ଆରୋରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ପ୍ଲାନ କରୁଛନ୍ତି। ଲିଡ ରୋଲରେ ସେ ଅମିତାଭ ବଚ୍ଚନଙ୍କୁ ନେବାକୁ ଚାହୁଁଛନ୍ତି। ପ୍ରେରଣାଙ୍କୁ ଲାଗୁଛି ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ହ୍ୟାଣ୍ଡସମ, ଡାଇନାମିକ ଓ ଯୋଗ୍ୟ ବ୍ୟକ୍ତିତ୍ୱ ଆଉ କେହି ହୋଇ ନ ପାରନ୍ତି। ପ୍ରେରଣା ନରେନ୍ଦ୍ର ମୋଦିଙ୍କର ସବୁଠାରୁବଡ ଫ୍ୟାନ ଫଲୋଇଙ୍ଗ ମଧ୍ୟରୁ ଅନ୍ୟତମ। ତାଙ୍କୁ ଲାଗୁଛି କି ସେ ତାଙ୍କ ଉପରେ ସାନଦାର ମୁଭି ପ୍ରସ୍ତୁତ କରିପାରିବେ। ଏକ ସାକ୍ଷାତକାରରେ ସେ ମୋଦିଙ୍କର ଖୁବ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପୂର୍ବରୁ ଏକ ବାୟୋପିକ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏବେ ଆଉ ଏକ ବାୟୋପିକର ଖବର ଆସୁଛ। ନିର୍ମାତା ପ୍ରେରଣା ଆରୋରା ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ନରେନ୍ଦ୍ର ମୋଦିଙ୍କ ଉପରେ ଫିଲ୍ମ କରିବାକୁ ଚାହୁଁଛନ୍ତି। ତାଙ୍କୁ ପଚରାଯାଇଥିଲା କି ସେ ନରେନ୍ଦ୍ର ମୋଦିଙ୍କ ପ୍ରଶଂସକ କି? ଶତ୍ରୁଘ୍ନ ସିହ୍ନାଜୀ ଯେପରି କହିଛନ୍ତି, ମୋଦିଜୀ ହେଉଛନ୍ତି ଏହି ଦେଶର ପ୍ରକୃତ ଆକ୍ସନ ହିରୋ ବୋଲି ଉତ୍ତର ଦେଇଥିଲେ ପ୍ରେରଣା।
ତାଙ୍କୁ ନରେନ୍ଦ୍ର ମୋଦି ଭୂମିକାରେ କିଏ ଅଭିନୟ କରିବେ ବୋଲି ପଚରାଯିବାରୁ ସେ ଏହାର ଏକ ଭଲ ଉତ୍ତର ଦେଇଥିଲେ। ତେବେ ଅମିତାଭ ବଚ୍ଚନଙ୍କୁ ସେ ଏଥିପାଇଁ ପସନ୍ଦ କରନ୍ତି ବୋଲି କହିଥିଲେ। ଏହି ସାକ୍ଷାତକାରରେ ସେ ପ୍ରଧାନମନ୍ତ୍ରୀ ଡ୍ରେସିଂ ସେନ୍ସକୁ ବି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୋଷାକ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ତେବେ ଏହା ଉପରେ ସମସ୍ତଙ୍କ ଭିନ୍ନ ମତ ଥାଇପାରେ ବୋଲି ପ୍ରଜୋଜିକା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଜଣେ ଜନପ୍ରତିନିଧିଙ୍କ ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ ବୋଲି ସେ କହିଛନ୍ତି। ସେ କୁହନ୍ତି, ଯେତେବେଳେ ଆପଣ ଜଣେ ଜନସାଧାରଣଙ୍କୁ ମୂଲ୍ୟାଙ୍କନ କରୁଛନ୍ତି, ସେତେବେଳେ ଆପଣ ସେମାନଙ୍କର କାର୍ଯ୍ୟ, ନୀତି ଏବଂ ସମାଜ ଉପରେ ଏହାର ପ୍ରଭାବ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ବୋଲି ପ୍ରଡ୍ୟୁସର ପ୍ରେରଣା ଆରୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ନିର୍ମାତାଙ୍କ ଝିଅ ସହ କାମ କରିବେ ଅମୀରଙ୍କ ପୁଅ

ମୁମ୍ବାଇ: ‘ମହାରାଜ’ ଏବଂ ସାଇ ପଲ୍ଲବୀଙ୍କ ସହିତ ଅନ୍‌ଟାଇଟେଲ୍ଡ ଫିଲ୍ମ ସମେତ ତାଙ୍କର ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ସମାପ୍ତ କରିବା ପରେ ଅମୀର ଖାନଙ୍କ ପ୍ରତିଭାବାନ...

ବୋର୍ଡ ଅଛି, ପାଠ ପଢ଼… ଟ୍ରୋଲରଙ୍କୁ ଦଶମରେ ୮୩% ନମ୍ବର ରଖି ଜବାବ ଦେଲେ ‘ମୁନ୍ନି’

ବମ୍ବେ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନି ଭୂମିକାରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ଅଭିନେତ୍ରୀ ହର୍ଷାଳି ମଲହୋତ୍ରା। ଏବେ ସେ ବଡ଼ ହୋଇଥିବା...

ଓଡ଼ିଶା ଆସୁଛନ୍ତି ହେମାମାଳିନୀ

ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍‌ ନେତା ଘନଘନ ପ୍ରଚାରରେ ଆସୁଛନ୍ତି।  ବଲିଉଡ୍‌ ଅଭିନେତ୍ରୀ ତଥା...

ଉତ୍କଣ୍ଠା ବଢ଼ାଇଲା ‘ଚନ୍ଦୁ ଚାମ୍ପିୟନ’; କାର୍ତ୍ତିକଙ୍କୁ ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି।...

‘ଉଚ୍ଚତା କମ୍‌ ବୋଲି କ’ଣ ବିବାହ କରିବା ମନା’; ଟ୍ରୋଲରଙ୍କୁ ରାଗରେ ଏଭଳି କହିଲେ ଅବ୍ଦୁ…

ବମ୍ବେ: ନିର୍ବନ୍ଧ ଫଟୋ ଶେୟାର କରିବା ପରଠାରୁ ଟ୍ରୋଲ ହେଉଛନ୍ତି ବିଗ୍‌ ବସ୍‌ ଫେମ୍‌ ଅବ୍ଦୁ ରୋଜିକ୍‌। ଅନେକେ ତାଙ୍କ ଖୁସିରେ ଖୁସି ହୋଇ ଶୁଭେଚ୍ଛା...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ...

କଙ୍ଗନାଙ୍କୁ ପରାଜୟ ଭୟ: ନାମାନଙ୍କ ପତ୍ର ଦାଖଲ ପରେ ଏମିତି କହିଲେ…

ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କର ପୂର୍ବତନ ହିମାଚଳ...

ଭିଡୁ କହି ଆଉ ଜ୍ୟାକି ଶ୍ରଫଙ୍କୁ କେହି କରିପାରିବେନି ନକଲ? ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଅଭିନେତା

ନୂଆଦିଲ୍ଲୀ,୧୪।୫: ବଲିଉଡର ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କରଷ୍ଟାଇଲ ଏବଂ କଥାବାର୍ତ୍ତା କରିବାର ଶୈଳୀ ଯାହା ତାଙ୍କୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri