Home Left

ଆଜି ଇଜିପ୍ଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରାଜକୀୟ ଯାତ୍ରା ଶେଷ ହୋଇଛି। ବର୍ତ୍ତମାନ ମୋଦି ଜୁନ ୨୪ ଅର୍ଥାତ୍‌ ଶନିବାର ଆଫ୍ରିକୀୟ ଦେଶ ଇଜିପ୍ଟ ଗସ୍ତ କରିବେ। ଇଜିପ୍ଟ ଏବଂ ଭାରତ ହେଉଛି ଦୁଇଟି ପ୍ରାଚୀନ ସଭ୍ୟତା। ମିଶରର ନୂତନ ନାମ…

ରିଗନ ସେଣ୍ଟରରେ ଭାରତୀୟଙ୍କୁ ଦେଖି ମିନି ଇଣ୍ଡିଆ କହିଲେ ପ୍ରଧାନମନ୍ତ୍ରୀ ମୋଦି , ଏଚ୍‌୧-ବି ଭିସା ଉପରେ ଦେଲେ ବଡ଼ ଅପ୍‌ଡେଟ

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ସେଠାରେ ଲକ୍ଷ ଲକ୍ଷ ଭାରତୀୟ ଆଗ୍ରହର ସହ ଅପେକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ୱାଶିଂଟନ ଡିସିର ରୋନାଲଡ ରିଗନ ସେଣ୍ଟରରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…

୩୬ ବର୍ଷର ହେଲେ ଲିଓନଲ ମେସି

ବୁନୋସ ଏରିଜ,୨୪।୬: ଅକ୍ଟୋବର ୧୭, ୨୦୦୪। ବାର୍ସିଲୋନା ଏବଂ ଏସପାନିୟଲ କ୍ଲବ ମଧ୍ୟରେ ସ୍ପେନରେ ଲା ଲିଗା (ସ୍ପେନର ଫୁଟବଲ ଲିଗର ନାମ) ମ୍ୟାଚ ଚାଲିଥିଲା । ମ୍ୟାଚର ୮୨ତମ ମିନିଟରେ ଭେଟେରାନ ଡେକୋଙ୍କୁ ବଦଳାଇବାକୁ ନିଷ୍ପତ୍ତି ନିଆଗଲା। ତାଙ୍କ ସ୍ଥାନରେ…

ପୂଜାରାଙ୍କୁ ଟିମ ଇଣ୍ଡିଆରେ ସ୍ଥାନ ନ ମିଳିବା ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୬: ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ଗସ୍ତରେ ଭାରତୀୟ ଦଳକୁ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଏହାକୁ ନେଇ ଜୁନ ୨୩ରେ ଟିମ ଇଣ୍ଡିଆର ଚୟନକର୍ତ୍ତାମାନେ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଥିଲେ। ଯେଉଁଠାରେ…

ମୋଦିଙ୍କୁ ଟି-ଶର୍ଟ ଉପହାର ଦେଲେ ବାଇଡେନ

ଓ୍ବାଶିଂଟନ,୨୪।୬: ଭାରତୀୟ-ଆମେରିକୀୟ କମ୍ପାନୀର ସିଇଓମାନଙ୍କ ସହ ଏକ ବୈଠକରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ସ୍ବତନ୍ତ୍ର ଟି-ଶର୍ଟ ଉପହାର ଦେଇଛନ୍ତି ଯେଉଁଥିରେ ଲେଖା ଅଛି – ‘ଫ୍ୟୁଚର ଇଜ ଏଆଇ’। ଏହା ସହିତ ଆମେରିକା ଏବଂ ଭାରତ…

ଚ୍ୟାଲେଞ୍ଜ୍‌ କପ୍‌ ଭଲିବଲ: ସେମିରେ ଭାରତ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ଭାରତୀୟ ସିନିୟର ମହିଳା ଭଲିବଲ ଦଳ ଇଣ୍ଡୋନେସିଆର ଇଷ୍ଟ ଜାଭାସ୍ଥିତ ଗ୍ରେସିକ୍‌ଠାରେ ଚାଲିଥିବା ୪ର୍ଥ ଏଭିସି ମହିଳା ଚ୍ୟାଲେଞ୍ଜ୍‌ କପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ପ୍ରିଲିମିନାରୀ ରାଉଣ୍ଡରେ ଅଷ୍ଟ୍ରେଲିଆକୁ ହରାଇଥିବା ଭାରତ ପରବର୍ତ୍ତୀ ୨ଟି ଗ୍ରୁପ୍‌…

ଅଲିମ୍ପିକ ଦିବସ ପାଳିଲା ହକି ଇଣ୍ଡିଆ

ନୂଆଦିଲ୍ଲୀ, ୨୪ା୬: ଶୁକ୍ରବାର ସମଗ୍ର ବିଶ୍ୱରେ ଅଲିମ୍ପିକ ଦିବସ ପାଳନ ହୋଇଛି। ଏହି ଅବସରରେ କ୍ରୀଡ଼ାବିତ୍‌ଙ୍କ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ ହକି ଇଣ୍ଡିଆ ଦ୍ୱାରା ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଅଲିମ୍ପିକ ଦିବସ ପାଳନର ବିଷୟବସ୍ତୁ ‘ଲେଟ୍‌…

ପ୍ୟାରିସ ଅଲିମ୍ପିକ୍ସ ମଶାଲ ୪୦୦ ସହର ପରିକ୍ରମା କରିବ

ପ୍ୟାରିସ,୨୪ା୬(ଏପି): ପ୍ୟାରିସ ଅଲିମ୍ପିକ୍ସର ଆୟୋଜକ ଗଣ ଶୁକ୍ରବାର ମଶାଲ ରିଲେର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। କଲ୍‌ଡ୍ରନ୍‌ରେ ଅଗ୍ନି ସଂଯୋଗ ପୂର୍ବରୁ ଅଲିମ୍ପିକ ମଶାଲ ୬୮ରୁ ଅଧିକ ଦିନ ବିଶ୍ୱର ୪୦୦ଟି ସହର ପରିକ୍ରମା କରିବ। ଆୟୋଜକ କମିଟି ସଭାପତି ଟୋନି…

କ୍ୱାର୍ଟରଫାଇନାଲରେ ହାରିଲେ ପ୍ରଣୟ

ତାଇପେ,୨୪ା୬(ପି.ଟି.): ଭାରତର ଷ୍ଟାର ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ.ଏସ୍‌. ପ୍ରଣୟ ତାଇପେ ଓପନ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟରଫାଇନାଲରେ ତାଙ୍କ ମ୍ୟାଚ ହାରିଯାଇଛନ୍ତି। ବିଶ୍ୱର ୯ ନମ୍ବର ମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ୫ମ ସିଡ୍‌ ହଂକଂର ଏଙ୍ଗ୍‌ କା ଲଙ୍ଗ୍‌ ଆଙ୍ଗସଙ୍କଠାରୁ…

ଟ୍ରାଏଲ୍‌ରୁ ୬ କୁସ୍ତିଯୋଦ୍ଧାଙ୍କୁ ରିହାତି ଅନୁଚିତ

ନୂଆଦିଲ୍ଲୀ, ୨୪ା୬ (ପି.ଟି.): ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ହେବାକୁଥିବା ସିଲେକ୍ସନ ଟ୍ରାଏଲ୍‌ରୁ ୬ ଜଣ ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାଙ୍କୁ ଛାଡ଼ କରାଯିବା ଉଚିତ ହୋଇ ନାହିଁ ବୋଲି ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ବିଜେତା ଯୋଗେଶ୍ୱର ଦତ୍ତ କହିଛନ୍ତି। ଏଥିପାଇଁ…

କାନାଡା ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ, ୨୪।୬ (ପି.ଟି.): ଚିଲି ରାଜଧାନୀ ସାଣ୍ଟିଆଗୋଠାରେ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ପୁଲ୍‌ ‘ସି’ରେ ବେଲ୍‌ଜିୟମ, କାନାଡା ଓ ଜର୍ମାନୀ ସହିତ ସ୍ଥାନ…

ସତ୍ୟବତୀଙ୍କ ଡବଲ୍‌ ଗୋଲ: ଓଡ଼ିଶା ବିଜୟୀ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ପଞ୍ଜାବର ଅମୃତସରରେ ଚାଲିଥିବା ହିରୋ ସିନିୟର ଜାତୀୟ ମହିଳା ଫୁଟବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ଶୁକ୍ରବାର ୨-୦ ଗୋଲରେ ଚଣ୍ଡିଗଡ଼କୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ୨ଟି ଯାକ ଗୋଲ ସ୍କୋର କରିଥିଲେ ସତ୍ୟବତୀ ଖାଡ଼ିଆ। ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri