ସୁଜଳ ଷ୍ଟାଣ୍ଡ ପୋଷ୍ଟରୁ ଟେପ ଚୋରି

ଗଞ୍ଜାମ,୨୬।୯(ବିଦ୍ୟାଧର ସାହୁ ): ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ ଓ ଜନସାଧାରଣ ପିଇବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ଗଞ୍ଜାମ ସହର ତ୍ରିବେଣୀ ମଠ ଛକ ଠାରେ ସୁଜଳ ଷ୍ଟାଣ୍ଡ ପାଇପ ଲଗାଯାଇଥିଲା। ହେଲେ ଗତ କାଲି ଅର୍ଥାତ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଷ୍ଟାଣ୍ଡ ପାଇପରୁ ଦୁଇଟି ଟେପ ଚୋରି କରି ନେଇଯାଇଥିବା ଦେଖିବାକୁ ମିଳିଛି l l ଯାହା ଫଳରେ ସେଠାରୁ ଅନବରତ ପାଣି ବାହାରୁଛି। ସୁଜଳ ଷ୍ଟାଣ୍ଡ ପାଇପ ଯେଉଁଠି ଅଛି ତା ସମ୍ମୁଖରେ ଥିବା ଏକ ବାଇକ ଗ୍ୟାରେଜରେ ସିସିଟିଭି ଲାଗିଛି l ଉକ୍ତ ସିସିଟିଭି ଯାଞ୍ଚ କରାଯାଏ ତାହେଲେ ଚୋରି ଧାରା ପଡିଯିବ ବୋଲି କାଉନସିଲର ପ୍ରତିନିଧି ଅରୁଣ ମହାନ୍ତି କହିଛନ୍ତି l ଗୋଟେ ପଟେ ଏନଏସିଇଓ ଅବିନାଶ ମିଶ୍ର ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ସ୍ବାର୍ଥ ପାଇଁ ବିଭିନ୍ନ ସୁବିଧା କରୁଥିଲେ ମଧ୍ୟ ଅସାମାଜିକ ବ୍ୟକ୍ତିମାନେ ସରକାରୀ ଜିନିଷ ଚୋରି କରି ନେଉଥିବା ଏନଏସି ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି l ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଥିଲେ ମଧ୍ୟ ଦୁର୍ବୁତ୍ତମାନେ ତାହାକୁ ଭୃକ୍ଷେପ କରୁ ନ ଥିବା ସହରରେ ଚର୍ଚ୍ଚା ହେଉଛି l ଷ୍ଟାଣ୍ଡ ପୋଷ୍ଟ ପାଇପ ଟେପ ଚୋରକୁ ପୋଲିସ ଧରି ପାରିଲେ ଅନ୍ୟ ଚୋରମାନେ ଚୋରି କରିବା ପୂର୍ବରୁ ଚିନ୍ତା କରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି l


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ବଡ଼ ଚମତ୍କାର! ଏହି ୩ ରାଶିଙ୍କୁ ମିଳିବ ଧନ ଓ କ୍ୟାରିୟରରେ ଜବରଦସ୍ତ ଲାଭ

ମଙ୍ଗଳ ଗ୍ରହ ୨୪ ଜୁଲାଇରେ ମୃଗଶିରା ନକ୍ଷତ୍ରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ଆଜି ୧୨ ଅଗଷ୍ଟ ବୁଧବାର ରାତ୍ରୀ ୧୦ଟା ୪୨ ମିନିଟରେ ମଙ୍ଗଳ ଗ୍ରହ ଆର୍ଦ୍ରା…

ନାବାଳିକାକୁ ଅପହରଣ କରି ଯାଜପୁରରେ ବଳାତ୍କାର, ପରେ…

ଭୁବନେଶ୍ୱର, ୧୨।୮: ଭୁବନେଶ୍ୱରର ଇନଫୋସିଟି ଥାନା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରି ଯାଜପୁର ନେଇଯିବା ଏବଂ ସେଠାରେ ତାଙ୍କ ବଳାତ୍କାର ରାଯାଇଥିବା ନେଇ ଅଭିଯୋଗ ହୋଇଛି।…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୨।୮: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ…

ଆଜିଠାରୁ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ! ଇନ୍ଧନ ଦରରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ, ୧୨।୮: ଅନ୍ତର୍ଜାତୀୟ ବଜାରରେ କଞ୍ଚା ତେଲ (କ୍ରୁଡ ଅଏଲ) ର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ବ୍ରେଣ୍ଟ କ୍ରୁଡ ୯୦ ଡଲାର ପ୍ରତି…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri