Home Left

ପର୍ଯ୍ୟଟକଙ୍କ ମୁଣ୍ଡ ଫଟାଇଲେ ସୁରକ୍ଷା କର୍ମୀ

ଯାଜପୁର ଟାଉନ,୧୧।୬(ଡି.ଏନ.ଏ.): ଯାଜପୁର ସହରର କୁସୁମା ପାର୍କରେ ଶନିବାର ଟିକଟ କାଟିବାକୁ କେନ୍ଦ୍ରକରି ପର୍ଯ୍ୟଟକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ପର୍ଯ୍ୟଟକଙ୍କୁ ଇଟାରେ ଛେଚି ମୁଣ୍ଡ ଫଟାଇ ଦେଇଛନ୍ତି ସୁରକ୍ଷା କର୍ମୀ। ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର ଜିଲା…

ବସ୍ତାନି ବଦଳରେ ହାତରେ ଥାଳ

ମହାକାଳପଡ଼ା,୧୧।୬ (ଡି.ଏନ.ଏ.): ଦାରିଦ୍ର୍ୟ ଜୀବନକୁ ବାଟବଣା କରେ। ପେଟ ଚାଖଣ୍ଡକ ପାଇଁ ଥାଳ ଧରି ଡହଡହ ଟାଣ ଖରାରେ ବାରଦୁଆର ବୁଲି ଭାତ ମୁଠେ ପାଇଁ ସଂଗ୍ରାମ କରୁଥିବା କୁନି ପିଲାଟିର ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥାଏ କ୍ଷୁଧା। ସମୟ ପାଖାପାଖି…

ମଧୁବାବୁ ପେନସନ୍‌ ହିତାଧିକାରୀଙ୍କୁ ମିଳିବ ନଗଦ ଟଙ୍କା

ଜଗତ୍‌ସିଂହପୁର ଅଫିସ,୧୧।୬: ଚଳିତ ମାସରୁ ମଧୁବାବୁ ପେନ୍‌ସନ୍‌ ଯୋଜନାର ହିତାଧିକାରୀଙ୍କୁ ନଗଦ ଟଙ୍କା ଆକାରରେ ପେନସନ୍‌ ଦିଆଯିବ। ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧା, ବୃଦ୍ଧ, ଭିନ୍ନକ୍ଷମ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କୁ କର୍ମଚାରୀମାନେ ସେମାନଙ୍କ ଘରେ ଭତ୍ତା ରାଶି ପ୍ରଦାନ କରିବେ।…

ସ୍ତ୍ରୀ ଚରିତ୍ରକୁ ସନ୍ଦେହକରି ଶିଶୁପୁତ୍ରକୁ ହତ୍ୟାକଲେ ବାପା

ରାଉରକେଲା ଅଫିସି,୧୧।୬: ରାଉରକେଲା ଉଦିତନଗର ଶୀତଳପଡ଼ା ବସ୍ତି ଅଞ୍ଚଳରେ ଏକ କୋମଳମତି ଶିଶୁକୁ ତାଙ୍କ ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ହେଲେ ଆର୍ଯ୍ୟନ ଲାକ୍ରା (୪ବର୍ଷ)। ଏହି ଘଟଣାରେ ପୋଲିସ ମୃତକଙ୍କ ବାପାଙ୍କୁ ଗିରଫ କରିଛି। ଗିରଫ…

ଜେଲରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ମାଲକାନଗିରି,୧୧।୬(ଡି.ଏନ.ଏ.): ମାଲକାନଗିରି ଉପକାରାଗାରରେ ପୂର୍ବରୁ ଅନେକ ଅଘଟଣ ଘଟିଥିବା ବେଳେ ଶନିବାର ପୁଣି ଜଣେ ବିଚାରାଧୀନ ବନ୍ଦୀ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ କାଲିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି ୩୩ ଗ୍ରାମର ବିଧାନ ମିର୍ଦ୍ଧା। ବିଧାନ ଦୀର୍ଘ ୪ ବର୍ଷ ହେବ…

ପୁରୀରୁ ଦିଲ୍ଲୀ ପ୍ରି-ଆକ୍ଟିଭ ସିମ୍‌ କାର୍ଡ କାରବାର

ବେଆଇନ ପ୍ରିଆକ୍ଟିଭ ସିମ୍‌ କାର୍ଡ ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ୮ଜଣଙ୍କୁ ଶନିବାର କମିଶନରେଟ ପୋଲିସ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ପ୍ରାୟ ୮୦୦ ସିମ୍‌ ଜବତ କରିଛି। ସମସ୍ତ ଅଭିଯୁକ୍ତ ପୁରୀର ହୋଇଥିବାବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନକୁ ସିମ୍‌…

ଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋକସରା,୧୦ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକକୁ ପ୍ରତି ମାସେ ଦୁଇମାସ ଅନ୍ତରରେ ରାଜ୍ୟ ବାହାରୁ ଫେରୁଛି ଦାଦନ ଶ୍ରମିକଙ୍କ ମୃତଦେହ। ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଜିର ଘଟଣା ସହ ୫ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିସାରିଛି।…

ପ୍ରଶାସନର ଦ୍ୱାରସ୍ଥ ପରେ ଗାଁରୁ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୧୦ା୬(ଡି.ଏନ୍‌.ଏ.): ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ପରେ ଟେମରା ପଞ୍ଚାୟତ ହଂସପଡ଼ା ଗ୍ରାମକୁ ୨ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିଛନ୍ତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ। କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ…

ଗୋଟିଏ ସିନ୍‌ ପାଇଁ ୧୪ ଘଣ୍ଟା ପାଣିରେ ରହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ରକୁଲ ତାଙ୍କର ନୂଆ ଫିଲ୍ମ ‘ଆଇ ଲଭ୍‌ ୟୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ। ରକୁଲଙ୍କ ବ୍ୟତୀତ ଏହି ଫିଲ୍ମରେ ପାଭେଲ ଗୁଲାଟି, ଅକ୍ଷୟ ଓବରାଏ ଏବଂ କିରଣ କୁମାର…

ଏକାଠି ନଜରଆସିବେ ଆସିବେ ଅମିତାଭ-ରଜନୀକାନ୍ତ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ ଉଭୟ ଭେଟରାନ ଅଭିନେତା ଅଟନ୍ତି। ବଲିଉଡ ହେଉ ଅବା ସାଉଥ୍‌ ଫିଲ୍ମରେ ତାଙ୍କର ଦବ୍‌ଦବା ଆଜି ଯାଏଁ ରହି ଆସୁଛି। ଉଭୟଙ୍କର ଲୋକପ୍ରିୟତା ଅନୁସାରେ ଫ୍ୟାନ୍ସଙ୍କ ଲମ୍ବା ଲାଇନ୍‌ ଲାଗିଥାଏ। ଦୁହେଁ ଏକାଠି ’ହମ’,…

କର୍ଲାମୁଣ୍ଡାରେ ବୁଲୁଛି ଦନ୍ତା, ଲୋକେ ଆତଙ୍କିତ

କର୍ଲାମୁଣ୍ଡା,୧୦ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରିପଡ଼ା ନିକଟସ୍ଥ ଶାନ୍ତିବନଠାରେ ଶନିବାର ଏକ ଜଙ୍ଗଲୀ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ କେସିଙ୍ଗା, ନର୍ଲା ଓ ମ. ରାମପୁର ରେଞ୍ଜର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇବାର ସକ୍ଷମ ହୋଇଥିଲେ।…

ତାତିରେ ଆଉଟପାଉଟ ସୋରଡ଼ାବାସୀ, ରାସ୍ତାଘାଟ ଶୂନଶାନ

ସୋରଡ଼ା,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ଶନିବାର ଅଘୋଷିତ ବନ୍ଦ ପାଳନ ପରି ଦେଖାଯାଇଛି। ସକାଳୁ ୮ଟାରୁ କଣ୍ଟେଇପଲ୍ଲୀଠାରୁ ସୋରଡ଼ା ରାସ୍ତା ସଂପ୍ରସାରଣ କାମ ପାଇଁ ଗଛକଟା ଚାଲିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri