Posted inଜାତୀୟ

କାବେରୀ ବିବାଦକୁ ନେଇ କରୁଛନ୍ତି ରାଜନୀତି: ଭାଜପା-ଜେଡିଏସ ଉପରେ ଏଭଳି ଅଭିଯୋଗ ଆଣିଲେ ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୬।୯: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ବିରୋଧୀ ଭାଜପା ଏବଂ ଜେଡିଏସ ଉପରେ କାବେରୀ ବିବାଦକୁ ରାଜନୀତିକରଣ କରିଥିବା ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ତାଙ୍କ ସରକାର ବିଫଳ ହୋଇଥିବା ଅଭିଯୋଗକୁ ମଧ୍ୟ ସିଦ୍ଦାରାମାୟା ପ୍ରତ୍ୟାଖ୍ୟାନ କରିଛନ୍ତି। ପଡୋଶୀ ରାଜ୍ୟ ତାମିଲନାଡୁ ସହ ବିବାଦର ସମାଧାନ ଭାବେ କାବେରୀ ନଦୀରେ ମେକେଦାସୁ ସନ୍ତୁଳନ ଜଳଭଣ୍ଡାରର ନିର୍ମାଣ ଏବଂ ସଙ୍କଟ ସମାଧାନ ପାଇଁ ଜଳ ବଣ୍ଟନ ଫର୍ମୁଲାର ଗୁରୁତ୍ୱକୁ ସେ ଦୋହରାଇଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁ ପାଇଁ କାବେରୀ ନଦୀ ଜଳ ଛାଡିବାକୁ ବିରୋଧ କରି ଭାଜପା ଏବଂ ଜେଡିଏସ ସମର୍ଥିତ କୃଷକ ତଥା କନ୍ନଡ ସଂଗଠନ ଦ୍ୱାରା ଡକାଯାଇଥିବା ବେଙ୍ଗାଲୁରୁ ବନ୍ଦର ଆଂଶିକ ପ୍ରଭାବ ମଙ୍ଗଳବାର ଦେଖିବାକୁ ମିଳିଛି। ସେ ଏକ ପ୍ରଶ୍ନର ଜବାବ ଦେଇ କହିଛନ୍ତି , କାବେରୀ ବିବାଦକୁ ନେଇ ଭାଜପା ଏବଂ ଜେଡିଏସ ରାଜନୀତି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାଜ୍ୟବାସୀଙ୍କ ପାଇଁ ନୁହେଁ, ରାଜନୀତି ପାଇଁ ସେମାନେ ଏହି ପ୍ରସଙ୍ଗକୁ ବୃଦ୍ଧି କରୁଛନ୍ତି।

ସିଦ୍ଦାରାମାୟା କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ବିରୋଧ ଏବଂ ବନ୍ଦ ଡାକିବାକୁ ଅଧିକାର ଅଛି, କିନ୍ତୁ କୋର୍ଟ ଏହାକୁ ବାରଣ କରିଛନ୍ତି। ତେଣୁ, ଧାରା ୧୪୪ ଅନୁଯାୟୀ ନିଷେଧ ନିର୍ଦ୍ଦେଶନାମା ଲାଗୁ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଯେ ଆଇନକୁ କେହି ନିଜ ହାତକୁ ନ ନିଅନ୍ତୁ ଏବଂ ଜନସାଧାରଣ କୌଣସି ଅସୁବିଧାର ନ ହୁଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୨ା୮: କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri